-+91-9937148622 |

prerana_bgr@rediffmail.com |

  Tuesday 7th July 2026 |

| | | |

R.N.I. Regd No. ODIODI/2010/46693

Breaking News

ବର୍ଷାରେ ଭାଙ୍ଗିଲା ନିମ୍ନମାନର ନଦୀଆଡିବନ୍ଧ   (07-Jul-2026)       ||      ଟାଉନ ବାଳିକା ଓ ବାଳକ ବିଦ୍ୟାଳୟ ରେ ସମସ୍ୟା ଶୁଣିଲେ ନରସିଂହ♦️ ପରୀକ୍ଷା ଫଳ ଓ ଉପସ୍ଥାନ ସନ୍ତୋଷଜନକ   (07-Jul-2026)       ||      ଏସ୍‌.ଆଇ.ଆର୍ ର ସୁପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବଲାଙ୍ଗୀର ସିଭିଲ ସୋସାଇଟି   (07-Jul-2026)       ||      ଏସ୍‌.ଆଇ.ଆର୍ ର ସୁପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବଲାଙ୍ଗୀର ସିଭିଲ ସୋସାଇଟି   (07-Jul-2026)       ||      *ଅଙ୍ଗନୱାଡି ଘରର ଅବସ୍ଥା ଦେଖି ପିଲାଙ୍କୁ ନେଇଗଲେ ଅଭିଭାବକ , ମରାମତି ନ ହେବା ଯାଏଁ ପିଲାଙ୍କୁ ଅଙ୍ଗନୱାଡି ନ ଛାଡ଼ିବା ପାଇଁ ନିଷ୍ପତି*   (07-Jul-2026)       ||      ବରପାଲିରେ ‘ପ୍ଲାଣ୍ଟ ପାରାଡାଇଜ’ ନର୍ସରୀର ଶୁଭ ଉଦଘାଟନ   (07-Jul-2026)       ||      ମଦ ଦୋକାନ ସ୍ଥାନାନ୍ତର ଦାବି ରେ ରାସ୍ତାରୋକ   (06-Jul-2026)       ||      ପୁରୀରେ ରଥଯାତ୍ରା ପାଇଁ ପାନୀୟ ଜଳ ବ୍ୟବସ୍ଥାର ସମୀକ୍ଷା, ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ କ୍ଷେତ୍ର ପରିଦର୍ଶନ♦️୪୨ ଏମଏଲଡି ଜଳ ବିଶୋଧନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା   (06-Jul-2026)       ||      ପୁଇଁତଲା ମୁଖ୍ୟ ନାଳ ଅବରୋଧ, ଜଳବନ୍ଦୀ ରେ ଗୃହ...   (06-Jul-2026)       ||      ବିଶାଲପାଳି ସ୍କୁଲରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (06-Jul-2026)       ||      ବୁରୋଗlଢ଼ରେ ବାରମ୍ବାର ବନ୍ୟା ଯୋଗୁଁ ଜାତାୟତ ଠପ୍   (06-Jul-2026)       ||      *ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ*   (06-Jul-2026)       ||      ବଲାଙ୍ଗିର ଜିଲ୍ଲାରେ ରେଭୁନ୍ୟୁ ବିଭାଗର ବଦଳିରେ ହେରାଫେରି... ଚର୍ଚ୍ଚାରେ ତ୍ରିପାଠୀ ବାବୁ   (06-Jul-2026)       ||      କଳିଙ୍ଗ ଭାଷା ମୁକ୍ତମଞ୍ଚ ପକ୍ଷରୁ କଫି ବ୍ରେକ୍ କାର୍ଯ୍ୟକ୍ରମ♦️ ଓଡ଼ିଆ କବିତାର ବର୍ଷାରେ ଭିଜିଲେ ଯୁବ ପିଢ଼ି    (05-Jul-2026)       ||      ସମାଜ ଖବକାଗଜ ପକ୍ଷରୁ ବ୍ଲକ ସ୍ତରୀୟ ଚିତ୍ରାଙ୍କନ ଓ କ୍ଵିଜ ପ୍ରତିଯୋଗିତା ଅନୁଷ୍ଠିତ   (05-Jul-2026)       ||      ବର୍ଷାକୁ ଖାତିର କଲେ ନି♦️ ଚିତ୍ରାଙ୍କନ ଓ କୁଇଜ୍‌ ପରୀକ୍ଷା ଦେଲେ ୭୮ଜଣ   (05-Jul-2026)       ||      ଡେଙ୍ଗ ବିଦ୍ୟାଳୟ ରେ ବନମହୋତ୍ସବ ପାଳିତ    (05-Jul-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ କଦଳୀପାଲିରେ ବନମହୋତ୍ସବ ପାଳିତ    (05-Jul-2026)       ||      ଖୁବ ଶୀଘ୍ର ନୂଆ ରୂପରେ ଝଲସି ଉଠିବ ବରପାଲି ସହର   (05-Jul-2026)       ||      ବରପାଲି ଅଶୋକ କ୍ଲବର ଉନ୍ନତିକରଣ କାର୍ଯ୍ୟର ଶୁଭ ଉଦ୍ଘାଟନ   (05-Jul-2026)       ||     

