-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
25-Feb-2026
ସୋନପୁର (ମନୋରଞ୍ଜନ ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲାରେ ଏଫସିଆଇକୁ ୨୦୨୪-୨୫ ବର୍ଷ ପାଇଁ KMS ଚାଉଳ ଯୋଗାଣ ପ୍ରକ୍ରିୟା ୬ ଫେବୃୟାରୀ ରୁ ସମ୍ପୂର୍ଣ୍ଣ ବନ୍ଦ ହୋଇଥିବା ସମସ୍ୟା ଉପରେ ଆଜି ସୁବର୍ଣ୍ଣପୁର ଜିଲ୍ଲାର ରାଇସ ମିଲର୍ସ ସଂଘ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆସୋସିଏସନ୍ ପକ୍ଷରୁ ଲିଖିତ ଭାବେ ଜଣାଇଛନ୍ତି ଯେ ୨୦୨୪-୨୫ ର ରବି ମାସରେ ୧୮,୮୨,୯୯୨.୪୨ କ୍ୱିଣ୍ଟାଲ ଧାନ ସଂଗ୍ରହ କରଯାଇଥିବା ବେଳେ ୮,୬୩,୯୩୧.୨୩ କ୍ୱିଣ୍ଟାଲ ଚାଉଳ ଯୋଗାଇଛନ୍ତି ଯାହା ପ୍ରାୟ ୬୭% ଏବଂ ୪,୧୬,୫୦୩.୬୨ କ୍ଵିଣ୍ଟାଲ ବର୍ତ୍ତମାନ ପର୍ଯ୍ୟନ୍ତ ଯୋଗାଣ କରିନାହାନ୍ତି । ପୂର୍ବ କାର୍ଯ୍ୟଦକ୍ଷତାକୁ ଦେଖିଲେ ୨୦୨୪-୨୫ ବର୍ଷର ଶତ ପ୍ରତିଶତ ଚାଉଳ ଯୋଗାଣ ପାଇଁ ଆଉ ୩ ମାସ ସମୟ ଲାଗିବ। ଭାରତ ସରକାର ୨୦୨୬ ଏପ୍ରିଲ ସୁଦ୍ଧା ୨୦୨୪-୨୫ ର CMR ଯୋଗାଣ ପାଇଁ ସମୟସୀମା ଧାର୍ଯ୍ୟ କରିଛନ୍ତି। କିନ୍ତୁ ବର୍ତ୍ତମାନ ସୁବର୍ଣ୍ଣପୁର ଜିଲ୍ଲାର FCI କୁ ଚାଉଳ ଯୋଗାଣ ୬ ଫେବୃୟାରୀ ରୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଇଛି । ଯେତେବେଳେ ଆମର ପଡ଼ୋଶୀ ଜିଲ୍ଲା ବରଗଡ଼ ଏବଂ ସମ୍ବଲପୁରରେ ଏଫସିଆଇ ଚାଉଳ ଯୋଗାଣ ନିୟମିତ ଭାବରେ ଜାରି ରହିଛି। ଏହି ସମ୍ପର୍କରେ ଫେବୃଆରୀ ୧୬ ତାରିଖରେ ସୁବର୍ଣ୍ଣପୁରର CCSOଙ୍କୁ ମିଲର୍ସ ପ୍ରତିନିଧିତ୍ୱ ଦାଖଲ କରିଥିଲେ ଏବଂ ମିଲର ସଂଘର ସଦସ୍ୟମାନେ OSCSC ଲିମିଟେଡର ପରିଚାଳନା ନିର୍ଦ୍ଦେଶକଙ୍କୁ ଭେଟିଥିବା ବେଳେ ସେ କହିଥିଲେ ଯେ ଚାଉଳ ବିତରଣ ଗୋଟିଏ ସପ୍ତାହ ମଧ୍ୟରେ ପୁଣି ଆରମ୍ଭ ହେବ। ରାଜ୍ୟ ସ୍ତରରେ ୧୬ ତମ ପ୍ରୁଡେଣ୍ଟ ପ୍ଲାନ୍ କମିଟି ବୈଠକ ଫେବୃୟାରୀ ୨୦ ରେ ହୋଇଥିଲା ବେଳେ ଏଫସିଆଇ ଚାଉଳ ବିତରଣ ଲକ୍ଷ୍ୟ ୮ଟି ଜିଲ୍ଲାକୁ ଦିଆଯାଇଛି କିନ୍ତୁ ସେଥିରେ ସୁବର୍ଣ୍ଣପୁର ଜିଲ୍ଲାର ନାଁ ନ ଥିବା ଦୁର୍ଭାଗ୍ୟ ବୋଲି ସଂଘ ମତ ରଖିଛି। ମିଲର୍ ସମୂହ ଜିଲ୍ଲା ପ୍ରଶାସନ କୁ ରାଜ୍ୟ ସରକାର ଙ୍କୁ ଧାନ ସଂଗ୍ରହ କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିଥିଲେ ମାତ୍ର ୨୦୨୫-୨୬ ବର୍ଷ ପାଇଁ ଖରିଫରେ ୩୭,୬୮,୪୦୩.୨୧ କ୍ୱିଣ୍ଟାଲ ଧାନ ସଫଳତାର ସହ ସଂଗ୍ରହ କରାଯାଇଛି। ଧାନ ମିଲିଂ କାର୍ଯ୍ୟ ଆରମ୍ଭ ହୋଇନାହିଁ ଏବଂ ଗୋଦାମ ଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଭର୍ତ୍ତି ଥିବା କହିଛନ୍ତି । ୨୦୨୫-୨୬ ବର୍ଷ ପାଇଁ ରବି ଫସଲ ମେ, ୨୦୨୬ ରୁ ଖୁବ୍ ଶୀଘ୍ର ଆରମ୍ଭ ହେବ ଏବଂ ଆମ ପାଖରେ ଧାନ ରଖିବା ପାଇଁ ଏବେ କୌଣସି ଜାଗା ନାହିଁ। ଧାନର ଗୁଣବତ୍ତା ହ୍ରାସ ପାଇବା ସହିତ, ଆମର ଚାଉଳ ମିଲ୍ ବନ୍ଦ ହେବା ଦ୍ୱାରା ପ୍ରତ୍ୟେକ ଚାଉଳ ମିଲ୍ ସହିତ ଜଡିତ ପାଞ୍ଚ ହଜାର ରୁ ଅଧିକ ପରିବାରଙ୍କ ଜୀବିକା ମଧ୍ୟ ଖୁବ୍ ପ୍ରଭାବିତ ହେଉଛି ବୋଲି କହିଥିଲେ l ତେଣୁ ଜିଲ୍ଲାପାଳ ଙ୍କୁ ଓ ବିଭାଗୀୟ ଉପରିସ୍ଥ ସମସ୍ତ ଅଧିକାରୀ ଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି l ଯାହା ଦ୍ଵାରା FCI କୁ CMR ବିତରଣ ଶୀଘ୍ର ପୁନଃ ଆରମ୍ଭ ହୋଇପାରିବ। ଯଦି ଆସନ୍ତା ସପ୍ତାହ ମଧ୍ୟରେ ଚାଉଳ ବିତରଣ ପୁନଃ ଆରମ୍ଭ ନହୁଏ ତେବେ ସଂଘ ର ଆଗାମୀ ଏକ୍ସନ୍ ବା କାର୍ଯ୍ଯପନ୍ଥା ଉପରେ ଯାହା ନିଷ୍ପତି ହେବ ଆମେ ମିଡିଆ ଙ୍କୁ ଜଣାଇବୁ ବୋଲି ରାଇସ ମିଲର୍ସ ଆଶିଷ ବାବୁ ଆଜି ଗଣମାଧ୍ୟମ ସମ୍ମୁଖ ରେ ପ୍ରତିକ୍ରିୟା ରଖିଛନ୍ତି। ପ୍ରକାଶ ଥାଉ କି ଯେ ୨୦୦୮/୨୦୧୦ ରେ ଏଭଳି ପରିସ୍ଥିତି ସୃଷ୍ଟି ହେବାରୁ ରାଇସ ମିଲ ସବୁ ବୁଡି ଯାଇଥିଲା l ଓ ସରକାର୍ ଙ୍କୁ ଚାଉଳ ଦେଇ ନ ପାରି ଥିବାରୁ ସରକାର ସବୁ ମିଲ ଗୁଡ଼ିକ ରେଡ କରି କଲେ l ସେଥିପାଇଁ ସରକାର ଯେ କୌଣସି ଜାଗାରେ ଯେ କୌଣସି ପ୍ରକାରେ ଚାଉଳ ଦେବାକୁ କହିବେ ଆମେ ଚାଉଳ ଦେବାକୁ ପ୍ରସ୍ତୁତ ବୋଲି ସଂଘ କର୍ମକର୍ତ୍ତା ପ୍ରକାଶ କରିଛନ୍ତି l