-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
28-Mar-2026
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁରର ଇଷ୍ଟଦେବୀ ମା ସୁରେଶ୍ଵରୀଙ୍କ ମନ୍ଦିରରେ ଚୈତ୍ର ନବରାତ୍ର ଅବସରରେ ଅଷ୍ଟମୀ ଦିନ ବିଶ୍ୱର କଲ୍ୟାଣ ତଥା ସୁବର୍ଣ୍ଣପୁର ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ଚଣ୍ଡୀଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ଦିନ ଅର୍ଥାତ୍ ସପ୍ତମୀ ଅପରାହ୍ନ ରେ କର୍ତ୍ତା ମାନଙ୍କ ସହିତ ଶହ ଶହ ମହିଳା ସହରର ମହାନଦୀ ତେନ୍ତୁଳିଘାଟ ଠାରୁ ପୂର୍ଣ୍ଣ କଳସ ଆଣି ଯଜ୍ଞ ମଣ୍ଡପରେ ପ୍ରତିଷ୍ଠା କରିଥିଲା ବେଳେ ଅଷ୍ଟମୀ ସକାଳୁ ଚଣ୍ଡିଯଜ୍ଞ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ପୂଜକ ଭାବରେ ଶିବ ନାରାୟଣ ପୂଜାହାରୀ ଦାୟିତ୍ୱ ତୁଲାଇଥିବା ବେଳେ ଯଜ୍ଞରେ କର୍ତ୍ତା ଭାବରେ ମାନଭଞ୍ଜନ ବେଦବାକ୍, ବେଣୀମାଧବ ବେଦବାକ୍, ଭୁବନେଶ୍ୱର ମେହେର, ଶ୍ରୀବନ୍ତ ମିଶ୍ର, ବିଶ୍ୱରଞ୍ଜନ ଦଳାଇ, ରାଜେନ୍ଦ୍ର ମେହେର, ଅରୁଣ ବାଘ, କାଳିଆ କର୍ମୀ ସପତ୍ନିକ ଦାୟିତ୍ଵ ନିର୍ବାହ କରିଥିଲେ। ମନ୍ଦିରର ପୂଜକ ଅଚ୍ୟୁତ ପୂଜାହାରୀ ଙ୍କ ସଂଯୋଜନା ତଥା ଅଜିତ ଥନାପତି, ଗୋପାଳ ନେଗୀ, ଶୁଭ୍ରାଂଶୁ ଚାନ୍ଦ, ସୁବାଷ ଭୋଇ, ବୈକୁଣ୍ଠ ଶତପଥୀ, ଭୀଷ୍ମ ମୁନି, ସାଲବେଗ ନାଏକ, ଶେଷ ମେହେର ପ୍ରମୁଖ ଙ୍କ ସହ କମିଟି ର କର୍ମକର୍ତ୍ତା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯକ୍ରମରେ ଜିଲ୍ଲାପାଳ ଡ. ନୃପରାଜ ସାହୁ, ଉପଜିଲ୍ଲାପାଳ ଡ଼. ସୌମ୍ୟାରୂପା ରଥଙ୍କ ସପରିବାର ସମେତ ହଜାର ହଜାର ଭକ୍ତ ଯୋଗ ଦେଇ ବିଭୁକୃପା ଲାଭ କରିଥିଲେ ।