-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
26-Mar-2026
ନୂଆପଡ଼ା (ରାମନାଥ ପଣ୍ଡା )
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଲର୍କା ପଞ୍ଚାୟତ ଅନକାପୂର ଗ୍ରାମର ଅମର ଗୁଆଲ ନିଜ ପରିବାର ପ୍ରତିପୋଷଣ ପାଇଁ ଟଙ୍କା ଉପାର୍ଜ୍ଜନ ନିମନ୍ତେ ତାମିଲନାଡୁକୁ ଯାଇଥିଲେ ଆଉ ସେଇଠି ଅସୁସ୍ଥତା ରହି ମୃତ୍ୟୁ ବରଣ କଲେ,ତାଙ୍କ ମର ଶରୀର ମଧ୍ୟ ଫେରିଲା ନାହି ନିଜ ଭିଟା ମାଟିକୁ, ପରିବାର ଲୋକ ମର ଶରୀରକୁ ମଧ୍ୟ ଦେଖି ପାରିଲେନି । ପୂର୍ବରୁ ମାଆଙ୍କୁ ହରାଇଥିଲେ ଆଉ ଏବେ ବାପାଙ୍କୁ ,ବାପା ମାଆ ହରାଇଥିବା ନିରୀହ ଦୁଇ ଭଉଣୀ ହେମଲତା ଯିଏ କି ଜଣେ ଭିନ୍ନ କ୍ଷମ ଓ ନମନ୍ତି ଗୁଆଲ ଏତେ କମ୍ ବୟସରେ ନିଜ ଭିନ୍ନକ୍ଷମ ଭଉଣୀର ବୋଝ ସମ୍ଭାଳିବାକୁ ପଡୁଛି ।ଆଜି ସ୍ବର୍ଗତ ଅମର ଗୁଆଲଙ୍କ ଦଶାହ କ୍ରିୟାରେ ସରପଞ୍ଚ ଜୟଶ୍ରୀ ପଟେଲ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଯଜ୍ଞ ଭାରତୀ ମାଝୀ ଏବଂ ସମାଜ ସେବୀ କୃତ୍ତି ବାସ ପଟେଲ ପହଞ୍ଚି ହରିଶ୍ଚନ୍ଦ୍ର ଯୋଜନା ମାଧ୍ୟମରେ ତିନି ହଜାର ଟଙ୍କା ଓ ତିରିଶ କିଲୋଗ୍ରାମ ଚାଉଳ ସହଯୋଗ କରିଥିଲେ ।ପୁଣି ଏହି ନିରୀହ ଭଉଣୀ ଦ୍ୱୟଙ୍କୁ ଅନ୍ତ୍ୟୋଦୟ କାର୍ଡ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଜିଲ୍ଲାପାଳଙ୍କ ସହଯୋଗ ଲୋଡୁଛନ୍ତି ଅସହାୟ ଦୁଇ ଭଉଣୀ ।