-+91-9937148622 |
prerana_bgr@rediffmail.com |
Wednesday 25th March 2026 |
R.N.I. Regd No. ODIODI/2010/46693
Breaking News
25-Mar-2026
ଡୁଙ୍ଗୁରିପାଲି(ଆରବିନ୍ଦ ମିଶ୍ର): ଆଜି ଅପରାହ୍ନ ୫ଟା ପାଖାପାଖ ଏକ ମାଲବାହୀ ଗ୍ରେନ୍ରେ କଟି ଜଣେ ଯୁବକର ମୃତ୍ୟୁ ହୋଇ ଥିବା ଜଣାଯାଏ । । ମିଳିଥିବା ସୂଚନା ଅନୁସାରେ ଖଲିଆପାଳି ଡ଼ୁଙ୍ଗୁରିପାଲି ରେଳ ଷ୍ଟେସନ ମଝିରେ ବଡଫଟାମୁଣ୍ଡା ଫାଟକ ନିକଟରେ ଏକ ଯୁବକ ମୃତ୍ୟୁ ହୋଇଅଛି । ଟ୍ରେନଟି ବଲାଙ୍ଗିର
ପଟରୁ ସମ୍ବଲପୁର ଅଭିମୁଖେ ଏକ ମାଲବାହୀ ଟ୍ରେନ ଆସୁଥିଳା । ଜଣେ ଯୁବକ ଏକ ଗ୍ଲେମର ବାଇକ ରେ ଅସି ଯାହାର ନଂ.ଓଡି ୨୩ଏଲ-6288:ରେ ଆସି ଟ୍ରେନ ଲାଇନ କଡରେ
ଗାଡି ରଖି ଦେଇ ରେଳ ଧାରଣାକୁ ଦୌଡ଼ି ଥିଲା । ସେ ବାଇକ ର ଚାବି ମଧ୍ଯ କାଢ଼ି ନଥିଲା । ବର୍ତମାନ ସୁଦ୍ଧା ଗାଡିରେ ଚାବି ଲାଗି ରହିଛି ।ମୋବାଇଲ ଟ୍ରେନ ଲାଇନ ରେ ପଡି ରହିଛି । ମୃତ ଯୁବକ ର ପରିଚୟ ଜଣା ପଡି ନାହିଁ । ଏହାର ବୟସ
୧୮ - ୨୦ ମଧ୍ୟରେ ହେବ ବୋଲି ଅନୁମାନ କରାଯାଇଛି । ବର୍ତମାନ ସୁଦ୍ଧା ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନାହିଁ ।