-+91-9937148622 |

prerana_bgr@rediffmail.com |

  Wednesday 19th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   (18-Aug-2026)       ||      ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   (18-Aug-2026)       ||      ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   (18-Aug-2026)       ||      ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   (18-Aug-2026)       ||      ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   (18-Aug-2026)       ||      ବରୀ ରେ ବନ୍ୟା   (18-Aug-2026)       ||      *ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   (18-Aug-2026)       ||      କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!    (18-Aug-2026)       ||      ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   (18-Aug-2026)       ||      *ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   (18-Aug-2026)       ||      ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   (18-Aug-2026)       ||      କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   (18-Aug-2026)       ||      ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (17-Aug-2026)       ||      ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   (17-Aug-2026)       ||      ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   (17-Aug-2026)       ||      ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   (17-Aug-2026)       ||      ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   (17-Aug-2026)       ||      ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   (17-Aug-2026)       ||     

HOME   ଜିଲ୍ଲା

ବିଷମକଟକଠାରେ ଆତ୍ମ ଶକ୍ତି ଟ୍ରଷ୍ଟ ଆନୁକୂଲ୍ୟରେ ଭବ୍ୟ ଗ୍ରାମୀଣ ଚର୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ।

25-Feb-2026



(ତ୍ରିନାଥ ବେଶ୍ରା )
  ରାୟଗଡା ଜିଲ୍ଲାର ବିଷମକଟକଠାରେ ଆତ୍ମଶକ୍ତି ଟ୍ରଷ୍ଟ ପକ୍ଷରୁ ଏକ ଐତିହାସିକ ଗ୍ରାମୀଣ ଚର୍ଚା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ବୃହତ୍ତ କାର୍ଯ୍ୟକ୍ରମରେ ଦେଶର ୭ ଗୋଟି ରାଜ୍ୟରୁ ଆଗତ ଆଦିବାସୀ ପ୍ରତିନିଧି, ମହିଳା ଶ୍ରମଜିବି ମଞ୍ଚ ଓଡ଼ିଶା ଏବଂ ଓଡ଼ିଶା ଶ୍ରମଜିବି ମଞ୍ଚ ଅଧୀନ ୨୦ ଗୋଟି ଜିଲ୍ଲାର ସ୍ତରୀୟ ସଂଗଠନର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।ଏହି ଚର୍ଚାର ମୂଳ ଲକ୍ଷ୍ୟ ଥିଲା ଆଦିବାସୀ ସମ୍ପ୍ରଦାୟର ଲୋପପ୍ରାୟ ପରମ୍ପରା, କୃଷି, ଖାଦ୍ୟାଭ୍ୟାସ ଏବଂ ସ୍ୱାସ୍ଥ୍ୟ ଜ୍ଞାନକୌଶଳର ସୁରକ୍ଷା ଓ ପୁନରୁଦ୍ଧାର। ଗତ ନଭେମ୍ବର ମାସରେ ଆରମ୍ଭ ହୋଇଥିବା 'ପରମ୍ପରା ବିକାଶ ଯାତ୍ରା' ଅନ୍ତର୍ଗତ ଏହି ଜ୍ଞାନକୌଶଳଗୁଡ଼ିକୁ 'ଜ୍ଞାନପେଡ଼ି'ରେ ସଂଗ୍ରହ କରାଯାଇଥିଲା। ଆଜିର ଗ୍ରାମୀଣ ଚର୍ଚାରେ ଏହି ସଂଗୃହୀତ ଜ୍ଞାନକୁ ଦୈନନ୍ଦିନ ଜୀବନରେ ଅଭ୍ୟାସ କରିବା ପାଇଁ ଉପସ୍ଥିତ ସମସ୍ତେ ସାମୁହିକ ଶପଥ ଗ୍ରହଣ କରିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଆତ୍ମ ଶକ୍ତି ଟ୍ରଷ୍ଟର ଅଧ୍ୟକ୍ଷା ଶ୍ରୀମତୀ ରୁଚି କଶ୍ୟପ, ବିଷମକଟକ ବ୍ଲକ୍ ଉନ୍ନୟନ ଅଧିକାରୀ, ଥାନା ଭାରପ୍ରାପ୍ତ ଅଧିକାରୀ, DIET ର ଅଧ୍ୟକ୍ଷ ପ୍ରମୁଖ ଯୋଗଦେଇ ଆଦିବାସୀ ସଂସ୍କୃତିର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ।

ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ନେତା ଏବଂ ବହୁ NGO ର ପ୍ରତିନିଧିମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ।
କାର୍ଯ୍ୟକ୍ରମର ଏକ ଆକର୍ଷଣ ଥିଲା ବିଭିନ୍ନ ଷ୍ଟଲ୍ ମାଧ୍ୟମରେ ଆଦିବାସୀ ସମ୍ପ୍ରଦାୟର ସ୍ୱାସ୍ଥ୍ୟ, କୃଷି, ପାରମ୍ପରିକ ଖାଦ୍ୟ, ବିହନ ସଂରକ୍ଷଣ, ପାରମ୍ପରିକ ଖେଳ ଏବଂ ସାଂସ୍କୃତିକ ବିଷୟବସ୍ତୁର ଜୀବନ୍ତ ପ୍ରଦର୍ଶନ। ଏହି ଷ୍ଟଲ୍ ଗୁଡ଼ିକ ଆଦିବାସୀ ଜୀବନଶୈଳୀର ଏକ ଝଲକ୍ ଦେଖାଇଥିଲା। ଏଥିସହିତ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା।
ଏହି ତିନିଦିନିଆ କାର୍ଯ୍ୟକ୍ରମର ସଫଳ ପରିଚାଳନା ଓ ଶୃଙ୍ଖଳା ପାଇଁ ବିଷମକଟକ ପୋଲିସ ପ୍ରଶାସନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା କରିଥିବାରୁ ଆୟୋଜକ ପକ୍ଷରୁ ପୋଲିସ ପ୍ରଶାସନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
ଏହି ଆଦିବାସୀ ଜ୍ଞାନ ପରମ୍ପରାକୁ ସ୍ୱୟଂଚାଳିତ କରିବା ଏବଂ ଏହାର ପ୍ରସାର ପାଇଁ ୭ ଗୋଟି ରାଜ୍ୟରୁ ୧୯ ଜଣ ଲୋକଙ୍କୁ ନେଇ ଏକ କାର୍ଯ୍ୟକାରୀ କମିଟି ମଧ୍ୟ ଗଠନ କରାଯାଇଛି l 
ଉଲ୍ଲେଖଯୋଗ୍ୟ ଯେ, ରାୟଗଡା ସ୍ଥାନୀୟ ଜନ ଜାଗରଣ ସଂଗଠନ ଦୂରଦୂରାନ୍ତରୁ ଆସିଥିବା ଅତିଥିମାନଙ୍କ ରହିବା, ଖାଇବା ଓ ସମସ୍ତ ପରିଚାଳନା ଦାୟିତ୍ୱ ବହନ କରି କାର୍ଯ୍ୟକ୍ରମକୁ ସଫଳ କରିବାରେ ମୂଖ୍ୟ ଭୂମିକା ତୁଲାଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   18-Aug-2026
  ଜିଲ୍ଲା  
ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   18-Aug-2026
  ଜିଲ୍ଲା  
ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   18-Aug-2026
  ଜିଲ୍ଲା  
ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   18-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   18-Aug-2026
  ଜିଲ୍ଲା  
ବରୀ ରେ ବନ୍ୟା   18-Aug-2026
  ଜିଲ୍ଲା  
*ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   18-Aug-2026
  ଜିଲ୍ଲା  
କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!   18-Aug-2026
  ଜିଲ୍ଲା  
ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   18-Aug-2026
  ଜିଲ୍ଲା  
*ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   18-Aug-2026
  ଜିଲ୍ଲା  
ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   18-Aug-2026
  ଜିଲ୍ଲା  
କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   18-Aug-2026

You Might Also Like

                   
  ଜିଲ୍ଲା  

ବରୀ ରେ ବନ୍ୟା