-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
26-Feb-2026
କଣ୍ଟାବାଞ୍ଜି(ମୋହନ ସୁନା): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା କନ୍ଦବାହାଲ ରେ ଘଟିଛି ଅଜବ ଘଟଣା। ବୁଧବାର ଥିଲା ବାହାଘର, ଆଉ କିଛି ସମୟ ପରେ ବାଣ ଫୁଟାଇ ବରଯାତ୍ରୀ ଆସି ଦୁହେଁ ବିବାହ କରିଥାନ୍ତେ,। କିନ୍ତୁ ବରଯାତ୍ରୀ ଆସିବା ଆଗରୁ ପ୍ରେମିକାକୁ ନେଇ ଫେରାର ମାରିଲା ବର । ସୂଚନାଯୋଗ୍ୟ ଯେ କନ୍ଧବାହାଲ ଗାଁ ର ପବିତ୍ର ବନଛୋର ଙ୍କ ଝିଅ ମୁରିବାହାଲ ବ୍ଲକ ସାଲେପଡା ନୂଆପଡା ଗାଁ ର ନୀଳାଚଳ ଛତ୍ରୀଆ ଙ୍କୁ ବୁଧବାର ବିବାହ ଥିଲା । ଆଉ କିଛି ସମୟ ପରେ ପିନ୍ଧାନୀ ହୋଇ ବାହାଘର ହେବାର ଥିଲା। କିନ୍ତୁ ବର ଘର ପରିବାର ଲୋକେ ପିନ୍ଧାନୀ କରିବାକୁ କନ୍ୟା ଘରକୁ ନ ଆସିବାରୁ କନ୍ୟାର ବାପା ବର ଘର ପରିବାର ଲୋକଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ। ପ୍ରେମିକାକୁ ନେଇ ଫେରାର ମାରିବା କଥା କହିଥିଲେ ବର ର ବାପା ଫଳରେ କନ୍ୟା ଘର ପରିବାର ଲୋକେ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବରଘର ପରିବାର ଲୋକଙ୍କ ପାଇଁ ମାଂସ, ଭୋଜିଭାତର ଆୟୋଜନ କରିଥିଲେ। ବର ପାଇଁ ମୋଟର ସାଇକେଲ ଏପରିକି ସବୁ ପ୍ରକାର ଜିନିଷ ପାଇଁ ପାଞ୍ଚ ଲକ୍ଷ ଖର୍ଚ୍ଚ କରିଥିଲେ। ଏନେଇ କନ୍ୟାଙ୍କ ବାପା ପବିତ୍ର ବନଛୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାର କରି ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ ବୋଲି ଜଣାପଡିଛି।