-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||     

HOME   ଜିଲ୍ଲା

ଦିଲ୍ଲୀରେ ସ୍ବର୍ଗତଃ ଦୁର୍ଯ୍ଯୋଧନ ପ୍ରଧାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ

04-Feb-2026



 ନୂଆଦିଲ୍ଲୀ(ପ୍ରେରଣା ଖବର): ଦିଲ୍ଲୀର ବିଖ୍ୟାତ ଉଦ୍ୟୋଗପତି ଓ ସ୍ୱନାମଧନ୍ୟ ସମାଜସେବୀ ଦୁର୍ଯ୍ଯୋଧନ ପ୍ରଧାନଙ୍କର ସ୍ମୃତି ଉଦ୍ଦେଶ୍ୟରେ ଏଠାରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସ୍ବର୍ଗତଃ ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ  ତାଙ୍କ ଦ୍ୱାରା ପ୍ରତିଷ୍ଠିତ ହାଉଜଖାସ ଜଗନ୍ନାଥ ମନ୍ଦିର ପରିସରରେ ଆୟୋଜିତ ସ୍ମୃତି ସମାବେଶ ଓ ଭଜନ ସନ୍ଧ୍ୟାରେ ତାଙ୍କର ଶତାଧିକ ପରିବାର ସଦସ୍ୟ, ବନ୍ଧୁବାନ୍ଧବ ଏବଂ ପ୍ରଶଂସକ ଯୋଗ ଦେଇଥିବା ଦେଖାଯାଇଥିଲା । ଏହି ଅବସରରେ ଉପସ୍ଥିତ ବହୁ ବିଶିଷ୍ଟ ବ୍ୟକ୍ତି ସ୍ବର୍ଗତଃ ପ୍ରଧାନଙ୍କର ଆଦର୍ଶ ଜୀବନ, ଉତ୍କର୍ଷ ଦର୍ଶନ ଏବଂ ଉତ୍ସର୍ଗୀକୃତ ସମାଜସେବାର ଅମ୍ଲାନ ସ୍ମୃତି ଚାରଣ କରିବା ସହିତ ତାଙ୍କର ଅମର ଆତ୍ମାର ସଦ୍ଗତି ଓ ଚିରଶାନ୍ତି କାମନା କରିଥିଲେ। 

ସ୍ବର୍ଗତଃ ପ୍ରଧାନ ଏକାଧାରରେ ଜଣେ ଧର୍ମପରାୟଣ, କର୍ତ୍ତବ୍ୟନିଷ୍ଠ, ନିଷ୍ଠାପର,  ମିଷ୍ଟଭାଷୀ, ଦରଦୀ, ପରୋପକାରୀ ତଥା ସର୍ବୋପରି ଜଣେ ସର୍ବଗୁଣ ସମ୍ପନ୍ନ ମଣିଷ ଥିଲେ। ଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ରର ବହୁ ସାମାଜିକ, ସାଂସ୍କୁତିକ, ଧାର୍ମିକ ଓ ଦାତବ୍ୟ ଅନୁଷ୍ଠାନ ସହିତ ସେ ଜୀବନର ଶେଷ ପର୍ଯ୍ୟନ୍ତ ସକ୍ରିୟ ଭାବେ ଜଡ଼ିତ ରହି ଆସିଥିଲେ । ହାଉଜଖାସ୍ ଜଗନ୍ନାଥ ମନ୍ଦିରକୁ ପରିଚାଳନା କରୁଥିବା ଶ୍ରୀ ନୀଳାଚଳ ସେବାସଙ୍ଘ ଏବଂ ଛତରପୁରଠାରେ ଠାକୁର ନିଗମାନନ୍ଦଙ୍କର ଆଶ୍ରମ ସ୍ଥାପନା କରିଥିବା ଦିଲ୍ଲୀ ସାରସ୍ବତ ସଙ୍ଘର ସ୍ବର୍ଗତଃ ପ୍ରଧାନ ଯଥା କ୍ରମେ ପ୍ରତିଷ୍ଠାତା ସମ୍ପାଦକ ଓ ସଭାପତି ଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କର ଖୁବ ଅନ୍ତରଙ୍ଗ ଥିବା ସ୍ଵର୍ଗତଃ ପ୍ରଧାନ ଦୀର୍ଘ କାଳ ଧରି ଗାନ୍ଧୀ ପରିବାରର ବାସଗୃହ ଏବଂ ଫାର୍ମ ହାଉସର ରକ୍ଷଣାବେକ୍ଷଣ କାର୍ଯ୍ୟକୁ ତଦାରଖ କରୁଥିଲେ। ଶ୍ରୀ ପ୍ରଧାନଙ୍କର ନିମନ୍ତ୍ରଣ କ୍ରମେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ହାଉଜଖାସ୍ ମନ୍ଦିରର ରଥଯାତ୍ରାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସାଧାରଣରେ ଡିଡି ପ୍ରଧାନ ନାମରେ ବେଶ୍ ଲୋକପ୍ରିୟ, ସ୍ଵର୍ଗତଃ ପ୍ରଧାନଙ୍କର ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମଦନଲାଲ ଖୁରାନା, ସାହିବ ସିଂ ବର୍ମା, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନଙ୍କ ସହିତ ଖୁବ ଘନିଷ୍ଠ ସମ୍ପର୍କ ରହିଥିଲା ।ଏହି ଅବସରରେ ବିଶିଷ୍ଟ ଗାୟକ ସରୋଜ ମହାନ୍ତି ଓ ସାଥୀ ସୁମଧୁର ଭଜନ ପରିବେଷଣ କରିଥିଲେ। ସ୍ଵର୍ଗତଃ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ, ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡଃ. ମୃତ୍ୟୁଞ୍ଜୟ ମହାପାତ୍ର, ଡିଡିଏର ଉପାଧ୍ୟକ୍ଷ ଡଃ. ଶୁଭାଶିଷ ପଣ୍ଡା, ରାଷ୍ଟ୍ରପତିଙ୍କ ଅତିରିକ୍ତ ପ୍ରେସ ସଚିବ ବିଜୟ କୁମାର ନାୟକ, ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ

