-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
31-Jan-2026
ନୂଆପଡ଼ା (ରାମନାଥ ପଣ୍ଡା)
ଜିଲ୍ଲାପାଳ ମଧୁସୂଦନ ଦାସ ଆଜି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଟିମନପୁର ଆଶ୍ରମ ବିଦ୍ୟାଳୟରେ ପହଞ୍ଚିବା ପରେ ଜିଲ୍ଲାପାଳଙ୍କ ସହ ଅନ୍ୟ ସମସ୍ତ ଅଧିକାରୀଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୁସ୍ତମ ନାଏକ ସ୍ବାଗତ ତଥା ଅଭିନନ୍ଦନ ଜ୍ଞାପନ କରିଥିଲେ ।ପରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ସଭା ଆୟୋଜିତ ହୋଇଥିଲା ।ଜିଲ୍ଲାପାଳ ବିଦ୍ୟାଳୟକୁ ପରିଦର୍ଶନ କରିବାର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ଛାତ୍ର ଛାତ୍ରୀମାନଙ୍କୁ ସୁନ୍ଦର ଭାବରେ ତାଙ୍କ ଜୀବନର କିଛି ଅନୁଭୂତି ବର୍ଣ୍ଣନା ପୂର୍ବକ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ନିମନ୍ତେ ଦିଗଦର୍ଶନ ଦେଇଥିଲେ ।ସଭା ଶେଷ ହେବାପରେ ଛାତ୍ର ଛାତ୍ରୀ ମାନଙ୍କ ସହିତ ଏକାଠି ବସି ଜିଲ୍ଲାପାଳ ମଧ୍ୟାହ୍ନ ଭୋଜନ ଗ୍ରହଣ କରିଥିଲେ ଏବଂ ଉକ୍ତ ଭୋଜନ ପାଇଁ ସରକାରଙ୍କ ପ୍ରଦତ୍ତ ନିୟମ ଅନୁଯାୟୀ ଅର୍ଥରାଶି ପୈଠ କରିଥିଲେ ।ଜିଲ୍ଲାପାଳଙ୍କ ସହିତ ବି ଡି ଓ କାର୍ମି ଓରାମ,ଡି ଡବ୍ଲୁ ଓ ଦୀପ୍ତିମନ୍ତ ଭୋଇ,ଉପ ନିର୍ଦ୍ଦେଶକ ଡି ପି ଏମ ୟୁ ଡିଲେଶ୍ୱର ଧରୁଆ,ଏସ ଇ ଆର୍ ଡବ୍ଲୁ ଏସ ଏସ ପ୍ରହଲ୍ଲାଦ ସାହୁ ,ଡି ପି ଏମ ଏନ ଏଚ୍ ଏମ ସତ୍ୟ ନାରାୟଣ ସାହୁ, ସି ଡି ପି ଓ ଉର୍ମିଳା ମହାପାତ୍ର ଉପସ୍ଥିତ ରହିଥିଲେ ।ଜିଲ୍ଲାପାଳଙ୍କ ଉକ୍ତ ପରିଦର୍ଶନରେ ଟିମନପୁର ଆଶ୍ରମ ବିଦ୍ୟାଳୟ ଉତ୍ସବ ମୁଖର ହୋଇଉଠିଥିଲା ।ଜଣେ ଆଦର୍ଶ,କର୍ମଠ,ଲୋକାଭିମୁଖୀ ମିଷ୍ଟଭାଷୀ,ଦକ୍ଷ ଶାସକ ତଥା ରାଷ୍ଟ୍ରପତିଙ୍କଠୁଁ ପୁରସ୍କାର ପ୍ରାପ୍ତ ଜିଲ୍ଲାପାଳଙ୍କୁ ନିଜ ଗହଣରେ ପାଇ ଆଶ୍ରମ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ,ପାଚକ ପାଚିକା ଏବଂ ମେଟ୍ରନ ବେଶ୍ ଉତ୍ସାହ ହୋଇଥିଲେ ।