-+91-9937148622 |

prerana_bgr@rediffmail.com |

  Monday 6th July 2026 |

| | | |

R.N.I. Regd No. ODIODI/2010/46693

Breaking News

ବୁରୋଗlଢ଼ରେ ବାରମ୍ବାର ବନ୍ୟା ଯୋଗୁଁ ଜାତାୟତ ଠପ୍   (06-Jul-2026)       ||      *ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ*   (06-Jul-2026)       ||      ବଲାଙ୍ଗିର ଜିଲ୍ଲାରେ ରେଭୁନ୍ୟୁ ବିଭାଗର ବଦଳିରେ ହେରାଫେରି... ଚର୍ଚ୍ଚାରେ ତ୍ରିପାଠୀ ବାବୁ   (06-Jul-2026)       ||      କଳିଙ୍ଗ ଭାଷା ମୁକ୍ତମଞ୍ଚ ପକ୍ଷରୁ କଫି ବ୍ରେକ୍ କାର୍ଯ୍ୟକ୍ରମ♦️ ଓଡ଼ିଆ କବିତାର ବର୍ଷାରେ ଭିଜିଲେ ଯୁବ ପିଢ଼ି    (05-Jul-2026)       ||      ସମାଜ ଖବକାଗଜ ପକ୍ଷରୁ ବ୍ଲକ ସ୍ତରୀୟ ଚିତ୍ରାଙ୍କନ ଓ କ୍ଵିଜ ପ୍ରତିଯୋଗିତା ଅନୁଷ୍ଠିତ   (05-Jul-2026)       ||      ବର୍ଷାକୁ ଖାତିର କଲେ ନି♦️ ଚିତ୍ରାଙ୍କନ ଓ କୁଇଜ୍‌ ପରୀକ୍ଷା ଦେଲେ ୭୮ଜଣ   (05-Jul-2026)       ||      ଡେଙ୍ଗ ବିଦ୍ୟାଳୟ ରେ ବନମହୋତ୍ସବ ପାଳିତ    (05-Jul-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ କଦଳୀପାଲିରେ ବନମହୋତ୍ସବ ପାଳିତ    (05-Jul-2026)       ||      ଖୁବ ଶୀଘ୍ର ନୂଆ ରୂପରେ ଝଲସି ଉଠିବ ବରପାଲି ସହର   (05-Jul-2026)       ||      ବରପାଲି ଅଶୋକ କ୍ଲବର ଉନ୍ନତିକରଣ କାର୍ଯ୍ୟର ଶୁଭ ଉଦ୍ଘାଟନ   (05-Jul-2026)       ||      ଡାବୁଗାଁ ପ୍ରେସ କ୍ଲବ ସଭାପତିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସହ ନୂତନ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଭା l   (05-Jul-2026)       ||      ପୁରୀ–କୋରାପୁଟ ନୂତନ ଏକ୍ସପ୍ରେସ ଟ୍ରେନ୍‌ର ଶୁଭାରମ୍ଭ ୬ ତାରିଖରେ   (05-Jul-2026)       ||      ଝରକା ଫାଙ୍କା ଦେଇ ଟାଣି ନେଲା ଯମ, ଦେବାହାଲୀରେ ବଜ୍ରାଘାତରେ ଅକାଳରେ ଝଡିଗଲା ଯୁବ ଜୀବନ    (05-Jul-2026)       ||      କନ୍ଧମାଳରେ ଚିଠା ଭୋଟର ତାଲିକା ପ୍ରକାଶ: ସ୍ୱତନ୍ତ୍ର ସଘନ ସଂଶୋଧନ ନେଇ ସର୍ବଦଳୀୟ ବୈଠକ    (05-Jul-2026)       ||      ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ୯୦ ପ୍ରତିଶତ ଶେଷ    (05-Jul-2026)       ||      ଓଟିଇଟି ପରୀକ୍ଷା କେନ୍ଦ୍ର ବୁଲି ଦେଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ଶାସନ ସଚିବ   (05-Jul-2026)       ||      ଭୂଦାନ ଜମିର ବଣ୍ଟନ ଏବଂ ମ୍ୟୁଟେସନ୍ ଉପରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତାଦେଶ♦️ସମସ୍ତ ଆରଡିସି ଏବଂ ଜିଲ୍ଲାପାଳଙ୍କୁ ରାଜସ୍ୱ ସଚିବଙ୍କ ଚିଠି   (05-Jul-2026)       ||      ମାଲକାନଗିରି ଜିଲ୍ଲାରେ ୧୪୩୭ ପରୀକ୍ଷାର୍ଥୀ ଦେଲେ ଓଟିଇଟି    (05-Jul-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଆର୍ଥିକ ସାକ୍ଷରତା ଶିବିର   (05-Jul-2026)       ||      *ସୋନପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ସଘନ ସଂଶୋଧନର ଚିଠା ଭୋଟର ତାଲିକା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଙ୍କ ଦ୍ଵାରା ପ୍ରକାଶନ ଓ ପ୍ରେସ ବିବୃତ୍ତି* -   (05-Jul-2026)       ||     

HOME   ଜିଲ୍ଲା

ଭୂମିକା ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ

28-Mar-2026



ବଲାଙ୍ଗିର(ପ୍ରେରଣା ଖବର): ରାଜ୍ୟର ଅଗ୍ରଣୀ ସାମାଜିକ ସାଂସ୍କୃତିକ ସଂଗଠନ "ଭୂମିକା" ପକ୍ଷରୁ ବଲାଙ୍ଗିର-ସୁବର୍ଣ୍ଣପୁର ସୀମାନ୍ତ ରାଏକେଡ଼ାଠାରେ ବିଶ୍ୱ ନାଟ୍ୟ ଦିବସ ପାଳିତ ହୋଇଯାଇଛି। ପ୍ରତିବର୍ଷ ମାର୍ଚ୍ଚ ୨୭ ତାରିଖ ବିଶ୍ଵବ୍ୟାପୀ ନାଟ୍ୟ ଦିବସ ପାଳନ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥାଏ। ଚଳିତ ବର୍ଷ ଶ୍ରୀରାମ ନବମୀ ତିଥିରେ ନାଟ୍ୟ ଦିବସ ପଡିଥିବାରୁ ରାଏକେଡ଼ା ଗ୍ରାମବାସୀ ଧୂମଧାମରେ ନାଟ୍ୟ ଦିବସ ପାଳିଥିଲେ।

ଏହି ଅବସରରେ ରାଏକେଡ଼ା ଗ୍ରାମବାସୀ ଭୂମିକା ସଦସ୍ୟମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିଥିଲେ। ପରେ ଗ୍ରାମର ରାମଲୀଳା ପାଇଁ ଅଧିବାସ ପୂଜା, ଭଂଜନ, ସଂକୀର୍ତନ କରାଯାଇଥିଲା। ପରେପରେ ଭୂମିକା ସଭାପତି ଅଖିଳ ଚନ୍ଦ୍ର ହୋତାଙ୍କ ସଭାପତିତ୍ୱରେ ସାଂସ୍କୃତିକ ସଭା ହୋଇଥିଲା। ବିଶିଷ୍ଟ ନାଟ୍ୟ ନିର୍ଦେଶକ, ନାଟ୍ୟପ୍ରାଣ ସନାତନ ଠାକୁର, ନାଟ୍ୟଭୂଷଣ ଜମାଲ ଖାନ ଓ ନାଟ୍ୟ ନିର୍ଦେଶକ ବିଜୟ ତ୍ରିପାଠୀ ପ୍ରମୁଖ ଭୂମିକା ପକ୍ଷରୁ କାର୍ଯ୍ୟକ୍ରମରେ ଯୋଗଦେଇ ନାଟକର ପ୍ରସାର ପାଇଁ ଲୀଳା ନାଟକ ଓ ମଞ୍ଚ ନାଟକର ସମାନୁପାତିକ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଗ୍ରାମୀଣ କଳାକାର ମାନେ ନାଟକର ପ୍ରସାର ପାଇଁ ଯେଭଳି କାର୍ଯ୍ୟ କରୁଛନ୍ତି ତାହା ବାସ୍ତବିକ ପ୍ରଶଂସନୀୟ। ନାଟକ ପାଇଁ ନିଜକୁ ଉତ୍ସର୍ଗକରି କାମ କରୁଥିବା ଲୋକଙ୍କୁ କଳାକାର ବୋଲି ନକହି ସେମାନଙ୍କୁ କଳାର ପୂଜାରୀ ବୋଲି କହିବା ଉଚିତ ହେବ ବୋଲି ଅତିଥିଗଣ ମତ ଦେଇଥିଲେ।

ଏହି ଅବସରରେ ରାଏକେଡ଼ା ଗ୍ରାମର ବିଶିଷ୍ଟ ନାଟ୍ୟ ନିର୍ଦେଶକ, ନାଟ୍ୟ କର୍ମୀ ପ୍ରମୋଦ ମିଶ୍ରଙ୍କୁ ନାତ୍ୟାଚାର୍ଯ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। ସମ୍ମାନର ପ୍ରତ୍ୟୁତ୍ତରରେ ଶ୍ରୀ ମିଶ୍ର କହିଥିଲେ, ବାଲ୍ୟ କାଳରେ ସେ ନିଜେ "ଗଣେଶ ବନ୍ଦନା" ନାଟକର ନିର୍ଦେଶନା ଦେଇ ନାଟକ ଜୀବନ ଆରମ୍ଭ କରିଥିଲେ। ବିଗତ ପ୍ରାୟ ୫୦ ବର୍ଷଧରି ସେ ନାଟକ କରି ଆସୁଛନ୍ତି। ନାଟକ ପାଇଁ ସେ ଚାକିରି ନକରିବାକୁ ମନସ୍ଥ କରିଥିଲେ। ସେ ବିଗତ ୩୫ ବର୍ଷ ଧରି  ରାଏକେଡ଼ା ରାମଲୀଳାର ନିର୍ଦେଶନା ଦେଇ ଆସୁଛନ୍ତି। ଏଥିସହିତ ରାମଜୀ ନାଟ୍ୟ ସଂଘ ଜରିଆରେ ଭାରତର ବିଭିନ୍ନ ସ୍ଥାନରେ ମଞ୍ଚ ନାଟକ କରୁଥିବା କହିଥିଲେ। ଏହି ଅବସରରେ ସେ ନିଜର ଏକ ନାଟ୍ୟାଭିନୟ ପ୍ରଦର୍ଶନ କରିଥିଲେ। 
ଭୂମିକା ସହସମ୍ପାଦକ ସୋମ ନାଏକ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ବରିଷ୍ଠ ସଦସ୍ୟ ଚିତ୍ତରଞ୍ଜନ ଦାଶ ବିଶ୍ୱ ନାଟ୍ୟ ଦିବସର ବାର୍ତ୍ତା ସମ୍ପର୍କରେ ସୂଚନା ଦେଇଥିଲେ। ସଦସ୍ୟ ଅର୍ଜୁନ ସାହୁ ମାନପତ୍ର ପାଠ କରିଥିଲେ। ଶେଷରେ ଭୂମିକା ଉପସଭାପତି ନିଗମାନନ୍ଦ ନାଥ ଧନ୍ୟବାଦ ଅର୍ପଣ କରିଥିଲେ।

