-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
27-Jan-2026
ଲୋଇସିଂହା, (ବିନୋଦ ଦୀପ) ଲୋଇସିଂହା ବ୍ଲକ କୁସମେଲ ହାଟପଦା ପ୍ରାଙ୍ଗଣରେ ମାଁ କୁସଙ୍ଗେଇ କଳା ପରିଷଦ ର ଚଳିତ ବାର୍ଷିକ ଉତ୍ସବ ପାଇଁ ଆବାହକ ଲମ୍ବୋଦର ସାହୁ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଅତିଥି ଭାବେ ଲୋଇସିଂହା ବ୍ଲକ କଳାକାର ସଂଘ ସଭାପତି ସରୋଜ ବିଶ୍ବାଳ, ବଲାଙ୍ଗୀର ଜିଲ୍ଳା ସମନ୍ବୟ ସମିତି ର ସଂଯୋଜକ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ସମ୍ପାଦକ ସତ୍ୟ ଵନ୍ଛୋର, ଦ୍ବିଜ ଦଳପତି ଯୋଗ ଦେଇଥିଲେ l ଏହାସହ ବ୍ଳକ ର ବିଭିନ୍ନ କଳାକାର ଓ ଜିଲ୍ଳା ସ୍ତରୀୟ କଳାକାର ମାନେ ଯୋଗ ଦେଇଥିଲେ। ଚଳିତ ବର୍ଷ କିପରି ଆହୁରି ଧୁମଧାମ ରେ ବାର୍ଷିକ ଉତ୍ସବ ପାଳନ କରାଯିବ ଓ ବ୍ଳକ୍ ର ସମସ୍ତ କଳାକାର କିପରି ଭାବରେ ନିଜର କଳା ପ୍ରଦର୍ଶନ କରିପାରିବେ ଏହି ବିଷୟ ରେ ଆଲୋଚନା ହୋଇଥିଲା। ଜିଲ୍ଳା ବାହାରୁ ମଧ୍ୟ କଳାକାର ଙ୍କ ଯୋଗଦାନ ବିଷୟରେ ମଧ୍ୟ ନିଷ୍ପତ୍ତି କରାଗଲା l ଉକ୍ତ ସଭାକୁ କଳା ପରିଷଦ ର ସଭାପତି ମହେନ୍ଦ୍ର ସିଂନିଆ ପରିଚାଳନା କରିଥିଲେ l ଲମ୍ବୋଦର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l