-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
02-Feb-2021
ରାଜନଗର(ପ୍ରେରଣା ଖବର) : କେନ୍ଦ୍ରାପଡ଼ାର ରାଜନଗର ଅଞ୍ଚଳରେ ଗତକାଲି ପୋଲିଓ ନେବା ପରେ ୨୦ ଦିନର ଶିଶୁ ପୁତ୍ରର ମୃତ୍ୟୁ ଘଟିଥିବା ସଂପର୍କରେ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗ ମୁତାବକ ରାଜନଗର ବ୍ଲକ କଣ୍ଡିରା ପଞ୍ଚାୟତ ବଳରାମପୁର ଗାଁର ରଞ୍ଜନ ମଳିକଙ୍କ ପୁଅ ଗତକାଲି ଗାଁର ପୋଲିଓ ବୁଥରେ ପୋଲିଓ ବୁନ୍ଦା ଖାଇଥିଲେ। ପୂର୍ବରୁ ତାକୁ ଥଣ୍ଡା ହୋଇଥିଲା ଓ ଦେହ ଅସୁସ୍ଥ ଥିଲା। ପୋଲିଓ ବୁନ୍ଦା ଖାଇ ସାରିବା ପରେ ଘରେ ଶୋଇଥିଲା। ଦିନ ପ୍ରାୟ ୨ଟା ବେଳେ ଡାକିବାରୁ ସେ ଆଉ ଉଠି ନ ଥିଲା। ତାକୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବାବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଶିଶୁପୁତ୍ରର ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମୃତ୍ୟୁର କାରଣ ଖୋଜିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।