-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
02-Feb-2026
କଣ୍ଟାମାଳ(ପ୍ରେରଣା ଖବର): କଣ୍ଟାମାଳ ବନାଞ୍ଚଳ ବରପଦର ସେକ୍ସନ ର କେଂକମଞ୍ଜି ରାସ୍ତାରେ ସୋମବାର ଭୋରରୁ ଜଙ୍ଗଲୀ ଭାଲୁ ଆକ୍ରମଣ ରେ ସ୍ୱାମୀ, ସ୍ତ୍ରୀ ଗୁରୁତର ଆହତ l ସୂଚନାମତେ ବୌଦ୍ଧ ଜିଲ୍ଲା କଣ ଅନ୍ତର୍ଗତ ଋଣ୍ଡିମହୁଲ ଗ୍ରାମର ମନେଶ୍ଵର ବଣ୍ଡକି ( ୫୦), ଓ ତାଙ୍କ ସ୍ତ୍ରୀ ସୁମୁଖୀ ବଣ୍ଡକି (୪୮)ଜଙ୍ଗଲୀ ଭାଲୁ ଆକ୍ରମଣ ରେ ଗୁରୁତ୍ୱର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନାନୁସାରେ କଣ୍ଟାମାଳ ବନାଞ୍ଚଳ ବରପଦର ସେକ୍ସନ ର ଋଣ୍ଡିମହୁଲ କେଙ୍କମଞ୍ଜି ରାସ୍ତାରେ ସୋମବାର ଦିନ ଭୋର ସମୟ ରେ ଋଣ୍ଡିମହୁଲ
ଗ୍ରାମର ମନେଶ୍ଵର ବଣ୍ଡକି ( ୫୦), ଓ ତାଙ୍କ ସ୍ତ୍ରୀ ସୁମୁଖୀ ବଣ୍ଡକି (୪୮) କୌଣସି କାମରେ କେଙ୍କମଞ୍ଜି ଯାଉଥିଲେ l ସେହି ସମୟରେ ଦୁଇଟି ଜଙ୍ଗଲୀ ଭାଲୁ ମନେଶ୍ଵର ବଣ୍ଡକି ଓ ତାଙ୍କ ସ୍ତ୍ରୀ ସୁମୁଖୀ ଙ୍କୁ ଆକ୍ରମଣ କରିଥିଲେ l ଏଥିରେ ଉଭୟ ଙ୍କ ବାମ ଓ ଡାହାଣ ହାତ ଏବଂ ଗୋଡ଼ ଭାଲୁ କାମୁଡ଼ାରେ ଗଭୀର ଭାବେ ଖଣ୍ଡିଆ ଖାବରା ହୋଇଥିଲା l ପ୍ରାଣ ବିକଳରେ ଉଭୟେ ଜୀବନ ରକ୍ଷା ପାଇଁ ଚିତ୍କାର କରିଥିଲେ l ଚିତ୍କାର ଶୁଣି ସ୍ଥାନୀୟ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ସେଠାରୁ ଉଦ୍ଧାର କରି ତୁରନ୍ତ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ l ଆହତ ପରିବାରକୁ ସରକାରଙ୍କ ତରଫରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଆହତ ହୋଇଥିବା ପରିବାର ଓ ଜନସାଧାରଣଙ୍କ ତରଫରୁ ଦାବିହେଉଛି l