-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
23-Feb-2026
ବିନିକାହିମାଂଶୁ ଶେଖର ପୁଟେଲ)ବିନିକା ବ୍ଲକ ଅନ୍ତର୍ଗତ ବିଶାଳପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଇକୋ କ୍ଲବ ସହଯୋଗରେ ଫୁଲ ଫଳ ଚାରା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହାକୁ ବିନିକା ବ୍ଲକ ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ହେମ ସାଗର କାଲସେ ଉଦ୍ଘାଟନ କରିଥିଲେ ।ଏଥିରେ ପ୍ରଶିକ୍ଷକ ଭାବେ ପରିବେଶ ବିତ ତଥା ଶିକ୍ଷକ ମାନଭଞ୍ଜନ ବାଘ ଓ ଫରେଷ୍ଟର ବନମାଳୀ ପାଣ୍ଡେ ଯୋଗଦେଇ ଅଞ୍ଚଳର ଚାଷୀମାନେ ଫୁଲ ଫଳ ଚାରା କୁ ଗୁରୁତ୍ଵ ଦେବେ ଏବଂ ରୋଜଗାର କରି ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିବେ ସେ ଦିଗରେ ସଚେତନ କରିଥିଲେ। କାର୍ଯ୍ୟକ୍ରମକୁ ଇକୋ କ୍ଲବ ଇନଚାର୍ଜ ସୂୟାନ୍ତ ସାହୁ ସଭାକୁ ସଂଯୋଜନା କରିଥିବା ବେଳେ ଶେଷରେ ଶିକ୍ଷକ ବିଭୂତି ଓତା ଧନ୍ୟବାଦ ଅର୍ପଣ କରିଥିଲେ।