-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
14-Feb-2026
ଲୋଇସିଂହା, (ବିନୋଦ ଦୀପ) ଲୋଇସିଂହା ନିର୍ବାଚନୀ ସ୍ତରୀୟ ବିଧାୟକ କପ ସ୍ଵେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ଆନୁକୂଲ୍ୟରେ ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ପ୍ରଥମ ବିଧାୟକ କପ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଗତକାଲି ଥିଲା ସେମି ଫାଇନାଲ l ଏହି ଖେଳ ଟି ଲୋଇସିଂହା ଷ୍ଟାଡିୟମ୍ ରେ ବାଦିବାହାଲ ଓ କୁରୁଲ ମଧ୍ୟରେ ଅନୁଷ୍ଠିତ ହୋଇଥିବା ପ୍ରଥମ ସେମି ଫାଇନାଲରେ ବାଦିବାହାଲ ଏକାଦଶ ଦଳ କୁରୁଲ ଏକାଦଶ ଦଳ କୁ ଟ୍ରାଇବେକର ଜରିଆରେ ହରାଇ ଫାଇନାଲକୁ ପ୍ରବେଶ କରିଥିଲା l ସେହିପରି ନଅଗାଁ (ଖ) ଓ ସୁଜିଆ ମଧ୍ୟରେ ଅନୁଷ୍ଠିତ ଦ୍ଵିତୀୟ ସେମିଫାଇନାଲରେ ନଅଗାଁ (ଖ) ଏକାଦଶ 2-0 ଗୋଲରେ ସୁଜିଆ ଦଳକୁ ହରାଇ ବିଜୟୀ ହେଲା l ମ୍ୟାଚ୍ ରେଫରୀ ଭାବେ ବିଜୟ ରଣା, ସଞ୍ଜୀବ ରାଉତ, ଗୋପାଳ ସାହୁ, କରୁଣାକର ପଧାନ, ଅଞ୍ଜନ ବେଶ୍ରା ଦାୟିତ୍ଵରେ ଥିଲେ l ଆଜି ବାଦିବାହାଲ ଓ ନଅଗାଁ (ଖ) ମଧ୍ୟରେ ବିଧାୟକ କପ ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ l
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଲୋଇସିଂହା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ ପାଣି ଉଡୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଲୋଇସିଂହା ତହସିଲଦାର ଟିକୁନୁ ପୁଟା ଯୋଗଦେଇ ଖେଳାଳୀ ଙ୍କୁ ଉତ୍ସାହିତ କରିଥିଲେ l ଆୟୋଜକ କମିଟି ସଭାପତି ରାମଚନ୍ଦ୍ର ସାହୁ, ପଲ୍ଲୀ ଆଲୋକ ପାଠାଗାର ସମ୍ପାଦକ ପ୍ରଶାନ୍ତ ନାୟକ, ସୁରେଶ ମହାଲିଙ୍ଗ ପ୍ରମୁଖ ମଞ୍ଚାସୀନ ଥିବାବେଳେ ଗୌରାଙ୍ଗ ନାଏକ, ପିତାମ୍ବର କଣ୍ଟା, ଅଜିତ ପଣ୍ଡା ଭୂତନାଥ ନାଏକ, ସୁଦିପ ସା, ଲୁକାରାମ ସାହୁ, ନିରଜ ନାଗ, ଡ଼. ସଂଜୀବ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l