-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
14-Feb-2026
ବଲାଙ୍ଗୀର♦️ :ସ୍ଥାନୀୟ ଗାନ୍ଧୀନଗର ପଡା ସ୍ଥିତ ସରକାରୀ ପ୍ରାକ୍ଟିସିଂ ପ୍ରାଥମିକ ବିଦ୍ୟାଳୟ ର ଶିଶୁ ବାଟିକା ଶ୍ରେଣୀ ର ୧୭ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା।ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସଂଗୀତା ନାଗ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ ଯୋଗଦେଇଥିଲେ।କାର୍ଯ୍ୟକ୍ରମ ରେ ରାଧାରାଣୀ ପଡା କ୍ଲଷ୍ଟର ର ସିଆରସିସି ଗିରିଶ ରାମ ବେହେରା,ବିଦ୍ୟାଳୟ ର ଶିକ୍ଷୟତ୍ରୀ ଯମୁନା ଵାଲା ମଲ୍ଲିକ,ଯୋଗମୟୀ ଗେଜୋ,ମମତା ରଣା,ପାଚିକା ଜୟ ଘିବେଲା, ଯଶୋବନ୍ତୀ ବାଗ ପ୍ରମୁଖ ଉପସ୍ଥିତ ଥିଲେ।