-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

ବିଧାନସଭାରେ ଉଠିଲା ସୁକତେଲ ପ୍ରକଲ୍ପ ବିସ୍ଥାପିତ ଓ ଖଣିଖନନ ପ୍ରସଙ୍ଗ

19-Mar-2026



ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲାର ଦୁଇପ୍ରମୁଖ ପ୍ରସଙ୍ଗ ଯଥା ଲୋୟରସୁକତେଲ ଜଳସେଚନପ୍ରକଲ୍ପରେ ଜଳସେଚନ ଓ ବିସ୍ଥାପନସମସ୍ୟା ଏବଂ ଖଣିଖନନ ବିଷୟରେ ଓଡିଶା ବିଧାନସଭାରେ ଆଲୋଚନା ହୋଇଛି । ବଲାଙ୍ଗୀର ବିଧାୟକ କଳିକେଶନାରାୟଣ ସିଂଦେଓ ଜଳସେଚନବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଓ ଖଣି ଓ ଇସ୍ପାତମନ୍ତ୍ରୀ ବିଭୁତିଭୁଷଣ ଜେନାଙ୍କ ପ୍ରଶ୍ନ କରିଛନ୍ତି । ବିଧାୟକ ଶ୍ରୀ ସିଂଦେଓ ପ୍ରଶ୍ନକରିଥିଲେ ଯେ,ଲୋୟରସୁକତେଲ ଜଳସଚେନ ପ୍ରକଲ୍ପରେ ବ୍ୟୟଅଟକଳ କେତେ ବଢିଛି ଓ କେତେ ଜମିକୁ ଜଳସେଚନ ବ୍ୟବସ୍ଥା କରାଯାଇଛି । ଏହା ସହିତ କେତେ ବିସ୍ଥାପିତ ପରିବାରକୁ କ୍ଷତିପୂରଣ ଦେଇ ଥଇଥାନ କରାଯାଇଛି ଓ ଆଉ କେତେ ବାକି ଲୋକଙ୍କୁ ଥଇଥାନ କରିବାର ଅଛି । ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ତଥା ଜଳସେଚନ ବିଭାଗ ଦାୟିତ୍ୱରେ ଥିବା ମୋହନଚରଣ ମାଝୀ ଉତ୍ତର ରଖିଛନ୍ତି ଯେ,ଲୋୟରସୁକତେଲ ପ୍ରକଲ୍ପର ମୂଳଅଟକଳ ୨୧୭ କୋଟିରେ ଥିଲା । ତୃତୀୟଥର ପାଇଁ ଏହାର ଅଟକଳ ବଢି ଏବେ ୫୨୬୦ କୋଟି ଟଙ୍କାରେ ପହଞ୍ଚିଛି । ପ୍ରକଲ୍ପକାମ ୯୮% ସରିଛି ଓ ଆସନ୍ତା ୨୦୨୬ ଖରିଫରେ ଜିଲ୍ଲାର ୩୦,୯୬୫ ହେକ୍ଟର ଜମିକୁ ଜଳସେଚିତ କରିବାକୁ ପ୍ରସ୍ତୁତି ହୋଇଛି । ଏହି ପ୍ରକଲ୍ପରେ ମୋଟ୧୩,୬୦୭ ଏକର ଜମି ଅଧିଗ୍ରହଣ କରାଯାଇଛି । ସେଥିରେ ୧୫ଟି ଗ୍ରାମର ୫,୪୪୯ ଏକର ଜମିକୁ  ୧୮୯୪ ଜମିଅଧିଗ୍ରହଣ ଆଇନରେ ଓ ୧୪ ଗ୍ରାମର ୪,୪୪୫ ଏକର ଜମିକୁ ୨୦୧୩ ଜମିଅଧିଗ୍ରହଣ ଆଇନ ଅନୁଯାୟୀ ଅଧିଗ୍ରହଣ କରାଯାଇଛି । ମୋଟ ୨୯ ଖଣ୍ଡ ଗ୍ରାମର ୧୧,୦୨୧ ପରିବାରକୁ ବିସ୍ଥାପିତ କରାଯାଇଛି । ବାକି କୁମିଆଁପାଲି ଗ୍ରାମର ୧୧୮ଟି ଆଦିବାସୀ ପରିବାରକୁ କ୍ଷତିପୂରଣ ଦେଇ ଥଇଥାନ କରାଯିବାକୁ କାର୍ଯ୍ୟଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି । ସେହିପରି ବଲାଙ୍ଗୀର ଜିଲ୍ଲାରେ ଜଳସେଚନହାର ବଢାଇବାକୁ ୧୬ଟି ବୃହତଉଠାଜଳସେଚନ ପ୍ରକଲ୍ପ ଯାହାକି ୧୭,୯୨୮ ହେକ୍ଟର ଜମିକୁ ଜଳସେଚିତ କରିବ କାମ ଚାଲିଛି । ୧୨୫ଟି କ୍ଷୁଦ୍ରଜଳସେଚନ ପ୍ରକଲ୍ପର ଉନ୍ନୟନକାମ ସହିତ ୫୪୫ ଚେକଡ୍ୟାମ ନିର୍ମାଣ ହୋଇଥିବା ବେଳେ ଆଉ ୬ଟି ଏମଆଇପି ଓ ୬୬ ଚେକଡ୍ୟାମ ନିର୍ମାଣ ଚାଲିଛି । ଏହା ଫଳରେ ମୋଟ ୨୪ ହଜାର ହେକ୍ଟରଜମିକୁ ଜଳସେଚନ କରାଯିବ । ବଲାଙ୍ଗୀର ଜିଲ୍ଲାର ବେଲପଡାରେ ଲୋୟରଲାନ୍ଥ ଡେମ ନିର୍ମାଣକାମ ଆରମ୍ଭ ହୋଇଛି ଯାହାକି ଆଗକୁ ୩୯୯୦ ହେକ୍ଟର ଜମିକୁ ଜଳସେଚିତ କରିବ ବୋଲି ଉତ୍ତର ମିଳିଛି । ଠିକ ସେହିପରି ଖଣିଖନନ ପ୍ରସଙ୍ଗରେ କଳିକେଶ ପଚାରିଥିବା ପ୍ରଶ୍ନର ଉତ୍ତରରେ ଖଣି ଓ ଇସ୍ପାତମନ୍ତ୍ରୀ ବିଭୁତିଭୂଷଣ ଜେନା କହିଛନ୍ତି ଯେ,ବଲାଙ୍ଗୀର ଜିଲ୍ଲାରେ ଏପର୍ଯନ୍ତ କେନ୍ଦ୍ରସରକାର ସାଲେପାଲି ଗ୍ରାଫାଇଟ ବ୍ଲକ,ଭରତବାହାଲ ଗ୍ରାଫାଇଟ ଓ ମାଙ୍ଗାନିଜ ବ୍ଲକ,ଲରମ୍ଭା ଗ୍ରାଫାଇଟ ଓ ମାଙ୍ଗାନିଜବ୍ଲକ,କନାଇଟାଲ ଗ୍ରାଫାଇଟ ଓ ମାଙ୍ଗାନିଜ ବ୍ଲକ ଏବଂ ରାଜ୍ୟସରକାର ତେଲିପଦର ପିପଲମୁଣ୍ଡା ଲୁକାପଡା ଚୁନପଥର ଖଣିକୁ ନିଲାମ କରିଛନ୍ତି ବୋଲି ଉତ୍ତର ରଖିଛନ୍ତି ।  ଏପର୍ଯ୍ୟନ୍ତ ରାଜ୍ୟରେ କେନ୍ଦ୍ର ଓ ରାଜ୍ୟସରକାର ମିଶି ୧୨ଟି ଖଣି ନିଲାମ କରିସାରିଥିବା ବେଳେ ଆଉ ୧୨ଟି ଲଘୁଖଣି ନିଲାମ ପାଇଁ ଗତ ୪.୧୨.୨୦୨୫ରେ ନୋଟିସ ବାହାର କରିଛନ୍ତି । ଠିକ ସେହିପରି ୨୦୨୫-୨୬ରେ ଆଉ ୧୧ଟି ବଡ ଖଣି ନିଲାମ ପାଇଁ ଉଦ୍ୟମ ଚାଲିଛି ବୋଲି ଉତ୍ତର ରଖିଛନ୍ତି । ଲଘୁଖଣିଜ ସମ୍ପଦ ଚୋରୀ ରୋକିବାକୁ ବଲାଙ୍ଗୀର ଜିଲ୍ଲାରେ ୫୫ଟି ପଥରକ୍ୱାରୀ ଓ ସୋନପୁର ଜିଲ୍ଲାର ୪ଟି ପଥରକ୍ୱାରୀରେ ଚଢାଉ କରାଯାଇ ନୋଟିସ କରିବା ସହିତ ଫାଇନ ମଧ୍ୟ ଅଦାୟ କରାଯାଇଛି । ଠିକ ସେହିପରି ଗତ ୨୦୨୪-୨୫ରେ ବଲାଙ୍ଗୀର ସର୍କଲ ପକ୍ଷରୁ ବିଭିନ୍ନ କ୍ରସର ଉପରେ ମଧ୍ୟ ଚଢାଉ କରାଯାଇଛି ବୋଲି ଉତ୍ତର ଦିଆଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like