-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
25-Feb-2026
ନୂଆପଡ଼ା (ରାମନାଥ ପଣ୍ଡା )
ସାରା ଦେଶରେ ଆଜିର ଦିନଟିକୁ ଭାରତୀୟ ମଜଦୂର ସଂଘ ଶ୍ରମିକଙ୍କ ଉଦ୍ଦେଶ୍ୟରେ ପ୍ରତିବାଦ ଦିବସ ରୂପେ ପାଳିତ କରିଥିବାବେଳେ ବି ଏମ ଏସ ନୂଆପଡ଼ା ଜିଲ୍ଲା ଶାଖା ପକ୍ଷରୁ ମଧ୍ୟ ଜିଲ୍ଲା ସଭାପତି ପ୍ରଦୀପ କୁମାର ଦଣ୍ଡସେନା ଓ ସମ୍ପାଦକ ବାବୁଲାଲ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦୀଙ୍କୁ ଜିଲ୍ଲାପାଳଙ୍କ ମାଧ୍ୟମରେ ଶ୍ରମିକମାନଙ୍କର ଦୀର୍ଘ ଦିନର ବିଭିନ୍ନ ସମସ୍ୟା ଓ ଦାବି ଗୁଡ଼ିକର ସମାଧାନ ସମ୍ବନ୍ଧେ ଦାବିପତ୍ର ପ୍ରଦାନ କରାଯାଇଛି ।ଓଡ଼ିଶାର ଶ୍ରୀଜଗନ୍ନାଥ ଧାମ ପୁରୀ ଠାରେ ଅନୁଷ୍ଠିତ ୨୧ତମ ଅଖିଳ ଭାରତୀୟ ଅଧିବେଶନରେ ପାରିତ ପ୍ରସ୍ତାବ ଅନୁସାରେ ନିମ୍ନ ଲିଖିତ ଶ୍ରମିକ ସମସ୍ୟା ପ୍ରଧାନ ମନ୍ତ୍ରୀଙ୍କୁ ଆଜିର ଦାବୀ ମାଧ୍ୟମରେ ଅବଗତ କରାଯାଇଛି ।ଦାବୀ ସମୂହ - ଅନ୍ୟୋଦୟର ଭାବନା ଅନୁସାରେ ଶ୍ରମ ଆଇନ କଡାକଡି ଲାଗୁ କରାଯାଉ,ଶିଳ୍ପ ସମ୍ପର୍କ କୋଡ ୨୦୨୦ ଓ ବୃତ୍ତି ଗତ ସୁରକ୍ଷା,ସ୍ବାସ୍ଥ୍ୟ ଏବଂ କାର୍ଯ୍ୟ ସ୍ଥିତି କୋଡ ୨୦୨୦ ରେ ଥିବା ଶ୍ରମିକ ବିରୋଧୀ ନିୟମକୁ ସଂଶୋଧନ କରାଯାଉ,ଭାରତୀୟ ଶ୍ରମ ସମ୍ମିଳନୀ କରାଯାଉ,ସମସ୍ତ ସ୍କିମ ୱାର୍କର ମାନଙ୍କର ମାସିକ ପାରିଶ୍ରମିକ ବୃଦ୍ଧି କରାଯାଉ, ଇ ପି ଏସ ୯୫ ରେ ଥିବା ସର୍ବନିମ୍ନ ପେନସନ ୧୦୦୦ ରୁ ୭୫୦୦ ଟଙ୍କାକୁ ବୃଦ୍ଧି ସହିତ ମହଙ୍ଗା ଭତ୍ତା ପ୍ରଦାନ କରାଯାଉ,ବିଭିନ୍ନ ସରକାରୀ ସଂସ୍ଥାରେ ବକେୟା ଥିବା ମଜୁରୀ ପ୍ରଦାନ କରାଯାଉ,ବ୍ୟାଙ୍କିଙ୍ଗ ଶିଳ୍ପରେ ୫ ଦିନିଆ କାର୍ଯ୍ୟ ସପ୍ତାହ ପ୍ରଚଳନ କରାଯାଉ,ଶ୍ରମିକଙ୍କ ସୁବିଧା ପାଇଁ ଇ ଏସ ଆଇ ଏବଂ ଇ ପି ଏଫ୍ ରେ ଥିବା ସୀମା ବୃଦ୍ଧି କରାଯାଉ,ବର୍ତ୍ତମାନର ମଜୁରୀ ସ୍ତର ସହିତ ସମାନତା ରଖି ବୋନସ ପ୍ରଦାନ ଆଇନ ୧୯୬୫ ଅନୁଯାୟୀ ବୋନସ ସୀମାକୁ ବୃଦ୍ଧି କରାଯାଉ ,ଭାରତୀୟ ସମ୍ବିଧାନ ଧାରା ୧୪,୧୫,୧୬ ଏବଂ ୨୧ ଅନୁଯାୟୀ ସ୍କିମ୍ ୱର୍କର ଓ ଚୁକ୍ତି ଭିତ୍ତିକ ଶ୍ରମିକ ମାନଙ୍କୁ ନିୟମିତ କରାଯାଉ ,ଏବଂ ସାଧାରଣ ନିଯୁକ୍ତି ଉପରେ ଥିବା ନିଷେଧାଦେଶ କୁ ତୁରନ୍ତ ହଟାଯାଇ ଚାକିରିର ସୁରକ୍ଷା ସହିତ ଗ୍ୟାରେଣ୍ଟି ଯୁକ୍ତ ନିଯୁକ୍ତି ନିଶ୍ଚିତ କରନ୍ତୁ ଯାହାଦ୍ଵାରା ସେବା ସର୍ତ୍ତାବଳୀରେ ଥିବା ଅନିଶ୍ଚିତତା ଓ ଅସୁରକ୍ଷିତତା ଦୂର ହୋଇପାରିବ ।ଏହି ସମସ୍ତ ଦାବି ଗୁଡ଼ିକୁ ଗୁରୁତ୍ଵ ଦେଇ ସକାରାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନ ମନ୍ତ୍ରୀଙ୍କ ଉପରେ ଭାରତୀୟ ମଜଦୂର ସଂଘ ଆଶା କରୁଛି ।