-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
03-Feb-2026
ସୋନପୁର (ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ପ୍ରଭାସ ଲଜ୍ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇଥିଲା l ମୁଖ୍ୟମନ୍ତ୍ରୀ ଙ୍କ ସୁବର୍ଣ୍ଣପୁର ଗସ୍ତ ର ସଭାମଞ୍ଚ ରେ ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ପୂର୍ବତନ ମୁଖ୍ୟ ମନ୍ତ୍ରୀ ଙ୍କୁ କଟାକ୍ଷ କରି ଯେଉଁ ଏକ ରାଜନୈତିକ ବିବୃତି ପ୍ରଦାନ କରିଥିଲେ ଏହି ଉଦ୍ଦେଶ୍ୟ ରେ ଆଜିର ସାମ୍ୱାଦିକ ସମ୍ମିଳନୀର ଦଳୀୟ ନେତା ମାନେ ପ୍ରତିବାଦ କରି ଏ ଉକ୍ତି କୁ ଦୃଢ଼ ନିନ୍ଦା କରି ଥିଲେ l ଆଜିର ଏହି ସମ୍ମିଳନୀରେ ଜିଲ୍ଲା ବିଜେଡି ସଭାପତି ସରୋଜ କୁମାର କମ୍ପ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୂପାର ଠେଲା, ବିନିକା ବ୍ଲକ୍ ଅଧ୍ୟକ୍ଷ ଅଶୋକ ନନ୍ଦ, ବିନିକା ଏନ୍ ଏ ସି ଅଧ୍ୟକ୍ଷ ସୁଭାଷ ଭୋଇ, ସୋନପୁର ପୌର ପରିଷଦ କାଉନସିଲର କଇରୁ ସ୍ବାଇଁ, ଟାଉନ ସଭାପତି ଜନ୍ମ ଜୟ ପାତ୍ର ଯୋଗ ଦେଇ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ଏ ବିବୃତି କୁ ନିନ୍ଦା କରି ଥିଲେ l