-+91-9937148622 |
prerana_bgr@rediffmail.com |
Saturday 29th August 2026 |
R.N.I. Regd No. ODIODI/2010/46693
Breaking News
09-Feb-2026
ଡୁଙ୍ଗୁରିପାଲି (ଆରବିନ୍ଦ ମିଶ୍ର): ଗତବର୍ଷ ଭଳି ଏ ବର୍ଷ ମଧ୍ୟ ଜୁହାର ପରିବାର ଦ୍ଵାରା ପୁଷପୁନି ଭେଟ୍ ବିଶାଖାପାଟଣାର କଳାମେଘ ଅଡିଟୋରିୟମ ହଲ୍ ରେ ଆୟୋଜିତ ହୋଇଥିଲା l ଉପଦେଷ୍ଟା ଚିତ୍ତରଞ୍ଜନ ପଣ୍ଡା, ସଭାପତି ମନୋଜ ବେହେରା ଓ ସମ୍ପାଦକ ନିର୍ମଳ ନାୟକଙ୍କ ଯୋଗଦାନରେ ସୁଶାନ୍ତ ପତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୦୦ ରୁ ଉର୍ଦ୍ଧ ପରିବାର ଯୋଗ ଦେଇ ସମ୍ବଲପୁରୀ ଗୀତ ଓ ନାଚର ମଜା ନେଇଥିଲେ। ପ୍ରେମାନନ୍ଦ ଦାସ, ମନୋଜ ରଣା, ସୁଶିଲ ତାଣ୍ଡି, ପ୍ରକାଶ ସାହୁ,ସନ୍ତ ସାହୁ,ଶଙ୍କର ନାୟକ,ବିନୟ ବିର୍ଗତିଆ, ମହେନ୍ଦ୍ର ମିର୍ଦ୍ଧା, ଆଦିତ୍ୟ ମହାପାତ୍ର, ଅର୍ଜୁନ ସାହୁ, ସୁବ୍ରତ ଭୋଇ ଓ କିଶୋର ସାଙ୍କ ସହିତ ସମସ୍ତେ କାର୍ଯ୍ୟକ୍ରମ ସମ୍ପାଦନରେ ସହଯୋଗ କରିଥିଲେ l