-+91-9937148622 |

prerana_bgr@rediffmail.com |

  Thursday 13th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||      ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   (12-Aug-2026)       ||      ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   (12-Aug-2026)       ||      ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||     

HOME   ଜିଲ୍ଲା

ୱାର୍ଲଡ ଓଡ଼ିଶା ସୋସାଇଟି ଦ୍ୱାରା ଦିଲ୍ଲୀରେ ଶକ୍ତି ଉତ୍ସବ ଆୟୋଜିତ

08-Mar-2026



ନୂଆଦିଲ୍ଲୀ(ପ୍ରେରଣା ଖବର): ୱାର୍ଲଡ ଓଡ଼ିଶା ସୋସାଇଟି (ୱାଓସୋ) ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସକୁ 'ଶକ୍ତି ଉତ୍ସବ' ନାମରେ  ନୂଆଦିଲ୍ଲୀଠାରେ ପାଳନ କରାଯାଇଛି। ଦିଲ୍ଲୀର ଏକ ନମ୍ବର ରାଇସୀନା ମାର୍ଗ ସ୍ଥିତ ପ୍ରେସ କ୍ଲବ ଅଫ ଇଣ୍ଡିଆର ସମ୍ମିଳନୀ କକ୍ଷରେ ଏହି ଭବ୍ୟ ସମାରୋହ ହାଇବ୍ରିଡ ଢଙ୍ଗରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ବାସ୍ତବିକ ଢଙ୍ଗରେ ଯୋଗ ଦେଇଥିବା ବେଳେ ଆଭାସୀ ମଞ୍ଚ ଜରିଆରେ ସାରା ବିଶ୍ୱରୁ ବହୁ ଅଗ୍ରଣୀ ନାରୀନେତ୍ରୀ, ୱାର୍ଲଡ ଓଡ଼ିଶା ସୋସାଇଟିର କର୍ମକର୍ତ୍ତା ଓ ସଦସ୍ୟ, ପ୍ରବାସୀ ଓଡ଼ିଆ ତୁଙ୍ଗ ନେତୃବୃନ୍ଦ ଏବଂ ଭାରତର ବିଭିନ୍ନ ପ୍ରଦେଶ  ତଥା 
 ବିଦେଶରେ ଅବସ୍ଥାପିତ ଓଡ଼ିଆ ସମାଜ ଗୁଡ଼ିକର  ଛାମୁଆ ପ୍ରତିନିଧିମାନେ ସାମିଲ ହୋଇଥିବା ଦେଖା ଯାଇଥିଲା।ୱାଓସୋ ପକ୍ଷରୁ ପଞ୍ଚମ ଥର ପାଇଁ ଆୟୋଜନ କରାଯାଇଥିବା ଶକ୍ତି ଉତ୍ସବକୁ କେନ୍ଦ୍ରକରି ଉତ୍ସବ ସ୍ଥଳରେ ଉଭୟ ଆୟୋଜକ ଓ ଆଗନ୍ତୁକମାନଙ୍କ ମଧ୍ୟରେ ବେଶ ଆନନ୍ଦ, ଉଲ୍ଲାସ ଓ ଉତ୍ସାହ ପରିଲକ୍ଷିତ କରାଯାଇଥିଲା।