HOME   ଜିଲ୍ଲା

୧୦୦ବର୍ଷ ପୂରୁଣା ଡାବୁଗାଁ ମାଁ ଠାକୁରାଣୀଙ୍କ ଘଟ ଯାତ୍ରାର ଇତିହାସ

26-Mar-2026



ନବରଙ୍ଗପୁର (ପ୍ରିୟଦର୍ଶନି  ପାତ୍ର )
ରାଜା ରାଜୁଡା ଅମଳରୁ ଡାବୁଗାଁ ଅଭିଭକ୍ତ କୋରାପୁଟ ଜିଲ୍ଲାର ଏକ ପୁରାତନ ଗ୍ରାମ ଅଟେ।ଗ୍ରାମଦେବୀ ଦାବାଦେଈ ନାମ ଅନୁସାରେ "ଦାବୁଗାଁ" ଓ ପାରେ ଇଂରାଜୀ ଅମଲରୁ ଡାବୁଗାଁ ଲେଖା ଗଲା। ଡାବୁଗାଁ, ଡ଼ଙ୍ଗରୀଗୁଡା ଏବଂ ଉମରାହଣ୍ଡି ଗ୍ରାମ ମିସି ଦଶହରା, ମଣ୍ଡେଇ, ଦୋଳପୁର୍ଣିମା ଏବଂ ଘଟ ଯାତ୍ରା ପାଳନ କରନ୍ତି। ଚୈତ୍ର ମାସରେ ଗ୍ରାମ ଦେବଦେବୀ ମନ୍ଦିରରୁ କୋଳସ ଆଣି ଠାକୁରାଣୀ ମଣ୍ଡପରେ ପୂଜାର୍ଚ୍ଚନା କରାଯାଏ। ଆସିବା ଏବଂ ଯିବା ଦିନକୁ ଛାଡିଦେଲେ କୋଳସୀ ଗାଁ ଭିତରେ ବୁଲି ପୂଜା ପାଆନ୍ତି। ଏହି ଯାତ୍ରା ଆରମ୍ବ ସମ୍ପର୍କରେ ସଠିକ କାଳ ଜଣା ପଡ଼ୁ ନଥିଲେ ମଧ୍ୟ ୧୦୦ବର୍ଷରୁ ଉର୍ଦ୍ଧ ହେବ ଏହା ପାଳିତ ହୋଇ ଆସୁଛି।ପ୍ରାୟ ୧୦୦ବର୍ଷ ପୂର୍ବେ ଗାଁ ର ବିଶିଷ୍ଟ ବ୍ୟକ୍ତି ବିଶେଷ ସ୍ବର୍ଗତ ଲୋକନାଥ ରାୟ ପାତ୍ର, ଲକ୍ଷ୍ମୀ ଚନ୍ଦ୍ର ରାୟ ପାତ୍ର, ରାମଚନ୍ଦ୍ର ଗୌଡ଼, ରାମ ବିଷୟୀ, ଡମୁ ଗୌଡ଼, ଝାଲିଆ ଗୌଡ଼, ଆସମନ କଲାର ଓ ଆନମାନେ ବେହେରନ ବସି ଯାତ୍ରା ପରିଚାଳନା କରୁଥିଲେ। ନିଜ ନିଜର ହଲ,ଶଗଡ଼,ଗୋତି, ଶ୍ରମିକ ଲଗାଇ ଡାଳ-ଛାମୁଣ୍ଡା ପ୍ରସ୍ତୁତ କରୁଥିଲେ।ପ ରବର୍ତ୍ତୀ ସମୟରେ ପ୍ରାୟ ୧୯୬୦ ମସିହା ବେଳକୁ ଗ୍ରାମର କେତେଜଣ ବଛା ବଛା ଯୁବକ ହିରଣ୍ୟ ଚନ୍ଦ୍ର ରାୟ ପାତ୍ର, ଲିଙ୍ଗରାଜ ରାୟ ପାତ୍ର, ତୈ୍ଲୋକ୍ୟ ଚନ୍ଦ୍ର ରାୟ ପାତ୍ର, ଭଗବାନ ସିଂ, ଭାସ୍କର ରାଓ, ଝାଡ଼େଶ୍ୱର ରାଓ, ଦାମୋଦର ବିଷୟୀ, ମଦନ ମୋହନ ଜେନା ଆଦି ବହୁବର୍ଷ ପର୍ଯ୍ୟନ୍ତ ଯାତ୍ରା ପରିଚାଳନା କରିଥିଲେ। *ସେ ସମୟରେ ଟଙ୍କାର ମୂଲ୍ୟ ବେଶୀ ଥିଲା। ବର୍ତ୍ତମାନ ଗୋଟିଏ କୁକୁଡ଼ା ଅଣ୍ଡାର ମୂଲ୍ୟରେ.. ଗୋଟେ ମେଣ୍ଢା ଛେଳି କିଣା ଯାଇ ପାରୁଥିଲା। ଯାତ୍ରା ପାଇଁ ଅତି ବେଶୀରେ ୧୦୦୦ ଟଙ୍କା ଚାନ୍ଦା ଆଦାୟ ହେଉ ଥିଲା।* ୧୦/୧୫ଟଙ୍କାରେ ଗୋଟେ ନାଟ କିମ୍ବା ୨୦/୩୦ ଟଙ୍କା ଦେଲେ ଗୋଟେ ଭଲନାଟ ମିଳୁଥିଲା।