-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
31-Jan-2026
ଆଗଲପୁର (ପ୍ରେରଣା ଖବର ): ଆଗଲପୁର ବ୍ଳବ ଗାଇସିଲେଟ ବ୍ଲକ ଭରସୁଜା ଗିରିଧାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶରଧାପାଳି ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ପାଳିତ ହୋଇଯାଇଛି l କଲେଜ ଅଧ୍ୟକ୍ଷ ଉଚ୍ଚାଟ ନନ୍ଦ ମହାକୁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଗାଇସିଲେଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ। ଝରଣା ପାଣିଗ୍ରାହୀ , ପୂର୍ବତନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଉପଦେଷ୍ଟ। ନାରାୟଣ ସାହୁ , ସରଧ।ପଳି ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ପଧାନ , ସରଧ।ପଳି ହାଇସ୍କୁଲ ପ୍ରଧାନଶିକ୍ଷକ ଓକିଲ ପାଣ୍ଡେ , ପାଇକମାଲ ର ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ଦ୍ୱାଦଶ ପଧାନ, ପଦ୍ମନ।ଭ ସାହୁ, ନିରଞ୍ଜନ ପଣ୍ଡା, ତାଳପାଲି କଲେଜ ଅଧ୍ୟକ୍ଷ କ୍ଷିରୋଦ ପଧାନ, ସୁଶିଲ ଭୋଇ, ସଦାନନ୍ଦ ସାହୁ ପ୍ରମୁଖ ମଞ୍ଚ।ସୀନ ଅତିଥି ଭାବେ ଯୋଗ ଦେଇଥିଲେ କଲେଜ ପାଇଁ ଜମିଦାନ କରିଥିବା ସ୍ବର୍ଗତ କଳାକାଁହୁ ଭୋଇ ଙ୍କ ସୁପୁତ୍ର ଆଶିଷ ଭୋଇ , ପ୍ରମୋଦ ଭୋଇ , ପ୍ରଶାନ୍ତ ନାୟକ , ଅଞ୍ଜଳି ପାତ୍ର ଙ୍କୁ ସମ୍ମାନିତ କରାଯାଇଥିଲା l ଦୌଡ଼ ପ୍ରତିଯୋଗିତାରେ ରାଜ୍ୟ ସ୍ତରରେ ମନୋନୀତ ହୋଇଥିବା ଅଙ୍କିତା ମିର୍ଦ୍ଧା ଙ୍କୁ ସମ୍ମାନିତ କରାଯାଇଥିଲା l କଲେଜ ଅଧ୍ୟକ୍ଷ ବିବରଣୀ ପଠନ କରିଥିବା ବେଳେ ଅଧ୍ୟାପକ ରମଣୀ ରଂଜନ ପଧାନ ମଞ୍ଚ ପରିଚାଳନା କରିଥିଲେ l ଏହାପରେ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ କୃତକାର୍ଯ୍ୟ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରା ଯାଇଥିଲା l ପରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା । ଶେଷରେ ରାଜନୀତି ବିଜ୍ଞାନ ଅଧ୍ୟାପକ ଭୀମସେନ ଦାସ ଧନ୍ୟବାଦ ଦେଇ ସଭା ସାଙ୍ଗ ଘୋଷଣା କରିଥିଲେ l