-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
28-Mar-2026
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସହର ର ସର୍ବ ପୂରାତନ ମା ଭଗବତୀ ଦେବୀଙ୍କ ପୀଠ ଠାରେ ଚୈତ୍ର ନବରାତ୍ର ଅବସରରେ ଅଷ୍ଟମୀ ନିଶା ରାତ୍ରୀରେ ଚଣ୍ଡିଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଆଜି ଭୋର ରୁ ମାଁଙ୍କ ସ୍ନାନ ନୀତି ପରେ ମାଁ ଭଗବତୀ ମହାଗୌରୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ । ନିତିପୂଜା ସରିବା ପରେ ମାଁ ଙ୍କ ପାଖରେ ଅନ୍ନ ଭୋଗ ଲାଗି ପରେ ମାଁଙ୍କ ୩ଟା ରୁ ୫.୩୦ ପର୍ଯ୍ୟନ୍ତ ପହଡ ପଡିଥିଲା। ସନ୍ଧ୍ୟାରେ ମନ୍ଦିର ଖୋଲାଯାଇ ମାଁଙ୍କ ସନ୍ଧ୍ୟାଧୂପ, ନୀତି ଆଳତୀ ହେବା ପରେ ପଞ୍ଚାମୃତ ଭୋଗ ବଣ୍ଟନ କରାଯାଇଥିଲା। ପରେ ଚଣ୍ଡିଯଜ୍ଞ ପାଇଁ ରାତ୍ରି ୧୦ ଟା ବେଳେ ମହାନଦୀ ଆମ୍ବଘାଟରୁ ପୂର୍ଣ୍ଣ କଳସ ପୂଜା ବିଧି ସହ ମନ୍ଦିରକୁ ଅଣାଯାଇ ନିଶା ରାତିରେ ମାଁଙ୍କ ପାଖରେ ନିଶାପୂଜା କରାଯାଇଥିଲା ପରେ ମାଁଙ୍କ ଆଜ୍ଞ ପାଇବା ପରେ ଚଣ୍ଡିଜପ ଓ ଚଣ୍ଡିଯଜ୍ଞ କରାଯାଇଥିଲା । ଏହି ସପ୍ତଶତି ଚଣ୍ଡିଯଜ୍ଞରେ ପଣ୍ଡିତ ଆଚାର୍ଯ୍ଯ ଆନନ୍ଦ ମିଶ୍ର, କର୍ତ୍ତା ଭାବରେ ରାଜ କିଶୋର ତ୍ରିପାଠୀ, ମାନ ଭଞ୍ଜନ ମିଶ୍ର, ଅଜିତ ମିଶ୍ର, ହୃଷିକେଶ ପାଢୀ, ମନ୍ଦିର ମୁଖ୍ୟ ପୁଜକ ସୁରୁବାବୁ ଥନାପତି, ଦେବେଶ ଥନାପତି, ମାଁ ମହାକାଳୀ ଙ୍କ ସେବକ ସୁରୁବାବୁ ଡାଙ୍ଗୁଆ, ମନ୍ଦିର ସେବାକାରୀ ଉମେଶ ଚୌହାନ ଏବଂ ଅନ୍ଯ ଭକ୍ତବୃନ୍ଦ ମାନେ ଉପସ୍ଥିତ ରହିବା ସହ ମା ଭଗବତୀ ଙ୍କ ବିଭୂକୃପା ଲାଭ କରିଥିଲେ।