-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
25-Feb-2026
ବିନିକା(ହିମାଂଶୁ ଶେଖର ପୁଟେଲ) ଜୟ ମାଁ ମାହେଶ୍ୱରୀ କି ଜୟ ଧ୍ୱନି ସାରା ଫୁଲମୁଠି ଗ୍ରାମର ଗଲି କନ୍ଧିରେ ଗୁଞ୍ଜରଣ ହେଉଛି ।ଆଉ ଦିନକ ପରେ ଅର୍ଥାତ ଗୁରୁବାର ଦିନ ନବନିର୍ମିତ ମନ୍ଦିରରେ ଇଷ୍ଟଦେବୀ ମାଁ ମାହେଶ୍ୱରୀ ସବୁଦିନ ପାଇଁ ବିରାଜମାନ କରିବେ ।ମାଁ ଙ୍କ ମନ୍ଦିର ପ୍ରବେଶ ଓ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଭକ୍ତମାନେ ଅନେଇ ରହିଥିବା ବେଳେ ଆଖ ପାଖ ଅଂଚଳରେ ଏକ ପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି।ଆଜି ମନ୍ଦିର ପ୍ରତିଷ୍ଠା ଉତ୍ସବର ଚତୁର୍ଥ ଦିବସ,ଜୂପ ରେ ଜୁପ କଳସ ଆଣି ହରିଦ୍ରା ଜିଭିସେକ,ତୟୀଲାଦି ଜିଭିସସେକ ସହ କଳସ ନ୍ୟାସ, ଜୂପ ନ୍ୟାସ,ନିଦ୍ରାଦେବୀ ପୂଜା ସହ କୁପ ମହାରାଜଙ୍କୁ ଶୟନ କରାଯାଇଥିଲା ମନ୍ଦିର ନ୍ୟାସ କରି ମନ୍ଦିରର ଅଙ୍ଗ ପ୍ରତ୍ୟଙ୍ଗ ପୂଜାର୍ଚ୍ଚନା ପରେ ଇଷ୍ଟଦେବୀ ମାଁ ମାହେଶ୍ୱରୀ ଙ୍କ ସିଂହାସନ ପ୍ରତିଷ୍ଠା କରାଯାଇଥିଲା ଏଥିରେ ମୁଖ୍ୟ ଆଚାର୍ଯ୍ୟ ଭାବେ ବାସୁଦେବ ହୋତା,ସହଯୋଗୀ ପୂଜକ ଭାବେ ଯୁଧିଷ୍ଟିର ଦାଶ,ଦେବାନନ୍ଦ ହୋତା,ଅଭିନାସ ମିଶ୍ର,ଦାମୋଦର ନନ୍ଦ,ବିଷ୍ଣୁ ପଣ୍ଡା ଦାୟିତ୍ଵ ନିର୍ବାହ କରିଥିବା ବେଳେ ମାଁ ଙ୍କ ପୂଜକ ଭାବେ ମୋହନ ଦେହେରୀ କାର୍ଯ୍ୟ ତୁଲାଇଥିଲେ। ସେହିପରି ମନ୍ଦିର ପ୍ରତିଷ୍ଠା ଉତ୍ସବର ମୁଖ୍ୟ କର୍ତ୍ତା ଭାବେ ବନମାଳୀ ମହାକୁର ଓ ତାଙ୍କ ଧର୍ମପତ୍ନୀ ମାଳତୀ ମହାକୁର,ନାମ ଯଜ୍ଞ କର୍ତ୍ତା ଭାବେ ରାଖାଳ ବରିହା ଓ ତାଙ୍କ ଧର୍ମପତ୍ନୀ ସସ୍ମିତା ବରିହା ଦାୟିତ୍ଵ ନିର୍ବାହ କରୁଛନ୍ତି।ଅନ୍ୟ ପକ୍ଷରେ ହରେ କୃଷ୍ଣ ହରେ ରାମ ଜପ ସହ ନାମ ଯଜ୍ଞରେ ଭାଗନେଇ ଆଧ୍ୟାତ୍ମିକ ମାର୍ଗରେ ଶ୍ରଦ୍ଧାଳୁ ମଜ୍ଜି ରହିଥିଲେ । ସେହିପରି ସକାଳେ ବ୍ୟାସ ଶାନ୍ତନୁ କୁମାର ତ୍ରିପାଠୀଙ୍କ ଦ୍ଵାରା ରାମାୟଣ ପାରାୟଣ ପରିବେଷଣ ଏବଂ ସନ୍ଧ୍ୟାରେ ପ୍ରବଚକ ଶାସ୍ତ୍ରୀୟୀ ବନମାଳୀ ମହାରାଜଙ୍କ ଦ୍ଵାରା ପ୍ରବଚନ କାର୍ଯ୍ୟକ୍ରମ ସାରା ଗ୍ରାମକୁ ଆଧ୍ୟାତ୍ମିକ ମାର୍ଗରେ ବାନ୍ଧି ରଖିଥିଲା।ଆଜି ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମାଁ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଦେଖିବା ପାଇଁ ଭିଡ଼ ଜମାଇଥିଲେ ।