ପରେପରେ ରାମଜୀ ନାଟ୍ୟ ସଂଘ କଳାକାରମାନେ ଲୀଳା ନାଟକ ପରିବେଷଣ କରିଥିଲେ। ରାଏକେଡ଼ା ଗ୍ରାମବାସୀଙ୍କ ପକ୍ଷରୁ ସୋମନାଥ ମିଶ୍ର, ଚିତ୍ତରଞ୍ଜନ ମିଶ୍ର, ଭୂମିକାର ବରିଷ୍ଠ ସଦସ୍ୟ ବୀରେନ୍ଦ୍ର ବନଛୋର, ରୁଦ୍ରଦେବ ପ୍ରଧାନ, ସମ୍ପାଦକ ଶକ୍ତିଦତ୍ତ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବୁରୋଗlଢ଼ରେ ବାରମ୍ବାର ବନ୍ୟା ଯୋଗୁଁ ଜାତାୟତ ଠପ୍   06-Jul-2026
  ଜିଲ୍ଲା  
*ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ*   06-Jul-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାରେ ରେଭୁନ୍ୟୁ ବିଭାଗର ବଦଳିରେ ହେରାଫେରି... ଚର୍ଚ୍ଚାରେ ତ୍ରିପାଠୀ ବାବୁ   06-Jul-2026
  ରାଜ୍ୟ  
କଳିଙ୍ଗ ଭାଷା ମୁକ୍ତମଞ୍ଚ ପକ୍ଷରୁ କଫି ବ୍ରେକ୍ କାର୍ଯ୍ୟକ୍ରମ♦️ ଓଡ଼ିଆ କବିତାର ବର୍ଷାରେ ଭିଜିଲେ ଯୁବ ପିଢ଼ି   05-Jul-2026
  ଜିଲ୍ଲା  
ସମାଜ ଖବକାଗଜ ପକ୍ଷରୁ ବ୍ଲକ ସ୍ତରୀୟ ଚିତ୍ରାଙ୍କନ ଓ କ୍ଵିଜ ପ୍ରତିଯୋଗିତା ଅନୁଷ୍ଠିତ   05-Jul-2026
  ରାଜ୍ୟ  
ବର୍ଷାକୁ ଖାତିର କଲେ ନି♦️ ଚିତ୍ରାଙ୍କନ ଓ କୁଇଜ୍‌ ପରୀକ୍ଷା ଦେଲେ ୭୮ଜଣ   05-Jul-2026
  ଜିଲ୍ଲା  
ଡେଙ୍ଗ ବିଦ୍ୟାଳୟ ରେ ବନମହୋତ୍ସବ ପାଳିତ   05-Jul-2026
  ଖେଳ  
ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ କଦଳୀପାଲିରେ ବନମହୋତ୍ସବ ପାଳିତ   05-Jul-2026
  ଜିଲ୍ଲା  
ଖୁବ ଶୀଘ୍ର ନୂଆ ରୂପରେ ଝଲସି ଉଠିବ ବରପାଲି ସହର   05-Jul-2026
  ଜିଲ୍ଲା  
ବରପାଲି ଅଶୋକ କ୍ଲବର ଉନ୍ନତିକରଣ କାର୍ଯ୍ୟର ଶୁଭ ଉଦ୍ଘାଟନ   05-Jul-2026
  ଜିଲ୍ଲା  
ଡାବୁଗାଁ ପ୍ରେସ କ୍ଲବ ସଭାପତିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସହ ନୂତନ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଭା l   05-Jul-2026
  ରାଜ୍ୟ  
ପୁରୀ–କୋରାପୁଟ ନୂତନ ଏକ୍ସପ୍ରେସ ଟ୍ରେନ୍‌ର ଶୁଭାରମ୍ଭ ୬ ତାରିଖରେ   05-Jul-2026

You Might Also Like