ସମାବେଶକୁ ସମ୍ବୋଧନ କରି ମୁଖ୍ୟବକ୍ତା ୱାଓସୋର ପ୍ରତିଷ୍ଠାତ୍ରୀ ଡଃ. ଅରୁନ୍ଧତୀ ଦେବୀ ସମାଜର ସବୁ ସ୍ତରରେ ମହିଳାମାନେ ସ୍ୱୟଂସମ୍ପନ୍ନା ହେବା ଦିଗରେ ଜୋର ଦେଇଥିଲେ।ଡଃ. ଦେବୀ ୱାଓସୋ ପକ୍ଷରୁ ମହିଳା ବର୍ଗଙ୍କୁ  ସମ୍ପନ୍ନ ଓ ସଶକ୍ତ କରିବା ନେଇ ଚାଲୁଥିବା ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। ଉତ୍ସବରେ ସ୍ୱାଗତ ଭାଷଣ ପ୍ରଦାନ କରି ୱାଓସୋର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ୱାର୍ଲଡ ଓଡ଼ିଶା ସୋସାଇଟିର ମହିଳା ସଦସ୍ୟାମାନେ ଏହି ସଂସ୍ଥାକୁ ଆରମ୍ଭ ସମୟରେ ମାତ୍ର କୋଡ଼ିଏଟି ଦେଶର ସଦସ୍ୟତାରୁ ଆଜି ଚଉସ୍ତରୀଟି ଦେଶ ପର୍ଯ୍ୟନ୍ତ ପହଞ୍ଚାଇବା ଦିଗରେ ବଳିଷ୍ଠ ଭୂମିକା ଗ୍ରହଣ କରି ଆସିଥିବା ପ୍ରକାଶ କରିଥିଲେ।  ସଭାରେ ଉଦବୋଧନ ଦେଇ ୱାଓସୋର ଉପଦେଷ୍ଟା ନଳିନୀ ରଞ୍ଜନ ମହାନ୍ତି, ପ୍ରାକ୍ତନ ରାଷ୍ଟ୍ରଦୂତ ଅମରେନ୍ଦ୍ର ଖଟୁଆ, ବରିଷ୍ଠ ପ୍ରଶାସକ ସଂଜୀବ ପାଟ୍ଟଯୋଶୀ, ଭାରତୀୟ ପ୍ରେସ କ୍ଲବର ପୂର୍ବତନ ସଭାପତି ଗୌତମ ଲହିରି, କାନବେରାରୁ ୱାଓସୋର ଉପାଧ୍ୟକ୍ଷ ଡଃ. ନଳିନୀ ପତି, ମାଞ୍ଚେଷ୍ଟରରୁ ମହାସଚିବ ଶିବ ରଞ୍ଜନ ବିଶ୍ୱାଳ,  ଟରୋଣ୍ଟୋରୁ ମହିଳା ଶାଖା ସଭାପତି ଡଃ. ସୁନନ୍ଦା ମିଶ୍ର ପଣ୍ଡା, ସାରାବିଶ୍ୱରେ ମହିଳାମାନଙ୍କ ସମ୍ମୁଖରେ ସାମ୍ପ୍ରତିକ ପରିସ୍ଥିତିରେ ଥିବା ସମସ୍ୟା ଓ ସୁଯୋଗ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ୱାଓସୋର

ସାଧାରଣ ସମ୍ପାଦକ ପୁଷ୍ପାଞ୍ଜଳି ବାରିକ ଧନ୍ଯବାଦ ଅର୍ପଣ କରିଥିଲେ। ଶକ୍ତି ଉତ୍ସବ ଅବସରରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ମହୀୟସୀ ମହିଳାମାନଙ୍କୁ ମହାନାରୀ ସମ୍ମାନ ଓ ନାରୀରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା। ରୋଟାରୀର ପୂର୍ବତନ ଜିଲ୍ଲା ଗଭର୍ଣ୍ଣର,  ସ୍ୱନାମଧନ୍ୟ ସମାଜସେବୀ ତଥା ଲୁମିନସ୍ ଇନଫୋୱେଜର ସହ ପ୍ରତିଷ୍ଠାତ୍ରୀ ଓ ସଭାପତି ଜୟଶ୍ରୀ ମହାନ୍ତି ଏବଂ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ବିଖ୍ୟାତ ଶିକ୍ଷାବିତ ପୂର୍ଣ୍ଣଶ୍ରୀ ରାଉତଙ୍କୁ ମହିଳା ସଶକ୍ତିକରଣ କ୍ଷେତ୍ରରେ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ମହାନାରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସମାଜର ବିଭିନ୍ନ କ୍ଷେତ୍ରରେ ନାରୀ ଉତ୍ଥାନ ନେଇ ମହତ୍ଵପୂର୍ଣ୍ଣ ଯୋଗଦାନ ଦେଇ ଆସୁଥିବା ପ୍ରମୁଖ ମହିଳା ଯଥା: ଡଃ. କିରଣ ଜୈନ, ସରିତା ମହାପାତ୍ର, ଡଃ. ହରପ୍ରିୟା ଧଳ, ପୂଜା ଖଣ୍ଡୁଆଳ, ଡଃ. ଚନ୍ଦନା ରାଉଳ, ସୁଜାତା ଚୌଧୁରୀ, ସବିତା ସାହୁ, ଶୁଭ୍ରଲୀନା ମହାନ୍ତି, ସ୍ନିଗ୍ଧା ଦାସ, ବନ୍ଦନା ମହାନ୍ତି, ମଧୁମିତା ନାୟକ ସାହୁ, ଦୀପିକା ମିଶ୍ର, ମୃଣ୍ମୟୀ ପ୍ରିୟଦର୍ଶିନୀ, ଅଭୀପ୍ସା ରଥ, ଦୀପାଳୀ ପାଣି,ନିବେଦିତା ଜେନା, ପ୍ରଦୋଷ କୁମାରୀ, ସଙ୍ଗୀତା ମହାନ୍ତି, ପ୍ରିୟତମା କର, ସୀମରନ୍ ଜମାନ, ଅର୍ଚ୍ଚନା ପରିଡ଼ା,ସ୍ୱପ୍ନାରାଣୀ ରାଉତ ଏବଂ ରେଣୁକା ଜେନା ପ୍ରମୁଖଙ୍କୁ ନାରୀରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା। ବେଙ୍ଗାଲୁରୁସ୍ଥିତ ବରିଷ୍ଠ ସାମ୍ବାଦିକ ରଞ୍ଜନ ଆଚାର୍ଯ୍ୟ ଏବଂ  ବି .ଏମ୍. ଫାଉଣ୍ଡେସନର ପ୍ରତିଷ୍ଠାତା ବ୍ରଜ ପଣ୍ଡାଙ୍କୁ ମହିଳା ସଶକ୍ତିକରଣ ନେଇ ତାଙ୍କର ବିଶେଷ ଯୋଗଦାନ ଯୋଗୁଁ ଏହି ଅବସରରେ ସ୍ୱତନ୍ତ୍ର ଭାବରେ ସମ୍ବର୍ଦ୍ଧିତ

