-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
26-Feb-2026
ଲୋଇସିଂହା, (ବିନୋଦ ଦୀପ) ଭିନ୍ନକ୍ଷମ ଙ୍କ ପାଇଁ ସୁବିଧାରେ ସାର୍ଟିଫିକେଟ ପାଇବାକୁ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ବ୍ଲକ ସ୍ତରରେ ହେଉଅଛି । ହେଲେ ଚଳିତ ବର୍ଷ ଏହାର ଓଲଟା ଦେଖିବାକୁ ମିଳିଥିଲା ଲୋଇସିଂହା ବ୍ଲକ ରେ l ଏହି କାର୍ଯ୍ୟକ୍ରମ ଲୋଇସିଂହା ବ୍ଲକ ପରିସର ରେ ଅନୁଷ୍ଠିତ ହୋଇଥିଲା l ବ୍ଲକ ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ କେବଳ ପଞ୍ଜିକରଣ କରାଯିବାର ଦେଖିବାକୁ ମିଳିଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ଲୋଇସିଂହା ବିଡ଼ିଓ ଅକ୍ଷୟପାଣି ଉଡ୍ଡୁ , ଡିଏସଏସଓ ମଦନଜିତ ହୋତା, ସାଂସଦ ଙ୍କ ପ୍ରତିନିଧି ବାଲକୃଷ୍ଣ ଧରୁଆ, ଏସଏସଏସଓ ସସ୍ମିତା ହୋତା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଥିଲେ। ଉକ୍ତ ଶିବିର ରେ ଡାକ୍ତର ଦେଖିବାକୁ ମିଳିନଥିବା ବେଳେ କେବଳ ପଞ୍ଜିକରଣ କରାଗଲା l ଯାହାଦ୍ୱାରା ଉପସ୍ଥିତ ଥିବା କିଛି ଭିନ୍ନକ୍ଷମ ଅସନ୍ତୋଷ ପ୍ରକାଶ କରିଥିଲେ l ଅବ୍ୟବସ୍ଥା ରେ ସାମର୍ଥ୍ୟ ଶିବିର ଟି ଆୟୋଜନ ହୋଇଥିଲା l ପ୍ରଚାର ପ୍ରସାର ର ଅଭାବ ଯୋଗୁଁ ଭିନ୍ନକ୍ଷମ ଙ୍କ ସଂଖ୍ୟା କମ ଦେଖିବାକୁ ମିଳିବା ସହ ଚୌକି ଖାଲି ପଡ଼ିଥିଲା l ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାକୁ ଦାବୀ ହେଉଛି l