-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
23-Jan-2026
ବିନିକା(ହିମାଂଶୁ ଶେଖର ପୁଟେଲ)ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି କୋଷାଧ୍ୟକ୍ଷ ତଥା ଉଦୀୟମାନ ଯୁବ ସଂଗଠକ ରାଜେଶ କୁମାର ମିଶ୍ରଙ୍କ ବିୟୋଗରେ ବିନିକା କଂଗ୍ରେସ କମିଟି ତରଫରୁ ଶୋକସଭା ସ୍ଥାନୀୟ ଚନ୍ଦ୍ରମା ହୋଟେଲ କକ୍ଷ ଠାରେ ପାଳନ କରାଯାଇଛି ।ବ୍ଲକ କଂଗ୍ରେସ କମିଟି ସଭାପତି ରାଧାମୋହନ ଭୋଇ ଓ ଯୁବ ନେତା ଶ୍ରୀନିବାସ ଖମାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଟିତ ଏହି ଶୋକସଭାରେ ବରିଷ୍ଟ କଂଗ୍ରେସ ନେତା ରାଘବ ଦାସ,ନରେନ୍ଦ୍ର ସାହୁ,ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ରବୀନ୍ଦ୍ର ହୋତା,ଯୁବ ନେତା ବିଜୟ ଭୋଇ,ଗୋବିନ୍ଦା ଝାଙ୍କର,ପୂର୍ବତନ ସଭାପତି ଉମାକାନ୍ତ ଦୀପ,ସୁବ୍ରତ ପତ୍ର,ଟିକୁ ହୋତା,ହରିହର ଛନ୍ଦ, ଭଗି ବଗର୍ତ୍ତି,ନାଗେଶ୍ଵର ବାଗ,ବିପିନ ମେହେର,ବିଶ୍ଵନାଥ ନେଗୀ,ରାଧାମୋହନ ପଧାନ,ନିର୍ମଳ ଜଗଦଲା ପ୍ରମୁଖ ଉପସ୍ଥିତ ସ୍ବର୍ଗତ ରାଜେଶଙ୍କ ଫଟୋ ଉପରେ ଦୀପ ପ୍ରଜ୍ବଳନ ପୂର୍ବକ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରିଥିଲେ ।ପରେ କଂଗ୍ରେସ ପ୍ରତି ତାଙ୍କ ଅବଦାନ ଉପରେ ସଦସ୍ୟ ମାନେ ମତ ରଖିଥିଲେ ।