-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||      ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||     

HOME   ଜିଲ୍ଲା

ମନରେଗା ଯୋଜନା,ବିଦ୍ୟୁତ ଉପଭୋକ୍ତାଙ୍କୁ ଲୁଟ ଓ ଚାଷୀ ଶୋଷଣ ପ୍ରତିବାଦରେ କଂଗ୍ରେସ ଗର୍ଜିଲା

10-Jan-2026



ବଲାଙ୍ଗିର(ପ୍ରେରଣା ଖବର)- ଗତ ୨୦୦୫ ମସିହାରେ ଗରୀବଙ୍କୁ କାମଧନ୍ଦା ଯୋଗାଇବାକୁ ୟୁପିଏ ସରକାର କରିଥିବା ମନରେଗା ଯୋଜନାକୁ ବନ୍ଦକରି କେନ୍ଦ୍ରର ମୋଦୀ ସରକାର ବିଭି ଜି ରାମଜୀ ଯୋଜନା କରିଛନ୍ତି । ଏହାକୁ କଂଗ୍ରେସଦଳ ପ୍ରବଳ ବିରୋଧ କରିଛି । ଆଜି ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସଙ୍କ ଆହ୍ୱାନରେ ସାରାରାଜ୍ୟରେ ଜିଲ୍ଲା କଂଗ୍ରେସ କମିଟି ମାନେ ସାମ୍ବାଦିକ ସମ୍ବିଳନୀ କରି କେନ୍ଦ୍ର ଓ ରାଜ୍ୟସରକାରଙ୍କୁ ପ୍ରବଳ ବିରୋଧ କରି ଆଗକୁ ଏକ ବଡ ଆନ୍ଦୋଳନର ଚେତାବନୀ ଦେଇଛନ୍ତି । ମନରେଗା ଯୋଜନା ବନ୍ଦର ପ୍ରତିବାଦ, ଟାଟାପାୱାର ଜରିଆରେ ଓଡିଶାର ବିଦ୍ୟୁତ ଉପଭୋକ୍ତାଙ୍କୁ ଶୋଷଣ ଓ ଠିକ ହିସାବରେ ଧାନ ନକିଣି ଚାଷୀଙ୍କୁ ଶୋଷଣ କରାଯାଉଥିବାର ପ୍ରତିବାଦରେ କଂଗ୍ରେସଦଳ ଆଜି ଗଣମାଧ୍ୟମ ଜରିଆରେ ସରକାରଙ୍କୁ ଚେତାବନୀ ଦେଇଛି । ଆଜି ସ୍ଥାନୀୟ ସାମ୍ବାଦିକ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଅନୀଳ ମେହେର, ପିସିସି ପର୍ଯ୍ୟବେକ୍ଷକ ମୂରଲୀଧର ନାଏକ, ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ସଦସ୍ୟ ରାଧାକାନ୍ତ ନାୟକ,ପୂର୍ବତନ ମହିଳା କଂଗ୍ରେସ ସଭାନେତ୍ରୀ ମିଳନୀ ସାହୁ ଓ ପାଟଣାଗଡ ନଗର କଂଗ୍ରେସର ପୂର୍ବତନ ସଭାପତି ବିଦ୍ୟାଧର ମେହେର ପ୍ରମୁଖ ମଞ୍ଚାସୀନ ରହି ଭାଜପାର ଡବଲ ଇଞ୍ଜିନ ସରକାରକୁ ତୀବ୍ର ସମାଲୋଚନା କରିଥିଲେ। ଜିଲ୍ଲା ସଭାପତି ତାଙ୍କ ବକ୍ତବ୍ୟରେ ମନରେଗା ଯୋଜନା ବନ୍ଦ ଫଳରେ ବଲାଙ୍ଗୀର ଭଳି ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହେବ ବୋଲି କହିଥିଲେ । ଏହା ସହିତ କେନ୍ଦ୍ରର ଭାଜପା ନେତୃତ୍ୱାଧିନ ଏନଡିଏ ସରକାର ଆରଏସଏସ ବିଚାରଧାରାରେ ପରିଚାଳିତ ହୋଇ ମହାତ୍ମାଗାନ୍ଧୀଙ୍କ ନାମକୁ ଲିଭାଇବାକୁ ଚେଷ୍ଟା କରିଛି । କିନ୍ତୁ ମହାତ୍ମାଗାନ୍ଧୀ ସମଗ୍ର ଦେଶବାସୀଙ୍କ ହୃଦୟରେ ରହିଛନ୍ତି । ମହାତ୍ମାଗାନ୍ଧୀଙ୍କ ବିଚାରକୁ ନେଇ ବିଜେପି ସରକାରଙ୍କ ହୀନମନ୍ୟତା ପ୍ରତିବାଦରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ । ମନରେଗା ଯୋଜନା ବନ୍ଦକରି ଦେଶର ଗରୀବ ଲୋକଙ୍କ ଜୀବନଜୀବିକା ସହିତ ସରକାର ଖେଳ ଖେଳିଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଉଠାଇଛି । ମନରେଗା ଯୋଜନାରେ କେନ୍ଦ୍ର ୯୦% ଅନୁଦାନ ଦେଉଥିବା ବେଳେ ନୂତନ ବିଭିରାମଜୀ ଯୋଜନାରେ କେନ୍ଦ୍ର ମାତ୍ର ୬୦% ଅନୁଦାନ ଦେବ। ତେଣୁ ଶ୍ରମନିଯୁକ୍ତିରେ ବିସଙ୍ଗତି ଦେଖାଦେବ ବୋଲି କୁହାଯାଇଛି । ସେହିପରି ସ୍ମାର୍ଟମିଟର ଲଗାଇ ବିଦ୍ୟୁତ ଉପଭୋକ୍ତାଙ୍କୁ ଶୋଷଣ କରାଯାଉଥିବା ସହିତ ନିର୍ବାଚନବେଳେ ୩୦୦ୟୁନିଟ ବିଦ୍ୟୁତ ବିଲ୍ ଛାଡ କଥା କହି ଭାଜପା ମିଥ୍ୟା ପ୍ରତିଶୃତି ଦେଇଥିଲା ବୋଲି ସମାଲୋଚନା କରିଥିଲେ । ରାଜ୍ୟର ଚାଷୀମାନେ ମାତ୍ର ୨% ବିଦ୍ୟୁତ ଉପଯୋଗ କରୁଛନ୍ତି । ତେଣୁ ଚାଷୀଙ୍କର ବିଦ୍ୟୁତ ବିଲ୍ ଛାଡ କରି ମାଗଣାରେ ବିଜୁଳି ଯୋଗାଇ ଦେବା, ଶିଲ୍ପ ମାନଙ୍କୁ ଅଧିକ ଟେକ୍ସ ଲଗାଇବାକୁ ଦାବି କରାଯାଇଛି । ଭାଜପା ସରକାର ଶୀଲ୍ପସଂସ୍ଥାଠାରୁ ଅନୁଗ୍ରହିତ ହୋଇ ସେମାନଙ୍କ ପାଇଁ ବିଦ୍ୟୁତ ବିଲରେ ରିହାତି ଦେଉଥିବା ବେଳେ ଗରୀବ ଚାଷୀ ଓ ସାଧାରଣ ଉପଭୋକ୍ତାଙ୍କୁ ଅଧିକ ବିଲ ଲଗାଉଛନ୍ତି । ଓଡିଶାରେ କୋଇଲା ଉତ୍ପାଦନ ହୋଇ ବିଦ୍ୟୁତ ମଧ୍ୟ ଉତ୍ପାଦନ ହେଉଛି । କିନ୍ତୁ ତଥାପି ଓଡିଶାର ଉପଭୋକ୍ତା ଅଧିକମାତ୍ରାରେ ବିଦ୍ୟୁତବିଲ ଦେବାକୁ ବାଧ୍ୟହେଉଛି ବୋଲି କଂଗ୍ରେସ ନେତା ଅଭିଯୋଗ କରିଛନ୍ତି । ଠିକ ସେହିପରି ଚାଷୀଙ୍କୁ ବୋନସ ବଦଳରେ ଧାନର ଏମଏସପି ଦର ବଢାଇବାକୁ କଂଗ୍ରେସ ବହୁବର୍ଷ ହେଲା ଦାବି କରିଆସୁଛି । କିନ୍ତୁ ସରକାର ସେହି ଦାବିକୁ କର୍ଣ୍ଣପାତ ନକରି ଚାଷୀଙ୍କ ଧାନକୁ ଠିକରେ ନକିଣି ଶୋଷଣ କରୁଛି । ଏହି ସବୁଦାବିକୁ ନେଇ କଂଗ୍ରେସଦଳ ଆଗକୁ ଆନ୍ଦୋଳନକୁ ଓହ୍ଲାଇବ ଓ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଥିବା ଲୋକମାନେ ଆରଏସଏସ ବିଚାରଧାରାରେ ବିଶ୍ୱାସ କରୁଥିବା ବିଜେପି ସରକାରଙ୍କ ବିରୁଦ୍ଧରେ ସ୍ୱରଉତ୍ତୋଳନ କରିବାକୁ ପିସିସି ପର୍ଯ୍ୟବେକ୍ଷକ ମୂରଲୀଧର ନାଏକ ଆହ୍ୱାନ ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   13-Sep-2026

You Might Also Like