-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
22-Feb-2026
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ପରିଦର୍ଶନରେ ଯାଇ ସମସ୍ତ ବିଭାଗକୁ ବୁଲି ଡିଉଟିରେ ଥିବା ସମସ୍ତ ଡ଼ାକ୍ତର କର୍ମଚାରୀଙ୍କ କାର୍ଯ୍ଯ ତାଦରଖ କରିଛନ୍ତି । ଡ. ସାହୁ ଏହି ପରିଦର୍ଶନ ବେଳେ ନାଲି ବତି ଗାଡ଼ିରେ ନ ଯାଇ ହଠାତ୍ ଜଣେ ସାଧାରଣ ଲୋକଙ୍କ ଭଳି ମେଡିକାଲ୍ ରେ ପହଞ୍ଚି ସ୍ବଚ୍ଛତା, ରୋଗୀ ସେବା ଓ ସୁରକ୍ଷା ବିଭିନ୍ନ ଦିଗ ଉପରେ ଅନୁଧ୍ୟାନ କରିବା ସହ ରୋଗୀ ସେବାରେ ଅବହେଳା ନ କରିବାକୁ ଡାକ୍ତର ଓ କର୍ମଚାରୀ ଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାପାଳ କାର୍ଯ୍ଯରେ ଯୋଗ ଦେବା ପରେ ସ୍ବାସ୍ଥ୍ୟ ବିଭାଗ କୁ ବାରମ୍ବାର ପରିଦର୍ଶନ କରୁଥିବାରୁ ବିଭାଗର ଅନେକ ସମସ୍ୟାର ଆସ୍ତେ ଆସ୍ତେ ସୁଧାର ଆସିଛି। ସେ ହଠାତ୍ କେତେବେଳେ ଦୂରରେ ଗାଡି ରଖି ଚାଲି ଚାଲି ମେଡିକାଲ୍ ପହଞ୍ଚି ଯାଆନ୍ତି ତ ବେଳେ ବେଳେ ସ୍କୁଟିରେ ବି ପହଂଚି ଯାଆନ୍ତି l ଜିଲ୍ଲାପାଳ ଙ୍କ ଏଭଳି ରାତି ଅଧିଆ ଅଚାନକ ପରିଦର୍ଶନ ଘଟଣା ରେ ସ୍ୱାସ୍ଥ୍ୟ ବିଭାଗ ସମେତ ବିଭିନ୍ନ ବିଭାଗ ର କର୍ମଚାରୀ ଛାନିଆ ହୋଇ ଯାଇଥିବା ଜଣାପଡ଼ିଛି ।