-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
14-Feb-2026
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରାରେ ସ୍ଥାନୀୟ ବ୍ଲକ ଛକ ଠାରୁ ବାହାରି ଥିଲା। ଜିଲ୍ଲାରେ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ର ସମାଧାନ ଲାଗି ଆୟୋଜିତ ହୋଇଥିବା ଏହି ଶୋଭାଯାତ୍ରା ସୁବର୍ଣ୍ଣପୁର ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ପହଞ୍ଚି ଜିଲ୍ଲାପାଳ ଙ୍କ ଜରିଆରେ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।ଜିଲ୍ଲା ବିଜେଡି ଜିଲ୍ଲା ସଭାପତି ସରୋଜ କମ୍ପଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମାବେଶରେ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ଯୋଗଦେଇ ରାଜ୍ୟ ସରକାର ଏବେ ଚାଷୀମାନଙ୍କ ପ୍ରତି ଅବିଚାର କରିଥିବା ପ୍ରକାଶ କରି ପ୍ରଥମେ ସେମାନେ ଘୋଷଣା କରିଥିବା ଉନପୁଟ ସବସିଡି ୮୦୦ ଟଙ୍କା ସହ କେନ୍ଦ୍ର ସରକାର ଙ୍କର ବର୍ଦ୍ଧିତ ୬୯ଟଙ୍କା କୁ ମିଶାଇ ଚାଷୀ ଙ୍କୁ ପ୍ରଦାନ କରିବା ପାଇଁ ଆହ୍ୱାନ ଦେଇଥିଲେ।ଏ ଅବସରରେ ସାମ୍ବାଦିକମାନଙ୍କୁ ସଂବୋଧନ କରି ସେ କହିଥିଲେ ଯେ କେନ୍ଦ୍ର ସରକାର ଙ୍କ ଚାଷୀ ପ୍ରତି ଦେଇ ଥିବା ପ୍ରତିଶ୍ରୁତି ସମ୍ପୂର୍ଣ୍ଣ ଫେଲ ମାରିଛି କଟିନୀ ଛଟନୀ ବନ୍ଦ୍ କରି ଦୁର୍ନିତୀ ହଟାଇବା ପାଇଁ ଦାବି କରିଥିଲେ।ଧାନକ୍ରୟ ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ସୁଧାର ଆଣିବାକୁ ଉପସ୍ଥିତ ନେତୃତ୍ୱ ଗର୍ଜିଥିବାବେଳେ ଆଇନ୍ ଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ସେମାନେ ଅଭିଯୋଗକରିଥିଲେ। ଆଜିର ଏହି ବିକ୍ଷୋଭ ସମାବେଶ ରେ ଜିଲ୍ଲା ର ସମସ୍ତ ବ୍ଳକର ନିର୍ବାଚିତ ପ୍ରତିନିଧିମାନଙ୍କ ସହ ଜିଲ୍ଲା ପରିଷଦ ସଭାପତି ସୁପାର ଠେଲା ଙ୍କସହ ସମସ୍ତ ସଭ୍ୟ ଓ ହଜାର ସଂଖ୍ୟାରେ ଦଳିୟକର୍ମୀ
ଯୋଗଦେଇ ଥିଲେ।