-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
10-Jan-2026
ବଲାଙ୍ଗୀର: ବଲାଙ୍ଗୀର ଡିଷ୍ଟ୍ରିକ୍ଟ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି(BDCCI) ର ବାର୍ଷିକ ସାଧାରଣ ସଭା ପୁଇଁତଳା ବ୍ଲକ ବ୍ରାହ୍ମଣୀପାଲି ସ୍ଥିତ ସୁଦାମା କୁଟୀର ଠାରେ ଅନୁଷ୍ଠିତ ହୋଇ ଯାଇଅଛି I ସଂଘ ର ଉପାଧ୍ୟକ୍ଷ ବୀରେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ପରିଚାଳିତ ସଭାରେ ସମ୍ପାଦକ ଲଳିତ ମୋହନ ଚୌଧୁରୀ ବାର୍ଷିକ ବିବରଣୀ ପାଠ କରିଥିଲେ I କୋଷାଧ୍ୟକ୍ଷ
ବିକାଶ ଅଗ୍ରୱାଲ ବାର୍ଷିକ ଆର୍ଥିକ ବିବରଣୀ ପ୍ରଦାନ କରିଥିଲେ I ସହସମ୍ପାଦକ ଆଶିଷ କୁମାର ରଥ ଆଗାମୀ ବର୍ଷ ନେବାକୁ ଥିବା ବିଭିନ୍ନ ଯୋଜନା ଏବଂ ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ I ଉପାଧ୍ୟକ୍ଷ ରାଜେଶ କୁମାର ଜୈନ ଓ ବଳରାମ
ଅଗ୍ରୱାଲ ପ୍ରମୁଖ ମଞ୍ଚାସୀନ ଥିଲେ I ସଭାକୁ ସଫଳ କରିବାରେ ରାଜିନ ଗୋୟଲ, ରିଙ୍କୁ ପାତ୍ର, ରାଜକୁମାର ଅଗ୍ରୱାଲ, କହ୍ନେୟା ଅଗ୍ରୱାଲ ପ୍ରମୁଖ ସଭ୍ଯ ସହଯୋଗ କରିଥିଲେ I ସଭା ଶେଷରେ ସଂଘର ସହସଂପାଦକ ରିଙ୍କୁ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I