ଯାତ୍ରା ଶେଷରେ ହିସାବ ନିକାସ କରାଯାଇ ବଳକା ଟଙ୍କାକୁ ସୁଧ ପାଇଁ ଲଗାଇ ପାଣ୍ଠି ବୃଦ୍ଧି କରାଯାଉ ଥିଲା। ଡାବୁଗାଁର ଇଷ୍ଟ ଦେବ ବାବା ଭୈରବଙ୍କ ପୂରୁଣା ମନ୍ଦିର ସେହି ପାଣ୍ଟିରେ ତିଆରି କରା ଯାଇଥିଲା।ସେ ସମୟର ସରପଞ୍ଚ ମାନେ ନୀଳାମ୍ବର ସିଂ ଲାଲ, ତାରିଣୀ ଚନ୍ଦ୍ର ରାୟ ପାତ୍ର ପ୍ରମ୍ମୁଖ ଗ୍ରାମ ସଫେଇକୁ ବିଶେଷ ଧ୍ୟାନ ଦେଉଥିଲେ। ସେ ସମୟରେ ଗୁରୁ ଗାଣ୍ଡା, ଗୋଧନ ଗାଣ୍ଡା, କଲୁ ଗାଣ୍ଡା ଡିବି ଡିବି ମାରି କଳସି ମିଟିଙ୍ଗ ଡାକିଲେ ପିଲାଙ୍କ ଖୁସି କହିଲେ ନ ସରେ। *୧୯୬୦ ମସିହାରେ ପ୍ରଥମେ ଡାବୁଗାଁରେ କରେଣ୍ଟ ଆସିଥିଲା। ତା ପୂର୍ବରୁ ଡାବୁଗାଁରେ କିରାସିନି ଲଣ୍ଠନରେ ଯାତ୍ରା ହେଉଥିଲା, ପରେ ଗ୍ୟାସ ଲାଇଟ ବ୍ୟବହାର କରାଗଲା।ଏବଂ ସେ ସମୟରେ ନଅ ଦିନ ପାଇଁ ନବରଙ୍ଗପୁର ରୁ ୧୦୦ ଟଙ୍କା ଦେଇ ଗ୍ରାମଫୋନ ଭଡାରେ ଅଣାଯାଉ ଥିଲା ବଳି *ଗ୍ରାମର ବିଶିଷ୍ଟ ବ୍ୟକ୍ତି ତଥା କେଲିଆ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଶ୍ରୀ ଦେବରାଜ ରାୟ ପାତ୍ର ସୂଚନାଦେଇଛନ୍ତି।*କୋଳସୀ ଯାତ୍ରା ପାଇଁ ଗାଁର ଯୁବକ ମାନେ ରାମଲୀଳା, ଶଶୀରେଖା ହରଣ, ସୀତା ବନବାସ, କୃଷ୍ଣ ଜନ୍ମ, ଲକ୍ଷ୍ମୀ ପୂରଣ ଆଦି ନାଟ ଶିଖିଥିଲେ। ଯାହାକି ଆଜିକାଲିର ଆଧୁନିକ ନାଟକରୁ ବେଶ ଅଲଗା।ଠାକୁରାଣୀ ଯାତ୍ରା ସମୟରେ ଝିଅ ଅର୍ଥାତ "ମା ଠାକୁରାଣୀ" ମା ଘରକୁ କୋଳସୀ ମଣ୍ଡପକୁ ଆସି ରୁହନ୍ତି ଏବଂ ଯାତ୍ରା ସାରିଲେ ନିଜ ଆସ୍ଥାନକୁ ବା ନିଜ ମନ୍ଦିର କୁ ଫେରି ଯାଆନ୍ତି। 
ଯାତ୍ରା ଶେଷରେ ଉମରାହାଣ୍ଡି ଏବଂ ଡ଼ଙ୍ଗରୀଗୁଡାର ପୂଜାରୀ ଏବଂ ବାଜା ବାଲାଙ୍କୁ ବିଦାୟ ଦିଆ ଯାଏ। ସେ ସମୟର ପୂଜାରୀ ଡମୁ, ମାହାରା, ବୈଶାଖୁ, ଚୈତନ ପୂଜାରୀ, କଳାନାଗ ମହୁରିଆଙ୍କ କଥା ଏବେବି ମାନେ ପଡ଼େ ବଳି ଗ୍ରାମର ବୈଜ୍ୟେଷ୍ଟ ବ୍ୟକ୍ତି ଦେବରାଜ ରାୟ ପାତ୍ର ଅଳଚନା ସମୟରେ କହିଛନ୍ତି।