କିଶୋର ଦ୍ବିବେଦୀ, ବରିଷ୍ଠ ପ୍ରଶାସକ ଶ୍ରୀଦେବ ନନ୍ଦ, ବରିଷ୍ଠ ଆଇନଜୀବୀ ଶରତ ନନ୍ଦ, ଓଡ଼ିଶୀ ନୃତ୍ୟଶିଳ୍ପୀ କବିତା ଦ୍ବିବେଦୀ, ସମାଜସେବୀ ଜୟରାମ ସାମଲ, ଉଦୟ ଇଣ୍ଡିଆ ଗ୍ରୁପର ସମ୍ପାଦକ ଦୀପକ କୁମାର ରଥ ଏବଂ ସିଲଭର ଗାନ୍ଧୀ ମୋହନ ମହାପାତ୍ର ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

ଶ୍ରଦ୍ଧାଞ୍ଜଳି ସଭାକୁ ସୂଚାରୁ ରୂପେ ଆୟୋଜନ ଓ  ସଫଳତାର ସହିତ ସମାପନ କରିବାରେ ସ୍ବର୍ଗତଃ ପ୍ରଧାନଙ୍କର ତିନି ସୁପୁତ୍ର ରବୀନ୍ଦ୍ରନାଥ, ରମାକାନ୍ତ ଓ ହେମାକାନ୍ତ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ସେମାନଙ୍କୁ ସହଯୋଗ  କରିଥିବା ପରିବାରର ଅନ୍ୟାନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଦୁଇ ଝିଅ କନକଲତା ପାତ୍ର ଓ ବିଦୁଲତା ଜେନା, ତିନି ବୋହୂ ସବିତା ପ୍ରଧାନ, ରୁନୁ ପ୍ରଧାନ ଏବଂ ଶାଳିନୀ ପ୍ରଧାନ, ଜ୍ୱାଇଁ ପ୍ରଶାନ୍ତ କୁମାର ପାତ୍ର, ନାତି ନାତୁଣୀ,  ଅଣନାତି ଅଣନାତୁଣୀ ଯଥା:- ସିଦ୍ଧାର୍ଥ ପ୍ରଧାନ, ଶେଖର ପ୍ରଧାନ, ସଞ୍ଚିତ ପ୍ରଧାନ, ସୌରଭ ପ୍ରଧାନ, ପ୍ରୀତି ପହି, ସ୍ୱାତୀ ପାତ୍ର, ସଂଘମିତ୍ରା ବିଶ୍ଵାଳ, ଗାୟତ୍ରୀ ପ୍ରଧାନ, ନିବେଦିତା ଜେନା, ମେହେକ ପ୍ରଧାନ, ଚାର୍ବି, ଚାର୍ବିକ, ଶ୍ରେୟଶ୍ରୀ, ମାଲବିକ, ଆଂଶିକା, ଲାବଣ୍ୟ, ନାତୁଣୀ ବୋହୂ ରିସ୍କି ପ୍ରିୟା ପ୍ରଧାନ ଏବଂ ନାତୁଣୀ ଜ୍ୱାଇଁ ରବୀନ ଗୋଚ୍ଛୱାଲ ପ୍ରମୁଖ ସାମିଲ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026

You Might Also Like