-+91-9937148622 |

prerana_bgr@rediffmail.com |

  Thursday 13th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||      ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   (12-Aug-2026)       ||      ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   (12-Aug-2026)       ||      ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||     

HOME   ଜିଲ୍ଲା

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ

07-Mar-2026



ବଲାଙ୍ଗିର(ଦେବାଶିଷ ବହିଦାର): ଓଡ଼ିଶା ସରକାରଙ୍କ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା.ମୁକେଶ ମହାଲିଙ୍ଗ ଆଜି ଡିଏଫଓ ସମ୍ମିଳନୀ କକ୍ଷରେ ଆୟୋଜିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଯୋଗଦେଇ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ । ବୈଠକରେ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ମହିଳା ଓ ଶିଶୁ ବିକାଶ, ସାମାଜିକ ସୁରକ୍ଷା ଓ

ଭିନ୍ନକ୍ଷମ ସଶକ୍ତିକରଣ, ଗ୍ରାମ୍ୟ ଉନ୍ନୟନ, ଜଳ ସମ୍ପଦ, ଜଙ୍ଗଲ ଓ ପରିବେଶ ଏବଂ ପର୍ଯ୍ୟଟନ ଆଦି ବିଭାଗର ପ୍ରମୁଖ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ଏହି ବୈଠକରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଟିଟିଲାଗଡ ବିଧାୟକ ନବୀନ କୁମାର ଜୈନ, ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର, ଅତିରିକ୍ତ ଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତରଣୀ ସୁନା ପ୍ରମୁଖ ମଞ୍ଚାସୀନ ଥିଲେ । ବୈଠକରେ, ସମ୍ପୂର୍ଣ୍ଣ ହୋଇଥିବା ଏବଂ ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ବିଶେଷ କରି ଜିଲ୍ଲାର ବିଭିନ୍ନ ବିଭାଗ ଅଧୀନରେ ହେଉଥିବା ଗୁରୁତ୍ୱପୂର୍ଣ୍ଣ ଉନ୍ନତିମୂଳକ ପ୍ରକଳ୍ପ ଗୁଡିକର ଅଗ୍ରଗତିର ମୂଲ୍ୟାୟନ କରାଯାଇଥିଲା। ଜିଲ୍ଲାରେ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା କ୍ଷେତ୍ରରେ କିଭଳି କାର୍ଯ୍ୟ କରାଯାଉଛି ସେ ବାବଦରେ ସବିଶେଷ ଆଲୋଚନା କରାଯାଇଥିଲା । ସେହିଭଳି ପୂର୍ତ୍ତ ବିଭାଗ ଅଧୀନରେ ହେଉଥିବା ମେଗା ପ୍ରକଳ୍ପର ଅଗ୍ରଗତିର ମଧ୍ୟ ମୂଲ୍ୟାୟନ କରାଯାଇଥିଲା । ମାନ୍ୟବର ମନ୍ତ୍ରୀ କହିଥିଲେ, ବଲାଙ୍ଗିର ଜିଲ୍ଲାକୁ ରାଜ୍ୟ ସରକାର ସ୍ଵତନ୍ତ୍ର ଜିଲ୍ଲା ଭାବେ ଘୋଷଣା କରି ଏହାର ସଂପୂର୍ଣ୍ଣ ବିକାଶ ଉପରେ ଗୁରୁତ୍ଵ ଦେଉଛନ୍ତି । ତେଣୁ

ଜିଲ୍ଲାରେ ବାଇପାସ୍ ରାସ୍ତା, ଉନ୍ନତ ଶିକ୍ଷା, ପର୍ଯ୍ୟଟନସ୍ଥଳୀର ବିକାଶ, ଜଳସେଚନର ସୁବ୍ୟବସ୍ଥା ଓ ଶୁଦ୍ଧ ପାନୀୟ ଜଳ ଯୋଗାଣ ଆଦି ପ୍ରକଳ୍ପ ଗୁଡିକୁ ଅଗ୍ରାଧିକାର ଦେଇ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାବ୍ୟତୀତ, ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ସମୟାନୁବର୍ତ୍ତୀ ସମାପ୍ତି ପାଇଁ ଅଧିକାରୀମାନଙ୍କୁ କ୍ଷେତ୍ର ପରିଦର୍ଶନ କରିବାକୁ ଏବଂ କାର୍ଯ୍ୟର ଅଗ୍ରଗତି ଉପରେ କଠୋର ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   12-Aug-2026
  ଜିଲ୍ଲା  
ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   12-Aug-2026
  ଜିଲ୍ଲା  
ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    12-Aug-2026
  ଜିଲ୍ଲା  
ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   12-Aug-2026
  ଜିଲ୍ଲା  
ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   12-Aug-2026
  ଜିଲ୍ଲା  
ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   12-Aug-2026
  ଜିଲ୍ଲା  
ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   11-Aug-2026
  ଜିଲ୍ଲା  
ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   11-Aug-2026
  ଜିଲ୍ଲା  
ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା   11-Aug-2026

You Might Also Like