-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ଜାମଗାଁ ପେକ୍ସରେ ଫଲ୍ସଏଣ୍ଟ୍ରି ଧରାପଡିଥିବା ଦଲାଲ ଧାନଗାଡି ଛାଡିଦେଲେ ଏସିଏସଓ

21-Jan-2026



ବଲାଙ୍ଗୀର-ବଲାଙ୍ଗୀର ଜିଲ୍ଲାରେ ଅଭାବୀ ଧାନବିକ୍ରୀ ହେଉଥିବା ସହ ପେକ୍ସମାନଙ୍କରେ ଫଲ୍ସଏଣ୍ଟ୍ରି ହେଉଥିବା ଅଭିଯୋଗ ହେଉଛି । ଏପରିକି ଦଲାଲଙ୍କ ଧାନଗାଡି ସିଧାସଳଖ ମିଲକୁ ଯାଉଥିବା ଓ ସେହି ଧାନକୁ ପେକ୍ସରେ ଫଲ୍ସ ଏଣ୍ଟ୍ରି କରାଯାଉଥିବା ସ୍ପଷ୍ଟ ହୋଇଛି । ତେବେ ବଲାଙ୍ଗୀର ସୋନପୁର ରାସ୍ତାର ଭଦ୍ରାପାଲିଠାରେ ଥିବା ଏକ ରାଇସମିଲକୁ ଗତକାଲି ସିଧାସଳଖ ଧାନଗାଡି ପଶୁଥିବା ବେଳେ ଧରାପଡି ଥିଲା । କିନ୍ତୁ ଜଣେ ଚାଷି ଟୋକନ ଦେଖାଇବାରୁ ସେହିଗାଡିକୁ ବଲାଙ୍ଗୀର ଏସିଏସଓ ଶରତ ରାଉତ ଛାଡିଦେଇଥିବା ଜଣାପଡିଛି । ତେବେ ସିଧାସଳଖ ଧାନଗାଡି ମିଲକୁ ପଶୁଥିବା ଓ ଏହାକୁ ଯାଞ୍ଚ ବାହାନାରେ ଏସିଏସଓ ଏକ ବଡଧରଣର ବ୍ଲାକଡିଲ କରି ଗାଡିକୁ ଛାଡିଦେଇଥିବା ଅଭିଯୋଗ ହେଉଛି । ଚାଷିମାନେ ଅଭିଯୋଗ କରିଛନ୍ତି ଯେ,ତାଙ୍କର ଟୋକନ ଆସିଥିଲେ ହେଁ ତାହାକୁ ଜାମଗାଁ ପେକ୍ସରେ କିଣାଯାଉନାହିଁ । କିନ୍ତୁ କେତେକ ଦଲାଲ କମଦରରେ ଧାନ କିଣି ତାକୁ ଜାମାଗାଁ ପେକ୍ସରେ ଫଲ୍ସ ଏଣ୍ଟ୍ରି କରାଉଛନ୍ତି । ମିଲର୍ସ-ଦଲାଲ ଓ ପେକ୍ସ ସଂପାଦକ ଙ୍କ ମଧୁଚନ୍ଦ୍ରିକାରେ ଚାଷିମାନେ ହଇରାଣ ହରକତ ହେଉଛନ୍ତି । ପେକ୍ସ ପଏଣ୍ଟରେ ଚାଷି ଧାନ ପହଞ୍ଚାଇଲେ ହେଁ ତାଙ୍କ ଧାନ କିଣାନଯାଇ ଦଲାଲଙ୍କ ଧାନକୁ ମିଲ ପର୍ଯ୍ୟନ୍ତ ପହଞ୍ଚାଇ ପରେ ତାକୁ ଫଲ୍ସ ଏଣ୍ଟ୍ରି କରାଯାଉଛି । ଜେମାଗାଁ,ସାଉନ୍ତପୁର ଓ ବଲେଇସର୍ଡା ପେକ୍ସ ଏପରି ତନିଟି ପେକ୍ସର ପରିଚାଳନା ଦାୟିତ୍ୱ ଜଣେ ମାତ୍ର ସଂପାଦକ କରୁଛନ୍ତି । ସୁଦର୍ଶନ ଭୋଇ ନାମକ ଜଣେ ପେକ୍ସସଂପାଦକ ଏହି ତନିଟି ପେକ୍ସ ଦାୟିତ୍ୱରେ ରହିଛନ୍ତି । ଜଣେ ମାତ୍ର ପେକ୍ସସଂପାଦକ କିଭଳି ତିନିଟି ପେକ୍ସକୁ ପରିଚାଳନା କରୁଛନ୍ତି ଓ ସମବାୟ ବିଭାଗ କିଭଳି ଜଣେ ସଂପାସକଙ୍କୁ ତିନିଟି ପେକ୍ସର ଦାୟିତ୍ୱ ଦେଇଛନ୍ତି ତାହା ତଦନ୍ତ ସାପେକ୍ଷା । ତେବେ ମଙ୍ଗଳବାର ଧରାପଡିଥିବା ଗାଡିର ଟ୍ରାନ୍‌ଜିଟପାସ ନଥିବା ବେଳେ ଧରାପଡିଲା ପରେ ମଙ୍ଗଳାମୁଣ୍ଡାର ଜଣେ ଚାଷିଙ୍କର କହି ତାହାର ଟୋନ ଥିବା କହି ଗାଡିକୁ ଛାଡିଦେଇଥିଲେ । ମିଲର ସହିତ ଏକ ବଡଡିଲ କରି ଏସିଏସଓ ଶରତ ରାଉତ ଏହି କାରନାମା କରିଥିବା ଅଭିଯୋଗ ହୋଇଛି । ତେବେ ଏଠି ପ୍ରଶ୍ନଉଠୁଛି ଯେ,ଚାଷିଙ୍କର ଟୋକନ ଥିଲେ ସେ ସିଧାସଳଖ ମିଲକୁ ଧାନ ପକାଇପାରିବ କି? ଯଦି ନାହିଁ ତାହେଲେ ଏହି ଧାନଗାଡିକୁ ଛଡାଗଲା କାହିଁକି? ଏନେଇ ଜାମଗାଁ ପେକ୍ସ ଦାୟିତ୍ୱରେ ଥିବା ସୁଦର୍ଶନ ଭୋଇଙ୍କୁ ପଚାରିବାରୁ ଆମେ ପେକ୍ସକୁ ଧାନ ନଆଣି ଜଣେ ଚାଷି ନେଉଥିବା ଶୁଣିଛୁ । କିନ୍ତୁ ଆମେ ବିଷୟରେ ବିଶେଷ କିଛି ଜାଣିନାହୁଁ ବୋଲି କହିଛନ୍ତି । କିନ୍ତୁ ସେପଟେ ଏସିଏସଓ ଶରତ ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ମଙ୍ଗଳମୁଣ୍ଡାର ଚାଷି ପିତାମ୍ବର ପଧାନଙ୍କ ସେହି ଧାନ ଥିଲା । ତାଙ୍କର ଦୁଇଟି ଟୋକନରେ ୧୭୫କ୍ୱିଣ୍ଟାଲ ଓ ୩୮ କ୍ୱିଣ୍ଟାଲ ଧାନ ବିକିବାର ଥିଲା । ସେ ଟୋକନ ଦେଖାଇଲା ପରେ ଆମେ ଗାଡିକୁ ଛାଡିଦେଇଥିଲୁ ବୋଲି କହିଛନ୍ତି । ତେବେ ଗାଡିରେ କେବଳ ଏତକି ଧାନ ନୁହେଁ ମୋଟ ୩୦୦ ପେକେଟ ଧାନ ଥିବା କୁହାଯାଉଛି । ଦଲାଲ ଧାନ ଆଣି ମିଲକୁ ପଏଣ୍ଟକୁ ପକାଉ ଥିଲା ଓ ପରେ ସଲାସୁତୁରାରେ ପେକ୍ସରେ ତାହା ଫଲ୍ସଏଣ୍ଟ୍ରି ହୋଇଥାନ୍ତା ବୋଲି କୁହାଯାଉଛି । ଜିଲ୍ଲାପାଳ ତୁରନ୍ତ ଏହାର ଏକ ପ୍ରଶାସନିକ ତଦନ୍ତ କରାଇବାକୁ ଦାବି ହେଉଛି ।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like