-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
27-Feb-2026
କାଲିମେଳା(ସନ୍ତୋଷ କୁମାର ପଣ୍ଡା): ମାଲାକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଲୁଗେଲ ଧାନମଣ୍ଡିରେ ଧାନ ଉଠାଣ ବିଳମ୍ବ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି। ୩୦ ଦିନରୁ ଅଧିକ ସମୟ ହେବା ସତ୍ତ୍ୱେ ଅନେକ ଚାଷୀଙ୍କ ଧାନ ମଣ୍ଡିରୁ ଉଠିପାରିନାହିଁ। ସାପ୍ତାହିକ ସଂଗ୍ରହ ଟାର୍ଗେଟ କମ୍ ଥିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି।ଚାଷୀମାନଙ୍କ କହିବା ଅନୁସାରେ, ପୂର୍ବବର୍ଷଗୁଡ଼ିକରେ ସପ୍ତାହକୁ ପ୍ରାୟ ୩୦୦୦ କୁଇଣ୍ଟାଲ ଧାନ ଉଠୁଥିଲା। କିନ୍ତୁ ଏବର୍ଷ ସେହି ପରିମାଣ କମି ୧୪୦୦ କୁଇଣ୍ଟାଲରେ ସୀମିତ ରହିଛି। ଗତବର୍ଷ ଏହି ମଣ୍ଡିରେ ପ୍ରାୟ ୪୦ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ହୋଇ
ଥିଲା, ଯେତେବେଳେ ଚଳିତ ବର୍ଷ ଏପର୍ଯ୍ୟନ୍ତ କେବଳ ୧୭ ହଜାର କୁଇଣ୍ଟାଲ ଧାନ କ୍ରୟ ହୋଇଛି।ମଣ୍ଡି ପ୍ରାଙ୍ଗଣରେ ଧାନ ଢେର ହୋଇ ରହିଥିବାବେଳେ ନିକଟରେ ହୋଇଥିବା ବର୍ଷା ଚାଷୀଙ୍କ ଦୁର୍ଭୋଗକୁ ଦୁଗୁଣ କରିଛି। ଖୋଲା ଆକାଶ ତଳେ ରଖାଯାଇଥିବା ଧାନ ଭିଜି କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି।ସମସ୍ୟା ସମାଧାନ ପାଇଁ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ସାପ୍ତାହିକ ଟାର୍ଗେଟ ବୃଦ୍ଧି ପାଇଁ ଅନୁରୋଧ କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଟାର୍ଗେଟରେ ପରିବର୍ତ୍ତନ ହୋଇ ନଥିବାରୁ ଅସନ୍ତୋଷ ତୀବ୍ର ହୋଇଛି। କେତେକ ଚାଷୀ ଖୋବର ସହ କହିଛନ୍ତି, ଯଦି ଶୀଘ୍ର ଉପାୟ ନ ନିଆଯାଏ, ତେବେ ଆନ୍ଦୋଳନର ପଥ ଅବଲମ୍ବନ କରିବେ।କୃଷି ହିଁ ଏଠାରେ ଅଧିକାଂଶ ପରିବାରଙ୍କ ଜୀବିକା ହେବାରୁ ଧାନ କ୍ରୟ ବିଳମ୍ବ ସେମାନଙ୍କ ଆର୍ଥିକ ସ୍ଥିତିକୁ ଗଭୀର ପ୍ରଭାବିତ କରୁଛି। ତୁରନ୍ତ ସାପ୍ତାହିକ ଟାର୍ଗେଟ ବୃଦ୍ଧି ସହ ସୁଚାରୁ ଉଠାଣ ବ୍ୟବସ୍ଥା ପାଇଁ ଚାଷୀମାନେ ଦାବି କରିଛନ୍ତି।