-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
30-Mar-2026
ତରଭା(କପିଳାସ ସେଠ): ସ୍ଥାନୀୟ ଜ୍ଞାନ ବିହାର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସର ରେ ୩୧ତମ ବାର୍ଷିକ ଉତ୍ସବଅନୁଷ୍ଠିତ ହୋଇ ଯାଇଛି I ବିଦ୍ୟାଳୟ ପରିଚାଳନା ସମିତି ର ସଭାପତି ଲକ୍ଷ୍ମଣ ରଣା ଅଧକ୍ଷତା କରିଥିଲେ I ଏହି ଅବସରରେ ତରଭା ଭାରପ୍ରାପ୍ତ ବିଡ଼ିଓ ଶିବାନନ୍ଦ କର୍ମୀମୁଖ୍ୟ ଅତିଥିଭାବେ ଯୋଗଦାନ କରି ବର୍ତ୍ତମାନ ଯୁଗରେ ମୋବାଇଲ ର ସତ ବ୍ୟବହାର, ଉଚିତ ବ୍ୟବହାର କରି ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷା ରେ ଉନ୍ନତି ହେବ ବୋଲି ମତ ରଖି ଥିଲେ I ପଳ୍ଳିପ୍ରଗତି ମହାବିଦ୍ୟାଳୟ, ଦୋହେଳପଡା, ନୂଆପଡ଼ା ର ଅଧକ୍ଷ ରୁଦ୍ର ମାଧବ ବାରିକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ , ପରିଚାଳନା ସମିତି ର ସମ୍ପାଦକ ପ୍ରଦ୍ୟୁମ୍ନ ମହାନ୍ତି, ପ୍ରଧାନ ଆଚାର୍ଯ୍ୟ ମହେନ୍ଦ୍ର ନାୟକ ସମ୍ମାନିତ ଅତିଥିଭାବେ ଯୋଗଦାନକରି ଶିକ୍ଷା ବ୍ୟବସ୍ଥା ଉପରେ ଉଦବୋଧନ ଦେଇଥିଲେ I ସରିତା ନାୟକ ଗୁରୁମା କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ I ସମ୍ପାଦକ ଶ୍ରୀ ମହାନ୍ତି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ I ପ୍ରଧାନ ଆଚାର୍ଯ୍ୟଶ୍ରୀ ନାୟକ ବାର୍ଷିକ ବିବରଣୀ ପଠନ କରି ତରଭା ଶିଶୁ ମନ୍ଦିର ବିଧି ବ୍ୟବସ୍ଥା ଓ ଶିକ୍ଷା ଦାନ ସହ ବିଦ୍ୟାଳୟ ର ଶୈକ୍ଷିକ ବାତାବରଣ, ଛାତ୍ର ଛାତ୍ରୀ ଙ୍କ ପ୍ରଗତି ଉପରେ ମତ ରଖିଥିଲେ I ଉକ୍ତ କାର୍ଯ୍ୟକ୍ରମ ରେ ପ୍ରଥମ ରୁ ଦଶମ ଶ୍ରେଣୀ ର ବାର୍ଷିକ ପରୀକ୍ଷା ରେ ସର୍ବୋଚ୍ଚ ଅଙ୍କ ରଖିଥିବା ଛାତ୍ରଛାତ୍ରୀ, ନବୋଦୟ , ସରକାରୀ ବୃତ୍ତି, ପଠାଣି ସାମନ୍ତ ଗଣିତ ପ୍ରତିଭା ରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ରଙ୍ଗମଞ୍ଚୀୟ କାର୍ଯ୍ୟକ୍ରମ ରେ ୨୫ ଟି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ର ଉଦୟ ଶ୍ରେଣୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୩୫୦ ଶିଶୁ ଅଂଶଗ୍ରହଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଶିଶୁ ବାଟିକା ର କଂସ ବଧ , କୃଷ୍ଣ ସୁଦାମା ନାଟକ ଓ ଶାମ୍ବାଜୀ ମହାରାଜା ନାଟକ ବିଶେଷ ଆକର୍ଷଣ ଥିଲା । କାର୍ଯ୍ୟକ୍ରମ ର ପରିସମାପ୍ତି ପରେ ସମସ୍ତ ଶିଶୁ ଭାଇ ଭଉଣୀ, ଅଭିଭାବକ ଓ ଅଭିଭାବିକାଯୋଗଦାନକରିଥିଲେ I ବିଦ୍ୟାଳୟ ପରିଚାଳନା ସମିତି ଉପ ସଭାପତି କୃପାନିଧି ମିଶ୍ର,ସହ ସମ୍ପାଦକ ସନ୍ଦିପନୀ ଠାକୁର, କୋଷାଧ୍ୟକ୍ଷ ଧୀରୋଜ ସାହୁ, ସଦସ୍ୟା ବବିତା ନାଏକ ଓ ରିତାଞ୍ଜଳି ସାହୁ ଙ୍କ ସହ ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ସେବିକା ମାନେ ବିଭିନ୍ନ କାର୍ଯ୍ୟ ସହଯୋଗ କରିଥିଲେ ।