-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||     

HOME   ଜିଲ୍ଲା

*ମହିମା" ସୁବର୍ଣ୍ଣପୁର ଲୋକ ମହୋତ୍ସବ ଅବସରରେ ଜିଲ୍ଲାର କୁଟୀର ଶିଳ୍ପର ସ୍ଥିତି ଓ ସମ୍ଭାବନା ଉପରେ ଆଲୋଚନା* -

09-Jan-2026



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ) ସୁବର୍ଣ୍ଣପୁର ରାମେଶ୍ବର ଷ୍ଟାଡିୟମ୍ ଠାରେ "ମହିମା" ସୁବର୍ଣ୍ଣପୁର ଲୋକ ମହୋତ୍ସବ ଏବଂ ରାଜ୍ୟ ସ୍ତରୀୟ ପଲ୍ଲିଶ୍ରୀ ମେଳା - ୨୦୨୬ ର ତୃତୀୟ ଦିବସ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର କୁଟୀର ଶିଳ୍ପର ସ୍ଥିତି ଓ ସମ୍ଭାବନା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ଚକ୍ରର ସଭାପତି ଶ୍ରୀ ସୌରଭ ରଞ୍ଜନ ଖମାରି ପଲ୍ଲୀଶ୍ରୀ ମେଳାର ଦ୍ୱିତୀୟ ଆଲୋଚନା ଚକ୍ର ଆୟୋଜନ କରିଥିଲେ। ଏହି ଆଲୋଚନା ଚକ୍ରରେ “ସୁବର୍ଣ୍ଣପୁରର କୁଟୀର ଶିଳ୍ପ: ସ୍ଥିତି ଓ ସମ୍ଭାବନା” ବିଷୟବସ୍ତୁ ଉପରେ ଉପସ୍ଥିତ ଅତିଥି, ଅଂଶଗ୍ରହଣକାରୀ ଓ ଆୟୋଜକମାନେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି
ଆଲୋଚନା ଚକ୍ରରେ ଅତିଥି ଭାବେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପ୍ରବନ୍ଧକ ଶ୍ରୀ ରମେଶ କୁମାର ପଟେଲ ଉପସ୍ଥିତ ଥିଲେ। ମୁଖ୍ୟ ବକ୍ତା ଭାବେ ବୀରମହାରାଜପୁର ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପିକା ଓ ମୃତ୍ତିକା ଗବେଷକ ଡ଼. ବନ୍ଦିତା ବିଶ୍ୱାଳ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ସଂଯୋଜନା ଦେବାଶିଷ ପଧାନ କରିଥିଲେ। ଏହା ସହିତ ଜିଲ୍ଲା ହସ୍ତଶିଳ୍ପ ସହାୟକ ନିର୍ଦ୍ଦେଶକ ଶ୍ରୀ ବନମାଳୀ ଟୋପୋ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଶ୍ରୀ ଗତିକୃଷ୍ଣ ମିଶ୍ର ପ୍ରମୁଖ ଏହି ଆଲୋଚନା ଚକ୍ରରେ ଯୋଗ ଦେଇଥିଲେ।
ମୃତ୍ତିକାର ବ୍ୟବହାର ପୁରାତନ ଯୁଗରୁ ହେଉଥିବା ପ୍ରମାଣ ମିଳୁଥିବା କଥା ଡ଼. ବନ୍ଦିତା ବିଶ୍ୱାଳ କହିଥିଲେ। ସୁବର୍ଣ୍ଣପୁର ଜିଲ୍ଲାରେ ମୃତ୍ତିକା ଶିଳ୍ପର ବ୍ୟବହାର ଧାର୍ମିକ ପର୍ବପର୍ବାଣୀ ସହ ଜଡିତ ରହିଛି। ଲଙ୍କାପୋଡି ସମୟରେ ମାଟିର ହନୁମାନ ତିଆରି କରିବା ଏହାର ଏକ ଉଦାହରଣ ଅଟେ। ପୁରାତନ ଯୁଗରେ ସୁବର୍ଣ୍ଣପୁରର ବିଭିନ୍ନ ଅଞ୍ଚଳରେ ମାଟିର ମୂର୍ତ୍ତି ବ୍ୟବହାର ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିବା ସେ କହିଥିଲେ। କୁଇବାହାଲର ମୃତ୍ତିକା ବାହାର ରାଜ୍ୟ ଓ ଦେଶକୁ ରପ୍ତାନି ହେଉଥିବା ସହ ଏକ କିଲୋଗ୍ରାମ ମୃତ୍ତିକା ୩୦୦ ଟଙ୍କାରେ ବିକ୍ରି ହେଉଥିବା ବିଷୟରେ ସେ ଅବଗତ କରାଇଥିଲେ।

ମୃତ୍ତିକା ଶିଳ୍ପ ଉତ୍ପାଦ ଘର ସୌନ୍ଦର୍ଯ୍ୟକରଣ ଉପାଦାନ, ଗୃହ ଉପକରଣ ଓ ଅଳଙ୍କାର ତିଆରିରେ ବ୍ୟବହୃତ ହେଉଛି। ପରିବେଶ ମୈତ୍ରୀ ହେବା ସହ ଏହାର ଉପକରଣ ଶରୀର ପାଇଁ ଉପକାରୀ ବୋଲି ଡ଼. ବିଶ୍ୱାଳ କହିଥିଲେ।
ସରକାରୀ ସ୍ତରରେ ମୃତ୍ତିକା ଶିଳ୍ପକୁ ଏକ ଉଦ୍ୟୋଗ ଭାବେ ବିକାଶ କରିବା ପାଇଁ ପ୍ରୟାସ ଚାଲିଥିବା କଥା ଉଲ୍ଲେଖ କରାଯାଇଥିଲା। ଜିଲ୍ଲା ହସ୍ତଶିଳ୍ପ ସହାୟକ ନିର୍ଦେଶକ, ଶ୍ରୀ ବନମାଳୀ ଟୋପୋ ସରକାରୀ ସ୍ତରରେ ୬୪ ଚିହ୍ନିତ ହସ୍ତଶିଳ୍ପ ପାଇଁ ଦିଆଯାଉଥିବା ତାଲିମ, ସହାୟକ ରାଶି ଓ ନିଃଶୁଳ୍କ ଉପକରଣ ବିଷୟରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ସେଥିସହ ମୃତ୍ତିକା, ଚାନ୍ଦୁଆ, ତରକାସି, ବାଉଁଶ, ଚାଉଳ ତିଆରି ଘର କରଣା ଓ ବୟନ ଶିଳ୍ପକୁ ଡିଜିଟାଲ ବଜାରରେ କିପରି ବିକ୍ରୟ କରାଯାଇପାରିବ, ସେଥିପ୍ରତି ସରକାର ଗୁରୁତ୍ୱ ଦେଉଥିବା କଥା ଉଲ୍ଲେଖ କରିଥିଲେ।ପରିଶେଷରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରେ ସଂସ୍କୃତି ଗବେଷକ ଓ ଶିକ୍ଷକ ଶ୍ରୀ ଅନିରୁଦ୍ଧ କୁରକୁରିଆ ଧନ୍ୟବାଦ ଜ୍ଞାପନ କରିଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026

You Might Also Like