-+91-9937148622 |

prerana_bgr@rediffmail.com |

  Tuesday 14th July 2026 |

| | | |

R.N.I. Regd No. ODIODI/2010/46693

Breaking News

ପୂର୍ବତନ ସାଂସଦ ନିରଞ୍ଜନ ବିଶିଙ୍କ ଆପତ୍ତି ପରେ ଖଣି ଲିଜ୍ ପୂର୍ବରୁ ବନାଧିକାର ଓ ପରିବେଶ ଆଇନ ପାଳନର ଆଶ୍ୱାସନl   (14-Jul-2026)       ||      ମୟୂରଭଞ୍ଜର ବିକାଶ ଏବଂ ଉଚ୍ଚଶିକ୍ଷାର ଉତ୍କର୍ଷ ପାଇଁ ରାଜ୍ୟ ସରକାର ସଦା ସର୍ବଦା ପ୍ରତିବଦ୍ଧ : ମନ୍ତ୍ରୀ ଡାକ୍ତର ମହାପାତ୍ର   (14-Jul-2026)       ||      ୧୫୦ ତମ ବରପାଲି ଶୀତଲ ଷଷ୍ଠୀ ଯାତ୍ରା ପାଇଁ ରୂପରେଖା ପ୍ରସ୍ତୁତ   (14-Jul-2026)       ||      ଜାତୀୟ ସାହିତ୍ୟ ମହୋତ୍ସବ ସେପ୍ଟେମ୍ବର ୨୬ରୁ ♦️ ଡ଼.ସତ୍ୟବ୍ରତ ଜେନା ସମ୍ପାଦକ ମନୋନୀତ    (13-Jul-2026)       ||      ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ମୀନା ମଞ୍ଚ ଓ ଛାତ୍ର କ୍ୟାବିନେଟ ଗଠନ    (13-Jul-2026)       ||      ଅଜବ ପରମ୍ପରା ବର୍ଷା ପାଇଁ "ବେଙ୍ଗବେଙ୍ଗୁଳି " ବାହାଘର*   (13-Jul-2026)       ||      ସମଲେଇଚୁଁଆ ହତ୍ୟାକାଣ୍ଡ ର ୫ଅଭିଯୁକ୍ତ ଗିରଫ୍   (13-Jul-2026)       ||      ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂଗଠନ ର ହ୍ଵାଟ୍ସପ୍ ଗ୍ରୀଭାନାସ୍ ସେଲ୍ ଉଦ୍ଘାଟନ   (13-Jul-2026)       ||      ଗୁରୁ ଭଗବାନ ସାହୁଙ୍କ ଜନ୍ମ ବାର୍ଷିକୀ ଅନୁଷ୍ଠିତ   (13-Jul-2026)       ||      ସିଦ୍ଧାର୍ଥ ଡିଗ୍ରୀ କଲେଜର ଯୁବ ରେଡକ୍ରସ କାର୍ଯ୍ୟାଳୟ ଉଦ୍ଘାଟନ   (13-Jul-2026)       ||      ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ର ବଲାଙ୍ଗିର ଠାରେ ଗ୍ରକାକ ପରାମର୍ଶ କେନ୍ଦ୍ର ଉଦ୍ଘାଟିତ   (13-Jul-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ସନ୍ଥକବି ଭୀମଭୋଇଙ୍କ ଉପରେ ଜାତୀୟ ପାଠଚକ୍ର   (13-Jul-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ସନ୍ଥକବି ଭୀମଭୋଇଙ୍କ ଉପରେ ଜାତୀୟ ପାଠଚକ୍ର   (13-Jul-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   (12-Jul-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   (12-Jul-2026)       ||      କୋମନାରେ ଜିଲ୍ଲା ଯାଦବ ସମାଜର କାର୍ଯ୍ୟକାରିଣୀ ବୈଠକ   (12-Jul-2026)       ||      ସୁବର୍ଣ୍ଣପୁର ରେ ଓଡ଼ିଶା ସାମ୍ୱାଦିକ ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ଓ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ   (12-Jul-2026)       ||      ଯୋଗ ର ଉପକାରିତା ଉପରେ ଏକ ଆଲୋଚନା ଚକ୍ର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ    (12-Jul-2026)       ||      ପ୍ରାସଙ୍ଗିକ ଓ ମାଟିମନସ୍କ ହୁଅନ୍ତୁ ଯୁବ ଲେଖକ    (12-Jul-2026)       ||      ରେଟାମୁଣ୍ଡାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭାର ନୂତନ କାର୍ଯ୍ୟକାରି କମିଟି ଗଠିତ ,   (12-Jul-2026)       ||     

