-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
10-Mar-2026
ନୂଆପଡ଼ା (ରାମନାଥ ପଣ୍ଡା )
ନୂଆପଡ଼ା ଜିଲ୍ଲା ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟ ବୋଡ଼େନର +୩ କଳା ଦ୍ବିତୀୟ ବର୍ଷର ଛାତ୍ରୀ ସୁଶ୍ରୀ ରଶ୍ମିତା ପାଣ୍ଡେ ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀ ଭାବରେ ଜାତୀୟ ସଂହତି ଶିବିର, ଜିଲ୍ଲା ନେତୃତ୍ୱ କର୍ମଶାଳାରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରି ତଥା ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ଏ ଅଞ୍ଚଳର ଗୌରବକୁ ଗୌରବାନ୍ଵିତ କରିଥିବାରୁ ଚଳିତ ବର୍ଷ ବୋଡ଼େନ ପଞ୍ଚାୟତ ସମିତି ତରଫରୁ ଜଣେ ଶ୍ରେଷ୍ଠ ଯୁବ ସ୍ଵେଚ୍ଛାସେବୀ ଭାବରେ ସମ୍ମାନିତ ହୋଇଛନ୍ତି । ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଠାରେ ଆୟୋଜିତ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ତାଙ୍କୁ ସମ୍ମାନୀତ କରାଯାଇଛି ।ଏତଦ୍ ବ୍ୟତୀତ ନୂଆପଡ଼ା ଜିଲ୍ଲାର ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଠାରୁ ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀ ରୂପାଳୀ ମାଝୀ,ଟିକେ ମନି ମାଝୀ,ପ୍ରିୟଙ୍କା ଛତ୍ରିଆ ଓ ଅଞ୍ଜଳି ସାହୁ ବେଟୀ ପଢ଼ାଓ ବେଟୀ ବଢ଼ାଓ ବ୍ରାଣ୍ଡ ଆମ୍ବାସାଡାର୍ ଭାବେ ଜିଲ୍ଲା ସ୍ତରରୁ ସମ୍ମାନିତ ।