ବର୍ତ୍ତମାନ କେତେ ଜଣ ଯୁବକଙ୍କ ଚେଷ୍ଟାରେ *ଯାତ୍ରା ପୂର୍ବ ଅପେକ୍ଷା ବହୁ ଆଡମ୍ବରରେ ପାଳିତ ହୋଇ ଆସୁଛି। ପୂର୍ବର ଡାଳ ଛାମୁଣ୍ଡା କି ଲଣ୍ଠନ ନାହିଁ,୧୦୦ବର୍ଷ ଭିତରେ ସବୁକିଛି ବଦଳି ଯାଇଛି* ଯଦି କିଛି ବଦଳି ନାହିଁ ତାହା ହେଉଛି ବେଲୁନ ଫୁଟୁକା, ଠୋ କିନା ଫାଟି ପିଲାଙ୍କୁ ଠୋ ଠୋ ହସାଏ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବର୍ଷାରେ ଭାଙ୍ଗିଲା ନିମ୍ନମାନର ନଦୀଆଡିବନ୍ଧ   07-Jul-2026
  ଜିଲ୍ଲା  
ଟାଉନ ବାଳିକା ଓ ବାଳକ ବିଦ୍ୟାଳୟ ରେ ସମସ୍ୟା ଶୁଣିଲେ ନରସିଂହ♦️ ପରୀକ୍ଷା ଫଳ ଓ ଉପସ୍ଥାନ ସନ୍ତୋଷଜନକ   07-Jul-2026
  ଜିଲ୍ଲା  
ଏସ୍‌.ଆଇ.ଆର୍ ର ସୁପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବଲାଙ୍ଗୀର ସିଭିଲ ସୋସାଇଟି   07-Jul-2026
ଏସ୍‌.ଆଇ.ଆର୍ ର ସୁପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବଲାଙ୍ଗୀର ସିଭିଲ ସୋସାଇଟି   07-Jul-2026
  ଜିଲ୍ଲା  
*ଅଙ୍ଗନୱାଡି ଘରର ଅବସ୍ଥା ଦେଖି ପିଲାଙ୍କୁ ନେଇଗଲେ ଅଭିଭାବକ , ମରାମତି ନ ହେବା ଯାଏଁ ପିଲାଙ୍କୁ ଅଙ୍ଗନୱାଡି ନ ଛାଡ଼ିବା ପାଇଁ ନିଷ୍ପତି*   07-Jul-2026
  ଜିଲ୍ଲା  
ବରପାଲିରେ ‘ପ୍ଲାଣ୍ଟ ପାରାଡାଇଜ’ ନର୍ସରୀର ଶୁଭ ଉଦଘାଟନ   07-Jul-2026
  ଜିଲ୍ଲା  
ମଦ ଦୋକାନ ସ୍ଥାନାନ୍ତର ଦାବି ରେ ରାସ୍ତାରୋକ   06-Jul-2026
  ଜିଲ୍ଲା  
ପୁରୀରେ ରଥଯାତ୍ରା ପାଇଁ ପାନୀୟ ଜଳ ବ୍ୟବସ୍ଥାର ସମୀକ୍ଷା, ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ କ୍ଷେତ୍ର ପରିଦର୍ଶନ♦️୪୨ ଏମଏଲଡି ଜଳ ବିଶୋଧନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା   06-Jul-2026
  ଜିଲ୍ଲା  
ପୁଇଁତଲା ମୁଖ୍ୟ ନାଳ ଅବରୋଧ, ଜଳବନ୍ଦୀ ରେ ଗୃହ...   06-Jul-2026
  ଜିଲ୍ଲା  
ବିଶାଲପାଳି ସ୍କୁଲରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   06-Jul-2026
  ଜିଲ୍ଲା  
ବୁରୋଗlଢ଼ରେ ବାରମ୍ବାର ବନ୍ୟା ଯୋଗୁଁ ଜାତାୟତ ଠପ୍   06-Jul-2026
  ଜିଲ୍ଲା  
*ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ*   06-Jul-2026

You Might Also Like