-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
27-Feb-2026
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରାମହରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ସ୍ଥିତ ସ୍ୱାମୀ ବିବେକାନନ୍ଦ ଆଦର୍ଶ ବିଦ୍ୟାଳୟରେ ଆଜି ବାର୍ଷିକ ଉତ୍ସବ 'ମହକ' ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ସାମାଜିକ କର୍ମୀ ତଥା ଶିଶୁ ଅଧିକାର କର୍ମୀ ଘାସିରାମ ପଣ୍ଡା, ସମ୍ମାନିତ ଅତିଥିଭାବେ ଅଭିନେତା ତଥା ନିର୍ଦେଶକ ଡ଼ ଆଶୁତୋଷ ମିଶ୍ର,ସଂସ୍କୃତ ଅଧ୍ୟାପକ ବୌଦ୍ଧ ମହାବିଦ୍ୟାଳୟ ପ୍ରତାପ କୁମାର ରଥ, ସ୍ଥାନୀୟ ସରପଞ୍ଚ ଜୟଶ୍ରୀ ଦେହୁରୀ, ଅବସରପ୍ରାପ୍ତ ଶିକ୍ଷକ ରତ୍ନାକର ବିଶ୍ୱାଳ, 'ସିୟା' ସଂଗଠନ ର କାର୍ଯ୍ୟକାରୀ ସଭାପତି ସୁଶାନ୍ତ ଭୋଇ ଯୋଗ ଦେଇଥିଲେ। ବିଦ୍ୟାଳୟ ର ପ୍ରତିଷ୍ଠାତା ରାଧେଶ୍ୟାମ ପାଣ୍ଡେ ବାର୍ଷିକ ବିବରଣୀ ପଠନ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରାରମ୍ଭ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ। ଶେଷରେ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।