-+91-9937148622 |
prerana_bgr@rediffmail.com |
Monday 13th July 2026 |
R.N.I. Regd No. ODIODI/2010/46693
Breaking News
03-Feb-2026
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ଭାରତୀୟ ଜନତା ପାର୍ଟି ସୁବର୍ଣ୍ଣପୁର ଜିଲ୍ଲା ଶାଖା ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ସନ୍ଥ ରବି ଦାସଜୀଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ସୋନପୁର ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଅଟଳ ବିହାରୀ ବାଜପେୟୀ ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା। ଅନୁସୂଚିତ ଜାତି ମୋର୍ଚ୍ଚା ଜିଲ୍ଲା ସଭାପତି ସୁମନ୍ତ ଜଗଦଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ସଭାରେ ରାଜ୍ୟ ଦ୍ଵାରା ନିଯୁକ୍ତ ମୋର୍ଚ୍ଚାର ଜିଲ୍ଲା ପ୍ରଭାରୀ ପ୍ରମୋଦ ଛତର ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଞ୍ଚାସିନ ବିଜେପି ଜିଲ୍ଲା ସଭାପତି ବେଣୁଧର ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ, ପୂର୍ବତନ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଓକିଲ ଶେଠ୍, ଅନନ୍ତ ପାଣିଗ୍ରାହୀ, ବଳରାମ ସୁନା, ଚଉତରା ଦୀପ, ମହିଳା ମୋର୍ଚ୍ଚା ସଭାପତି ରଶ୍ମି ଷଡ଼ଙ୍ଗୀ, ବିଜେପି ଉପସଭାପତି ସୁପ୍ରଭା ଶେଠ୍ ପ୍ରମୁଖ ଯୋଗଦେଇ ସନ୍ଥ ରବି ଦାସଜୀଙ୍କ ଉଚ୍ଚ ଆଦର୍ଶ ଓ ମୂଲ୍ୟବୋଧ ଭିତ୍ତିକ ଜୀବନର ଗୁଣଗାନ କରିଥିଲେ। ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବିଶି ସଭାକୁ ପରିଚାଳନା କରିଥିବା ସ୍ଥଳେ ଶେଷରେ ଜିଲ୍ଲା ପରିଷଦ ସଭ୍ୟ ପ୍ରମିଳା କଳତା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।