HOME   ଜିଲ୍ଲା

ବିଶ୍ୱ ବନଦିବସ ପାଳିତ.. ବଲାଙ୍ଗୀରରେ ଜଙ୍ଗଲ ଓ ଅର୍ଥନୀତିର ନୀବିଡ ସମ୍ପର୍କ ରହିଛି-ଆରସିସିଏଫ

21-Mar-2026



ବଲାଙ୍ଗିର-ବଲାଙ୍ଗୀର ଜିଲ୍ଲାରେ ଜଙ୍ଗଲଗୁଡିକର ପ୍ରମୁଖ ଭୂମୀକା ରହିଛି ଓ ଜିଲ୍ଲାର ଲୋକଙ୍କ ଅର୍ଥନୀତି ସହିତ ଏହାର ନୀବିଡ ସମ୍ପର୍କ ରହିଆସିଛି । ଏବେ ବନବିଭାଗ ଅନେକଗୁଡିଏ ଯୋଜନାରେ ଲୋକଙ୍କୁ ସାମିଲ ଅର୍ଥନୀତିକୁ ଆହୁରି ସୁଦୃଢ କରିବାକୁ ପଦକ୍ଷେପ ନେଉଛନ୍ତି ବୋଲି ଆଜି ବଲାଙ୍ଗୀର ବନବିଭାଗ ପକ୍ଷରୁ ଆୟୋଜିତ ବିଶ୍ୱବନଦିବସ କାଯ ଯୋଗଦେଇ ଭବାନିପାଟଣାର ସର୍କଲର ଆରସିସିଏଫ ସନ୍ତୋଷ ଯୋଷି ମତବ୍ୟକ୍ତ କରିଛନ୍ତି । ସେ ଆହୁରି କହିଛନ୍ତି ଯେ,ଜଙ୍ଗଲର ଗଛ ଓ ବନ୍ୟଜନ୍ତୁ ଉଭୟ ପରିବେଶ ଲାଗି ଉପାଦେୟ । ସ୍ଥାନୀୟ ଲୋକେ ଜଙ୍ଗଲରୁ କେନ୍ଦୁପତ୍ର,ମହୁଲ,ଚାର,ବାହାଡା,ସାହାଡା,ଝୁଣା ଇତ୍ୟାଦି ଜଙ୍ଗଲଜାତ ଦ୍ରବ୍ୟସଂଗ୍ରହ କରି ଜୀବିକା ନିର୍ବାହ କରିଥାନ୍ତି । ତେଣୁ ଏବେ ରାଜ୍ୟସରକାର ଏଭଳି ବୃକ୍ଷରୋପଣକୁ ଗୁରୁତ୍ୱ ଦେଉଛନ୍ତି ଓ ଚାରା ସୃଷ୍ଟିକରି ବଣ୍ଟନ କରାଯାଉଛି । ଜଙ୍ଗଲ ସୁରକ୍ଷିତ ରହିଲେ ପରିବେଶ ସୁରକ୍ଷିତ ରହିବ । ତେଣୁ ଜଙ୍ଗଲର ସୁରକ୍ଷା ସାଙ୍ଗକୁ ବନ୍ୟଜନ୍ତୁଗୁଡିକର ସୁରକ୍ଷାର ଆବଶ୍ୟକତା ରହିଛି । ଜଙ୍ଗଲ ସୁରକ୍ଷାରେ ସ୍ଥାନୀୟ ଲୋକଙ୍କର ଭୂମୀକା ଅଧିକ ରହିଛି ବୋଲି ଶ୍ରୀ ଯୋଷୀ କହିଥିଲେ । ବଲାଙ୍ଗୀର ବନଖଣ୍ଡ ଅଧିକାରୀ ଅଜିତ ବିଶିଙ୍କ ସଭାପତିତ୍ୱ ଓ ଅର୍ଜୁନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଆଞ୍ଚଳିକ ପ୍ରଦୁଷଣନୀୟନ୍ତ୍ରଣ ବୋର୍ଡର ଅଧିକାରୀ ଶ୍ରୀମତୀ ବବିତା ସିଂ ଓ ମୁଖ୍ୟବକ୍ତା ଭାବରେ ପଥରଚେପା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ କ୍ଷମାନୀଧି ଝାଙ୍କର ଯୋଗଦେଇଥିଲେ । ବବିତା ସିଂ ତାଙ୍କ ବକ୍ତବ୍ୟରେ ଟୁରିଜମ ସେଣ୍ଟରଗୁଡିକୁ ପଲିଥିନ ମୁକ୍ତ ତଥା ପ୍ରଦୂଷଣମୁକ୍ତ ରଖିବାକୁ ଆହ୍ୱାନ ଦେଇଥିଲେ । ଠିକ ସେହିପରି ମୁଖ୍ୟବକ୍ତା ଶ୍ରୀ ଝାଙ୍କର ତାଙ୍କ ବକ୍ତବ୍ୟରେ ଜଙ୍ଗଲର କେବଳ ଗଛନୁହେଁ ବନ୍ୟଜନ୍ତୁ,କିଟପତଙ୍ଗଙ୍କର ମଧ୍ୟ ପରିବେଶ ସୁରକ୍ଷାରେ ଆବଶ୍ୟକତା ରହିଛି ବୋଲି କହିଥିଲେ । ଭାରତୀୟସଂସ୍କୃତିରେ କାହିଁ କେଉଁ ଆବାହମାନ କାଳରୁ ଜଙ୍ଗଲ ସହିତ ମଣିଷ ସମାଜର ସମ୍ପର୍କ ରହିଆସିଛି । ଆଧ୍ୟାତ୍ମିକତା ଓ ସମାଜିକ ସହାବସ୍ଥାନ ଆମର ମୂଳଧର୍ମ ହୋଇ ରହିଆସିଛି । ଜଙ୍ଗଲ ରହିଲେ ପରିବେଶ ସୁରକ୍ଷା ରହିବ ଓ ଜୀବଜଗତ ବଞ୍ଚିପାରିବ । ପରିବେଶ ପାଇଁ ବେଙ୍ଗ,ବାଦୁଡି ,ଘରଚଟିଆ ଭଳି ଜୀବ ଓ କିଟପତଙ୍ଗଙ୍କର କିଭଳି ଭୂମୀକା ରହିଛି ସେନେଇ ଉପସ୍ଥିତ ଲୋକଙ୍କୁ ଶ୍ରୀ ଝାଙ୍କର ବୁଝାଇଥିଲେ । ପ୍ରାରମ୍ଭରେ ଏସିଏଫ ମାନସରଂଜନ ବେହେରା ଅତିଥିଗଣ ଙ୍କୁ ସ୍ୱାଗତକରି ଆଜିର ବନଦିବସର ଉଦ୍ଦେଶ୍ୟ ଓ ଥିମ “ଜଙ୍ଗଲ ଓ ଅର୍ଥନୀତି” ବିଷୟରେ କହିଥିଲେ । ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା,ବନକର୍ମଚାରୀ ଚିନ୍ମୟ ପଧାନ ଓ ଟିଟିଲାଗଡ ଅଞ୍ଚଳର ଜଣେ ଭିଏସଏସ ସଭାପତି ଜଙ୍ଗଲ ସୁରକ୍ଷାର ଦିଗ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ଉପଖଣ୍ଡ ଅଞ୍ଚଳରେ ପରିବେଶ ସୁରକ୍ଷା ପାଇଁ କାମ କରୁଥିବା ସ୍କୁଲ ଓ ବନସଂରକ୍ଷଣ ସମିତିଗୁଡିକୁ ପୁରସ୍କୃତ କରାଯାଇଥିଲା । ଶେଷରେ ବଙ୍ଗୋମୁଣ୍ଡା ରେଞ୍ଜଅଫିସର ପଦ୍ମନାଭ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଏସିଏଫ ସୁମନ ମାଝୀ,ବଲାଙ୍ଗୀର ରେଞ୍ଜଅଫିସର ନବୀନକୁମାର ପଣ୍ଡାଙ୍କ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଶତାଧିକ ବନସଂରକ୍ଷଣସମିତିର କର୍ମକର୍ତ୍ତା,ବନକର୍ମଚାରୀ ଓ ସାମ୍ବାଦିକଗଣ ଯୋଗଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପୂର୍ବତନ ସାଂସଦ ନିରଞ୍ଜନ ବିଶିଙ୍କ ଆପତ୍ତି ପରେ ଖଣି ଲିଜ୍ ପୂର୍ବରୁ ବନାଧିକାର ଓ ପରିବେଶ ଆଇନ ପାଳନର ଆଶ୍ୱାସନl   14-Jul-2026
