-+91-9937148622 |
prerana_bgr@rediffmail.com |
Thursday 10th September 2026 |
R.N.I. Regd No. ODIODI/2010/46693
Breaking News
25-Dec-2025
ବଲାଙ୍ଗୀର(ଦେବାଶିଷ ବହିଦାର): ଆଜି ସ୍ଥାନୀୟ ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ତଥା ଜିଲ୍ଲାର ହଜାର ହଜାର ଭୋକିଲା ମୁହଁରେ ହସ ଫୁଟାଇ ପାରିଥିବା ଅନନ୍ୟ ସଂସ୍ଥା ମିତ୍ରା ରୋଟି ବ୍ୟାଙ୍କ୍ ତରଫରୁ ଗଣିତ କୁଇଜ୍ ପ୍ରତିଯୋଗିତାର ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ସଂସ୍ଥାର ଇଭେଣ୍ଟ ମେନେଜର ଗୀତାଞ୍ଜଳି ନାହାକ ଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଆସିଥିବ କୃତୀ ପ୍ରତିଯୋଗୀମାନଙ୍କୁ
ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା l ଏହି ସଂସ୍ଥା ପ୍ରତି ରବିବାର ଦିନ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାରେ ରୋଗୀ ଓ ରୋଗୀ ମାନଙ୍କ ସମ୍ପର୍କୀୟ ମାନଙ୍କୁ ମାଗଣାରେ ଖାଇବା ପାଇଁ ରୋଟି ତରକାରୀ ଦେବା ପରି ମହତ୍ କାମ ହାତକୁ ନେଇଛି l ଆଜି ଏହି ଅନୁଷ୍ଠାନ ତରଫରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା କରି କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ l ଏହି ଅବସରରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ବରେଣ୍ୟ ଅତିଥି ଭାବରେ ଭୀମ ଭୋଇ ଟ୍ରଷ୍ଟ ର ଛତ୍ରଧାରୀ ଅଗ୍ରୱାଲ, ରୋଥ ସରପଞ୍ଚ ଜୟଲାଲ ସିନ୍ଦୂର, ମହେଶ ସୁନା, ପିଙ୍କୁ ଅଗ୍ରୱାଲ, ମନୋଜ ଜୈନ, ଗୌତମ ଅଗ୍ରୱାଲ, ଗୀତାଞ୍ଜଳି ପଣ୍ଡା.ସଂଗ୍ରାମ ପଣ୍ଡା,ଭାସ୍କର ଆଚାର୍ଯ୍ୟ, ସୁନୀଳ ପାତ୍ର, ନଗେନ୍ଦ୍ରନାଥ ମିଶ୍ର, ଶୋଭାକର ମେହେର,ରଘୁ ବୀର ମେହେର ପ୍ରମୂଖ ଯୋଗ ଦେଇ ଗଣିତ କୁଇଜ୍ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ l ସଂସ୍ଥାର ଜିଲ୍ଲା ସଭାପତି ଅଶୋକ ଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ l