-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
03-Feb-2026
ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର)
ରାଇଘର ବ୍ଲକ ଅନ୍ତର୍ଗତ ୩ଟି ଗ୍ରାମ ଯଥା ସର୍ଗୁଲୀ କୁରାବେଡ଼ା,ବୋରଗାଁ ଠାରେ ଆଦିବାସୀ ମଣ୍ଡେଇ ପର୍ବ ହେଉଛି ଏବଂ ଏଠାରେ ବଜାର ମଧ୍ୟ ବସିଛି ଏବଂ ରାତ୍ରିରେ ଆଦିବାସୀ ନାଟକ ମଧ୍ୟ ଆୟଜନ କରିଥିବା ଜଣା ପଡିଛି ସ୍ଥାନୀୟ କମିଟି ଭାଇ ମାନେ। ଏହି ଆଦିବାସୀ ମଣ୍ଡେଇ ରେ ନିରୀହ ଜନସାଧାରଣ ଙ୍କ ପଇସା ଆତ୍ମ ସାତ କରିବା ପାଇଁ ବର୍ତ୍ତମାନ ଠାରୁ ପ୍ରସ୍ତୁତି ଆରମ୍ବ କରିଦେଲେଣି ଖୁଡ଼ ଖୁଡି ଏବଂ ଜୁଆ ମାଫିଆ ମାନେ। ସୂଚନା ଥାଉକି କୁନ୍ଦାଇ ଥାନାରୁ ଅଳ୍ପ ଦୂରରେ ବୋରଗାଁ ରହିଛି ଏବଂ ସେହିଭଳି ସର୍ଗୁଲୀ କୁରାବେଡ଼ା ରାଇଘର ଥାନାରୁ ମାତ୍ର 4/5 କିଲ ମିଟର ହେବ.. ତଥାପି ସ୍ଥାନୀୟ ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନାହିଁ। ଏକ ପାଦରେ କହିବାକୁ ଗଲେ କୁମ୍ଭକର୍ଣ୍ଣ ନିଦ୍ରାରେ ସେଇଚି ସ୍ଥାନୀୟ ପୋଲିସ ପ୍ରଶାସନ ବୋଲି ସ୍ଥାନେ ସ୍ଥାନେ ଆଲଚନା ହେଉଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଲେ ନିରୀହ ଆଦିବାସୀ ମାନଙ୍କ ମଙ୍ଗଳ ହୋଇ ପାରିଥାନ୍ତା।