କରାଯାଇଥିଲା।

ସୁଦକ୍ଷ ଉପସ୍ଥାପିକା ପ୍ରତିମା ଶର୍ମା ସମଗ୍ର କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଞ୍ଚାଳନ କରିଥିଲେ । ନନ୍ଦନ ଦ୍ବିବେଦୀ ଓ ଅଙ୍କିତ ମୌର୍ଯ୍ୟ ଡିଜିଟାଲ କକ୍ଷକୁ ଦକ୍ଷତାର ସହିତ ପରିଚାଳନା କରିଥିଲେ। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ବଦ୍ରି ମହାପାତ୍ର, ସୁଧୀର କୁମାର ଦାଶ,ସଂଗ୍ରାମ ମିଶ୍ର, ମନ୍ମଥ କୁମାର ରାଉତ,ତନ୍ମୟ ମହାନ୍ତି, ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର ମିଶ୍ର, ନିଗମାନନ୍ଦ ପୃଷ୍ଟି, ସଂଜୀବ ଆଚାର୍ଯ୍ୟ, ସଂଗ୍ରାମ ପାଢ଼ୀ, ଉମାକାନ୍ତ ଜେନା, ରବି ପାଣି, ବିଷ୍ଣୁ ପ୍ରଧାନ, ଅନିନ୍ଦିତା ଦାସ, ବିନାୟକ ଦାସ, ବିମଳ ଭଲ, ସତ୍ୟ ନାରାୟଣ ସାହୁ, ଅକ୍ଷୟ ମହାନ୍ତି , ହୃଷୀକେଶ ପାତ୍ର,  ଡଃ.  ତପନ ମହାନ୍ତ, ଡଃ. ସ୍ମୃତି ରଞ୍ଜନ ନାୟକ,  ଜ୍ଞାନ ପ୍ରକାଶ ଜେନା, ଡଃ.  ନିବେଦିତା ଗିରି, ଆଚାର୍ଯ୍ୟ ଅଭିମନ୍ୟୁ, ରୀତା ପାତ୍ର, ଶ୍ରୀମନ୍ତ ବିଶ୍ୱାଳ, 
ସୁରଞ୍ଜିତା ରଣା ଓ ଆଦିତ୍ୟ ପାତ୍ର ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।
 


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   12-Aug-2026
  ଜିଲ୍ଲା  
ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   12-Aug-2026
  ଜିଲ୍ଲା  
ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    12-Aug-2026
  ଜିଲ୍ଲା  
ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   12-Aug-2026
  ଜିଲ୍ଲା  
ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   12-Aug-2026
  ଜିଲ୍ଲା  
ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   12-Aug-2026
  ଜିଲ୍ଲା  
ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   11-Aug-2026
  ଜିଲ୍ଲା  
ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   11-Aug-2026
  ଜିଲ୍ଲା  
ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା   11-Aug-2026

You Might Also Like