-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
27-Jan-2026
ବିନିକା/ଉଲୁଣ୍ଡା(ହିମାଂଶୁ ଶେଖର ପୁଟେଲ)ପୁଣି ଥରେ ଅନନ୍ତପାଲି ବନ ସୁରକ୍ଷା ସମିତି ସମ୍ବର୍ଦ୍ଧିତ ହୋଇଛି। ପୂର୍ବରୁ ୨ଥର ହୋଇଥିଲା। ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ ଦୀର୍ଘ ୨୬ବର୍ଷ ହେଲା ବନ ସୁରକ୍ଷା ଦିଗରେ କାର୍ଯ୍ୟ କରି ଆସୁଥିବା ଏହି ସମିତି ସଦସ୍ୟ ମାନେ ଚଳିତ ବର୍ଷ ପୁନର୍ବାର ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଜିଲ୍ଲାର ଶ୍ରେଷ୍ଠ ସମିତି ଭାବେ ପ୍ରଶାସନ ଠାରୁ ପୁରସ୍କୃତ ହୋଇଥିବାରୁ ସମ୍ପ୍ରତି ଉଲୁଣ୍ଡା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ସମିତିର ସଭାପତି, ଯୁବ ଆଇନଜୀବୀ ତଥା ପ୍ରକୃତି ବନ୍ଧୁ ମନୋଜ ମହାନ୍ତି ଉକ୍ତ ପୁରସ୍କାର ଗ୍ରହଣ କରିଥିଲେ।ସୂଚନା ଯୋଗ୍ୟ ଗତ ୨୦୦୯ବର୍ଷରେ ମଧ୍ୟ ଉକ୍ତ ସମିତି ଜିଲ୍ଲାରେ ଶ୍ରେଷ୍ଠ ହୋଇଥିଲା ସେହିପରି ଶ୍ରୀ ମହାନ୍ତି ମଧ୍ୟ ତିନିଥର ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।