  ଜିଲ୍ଲା  
ମୟୂରଭଞ୍ଜର ବିକାଶ ଏବଂ ଉଚ୍ଚଶିକ୍ଷାର ଉତ୍କର୍ଷ ପାଇଁ ରାଜ୍ୟ ସରକାର ସଦା ସର୍ବଦା ପ୍ରତିବଦ୍ଧ : ମନ୍ତ୍ରୀ ଡାକ୍ତର ମହାପାତ୍ର   14-Jul-2026
  ରାଜ୍ୟ  
୧୫୦ ତମ ବରପାଲି ଶୀତଲ ଷଷ୍ଠୀ ଯାତ୍ରା ପାଇଁ ରୂପରେଖା ପ୍ରସ୍ତୁତ   14-Jul-2026
  ରାଜ୍ୟ  
ଜାତୀୟ ସାହିତ୍ୟ ମହୋତ୍ସବ ସେପ୍ଟେମ୍ବର ୨୬ରୁ ♦️ ଡ଼.ସତ୍ୟବ୍ରତ ଜେନା ସମ୍ପାଦକ ମନୋନୀତ   13-Jul-2026
  ଜିଲ୍ଲା  
ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ମୀନା ମଞ୍ଚ ଓ ଛାତ୍ର କ୍ୟାବିନେଟ ଗଠନ    13-Jul-2026
  ଜିଲ୍ଲା  
ଅଜବ ପରମ୍ପରା ବର୍ଷା ପାଇଁ "ବେଙ୍ଗବେଙ୍ଗୁଳି " ବାହାଘର*   13-Jul-2026
  ଜିଲ୍ଲା  
ସମଲେଇଚୁଁଆ ହତ୍ୟାକାଣ୍ଡ ର ୫ଅଭିଯୁକ୍ତ ଗିରଫ୍   13-Jul-2026
  ଜିଲ୍ଲା  
ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂଗଠନ ର ହ୍ଵାଟ୍ସପ୍ ଗ୍ରୀଭାନାସ୍ ସେଲ୍ ଉଦ୍ଘାଟନ   13-Jul-2026
  ଜିଲ୍ଲା  
ଗୁରୁ ଭଗବାନ ସାହୁଙ୍କ ଜନ୍ମ ବାର୍ଷିକୀ ଅନୁଷ୍ଠିତ   13-Jul-2026
  ଜିଲ୍ଲା  
ସିଦ୍ଧାର୍ଥ ଡିଗ୍ରୀ କଲେଜର ଯୁବ ରେଡକ୍ରସ କାର୍ଯ୍ୟାଳୟ ଉଦ୍ଘାଟନ   13-Jul-2026
  ଜିଲ୍ଲା  
ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ର ବଲାଙ୍ଗିର ଠାରେ ଗ୍ରକାକ ପରାମର୍ଶ କେନ୍ଦ୍ର ଉଦ୍ଘାଟିତ   13-Jul-2026
  ଜିଲ୍ଲା  
ସିଦ୍ଧାର୍ଥ ଜୁନିଅର କଲେଜରେ ସନ୍ଥକବି ଭୀମଭୋଇଙ୍କ ଉପରେ ଜାତୀୟ ପାଠଚକ୍ର   13-Jul-2026

You Might Also Like