-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
19-Dec-2025
ସୋନପୁର (ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ଗାନ୍ଧୀ ଷ୍ଟାଡିୟମରେ ହୋଇଥିବା U-15 ସିଏମ ଟ୍ରଫିରେ ସୁବର୍ଣ୍ଣପୁର ଫୁଟବଲ ଦଳର ୧୨ ଜଣ ଫୁଟବଲ ଖେଳାଳୀ ଉଚ୍ଚକୋଟର ଖେଳ ପ୍ରଦର୍ଶନ କରିଥିବାରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ହେବାକୁ ଥିବା ଫୂଟବଲ ସ୍ପୋର୍ଟ୍ସ ହଷ୍ଟେଲ ଚୟନ ଶିବିର ପାଇଁ ଯାତ୍ରା କରିଛନ୍ତି l ଜିଲ୍ଲା କ୍ରୀଡା ସଂଘ , ରାମ ଧୂନ୍ କ୍ଲବ ଓ ବିଭିନ୍ନ କ୍ରୀଡ଼ା ସଂଗଠନ ପକ୍ଷରୁ ଏହି ଖେଳାଳି ମାନଂକୁ ଶୁଭେଚ୍ଛା ଜଣାଇ ସଫଳତା କାମନା କରିଛନ୍ତି l
ସୁବର୍ଣ୍ଣପୁର ଜ଼ିଲ୍ଲା ରୁ ଯେତେ ଅଧିକ ଫୁଟବଲ ଖେଳାଳି ଫୁଟବଲ ସ୍ପୋର୍ଟ୍ସ ହଷ୍ଟେଲରେ ସ୍ଥାନ ବା ସୁଯୋଗ ପାଇବେ ତାହା ଜ଼ିଲ୍ଲା ର ଗୌରବ ବୃଦ୍ଧି ହେବ ବୋଲି ପ୍ରକାଶ କରିଛନ୍ତି l ହୃଷି କେଶ ବେହେରା, ଆଶୁତୋଷ ବେହେରା, ଅଂଶୁ ମାନ ବେହେରା, ମନିସ ସେଠୀ, ବିକାଶ ବେହେରା, ବାସୁଦେବ ବେହେରା, ଅଂଶୁମାନ ପଣ୍ଡା, ଭିକି ବେହେରା, କାନ୍ହl ଗଡତିଆ, ଓମ୍ ପ୍ରକାଶ ବେହେରା, ମନୋରଞ୍ଜନ ସେଠି, ଲିପୁନ ତାଣ୍ଡି ପ୍ରମୁଖ ସୁବର୍ଣ୍ଣପୁର ଜିଲ୍ଲାର ଏ ସମସ୍ତ ଫୁଟବଲ ଖେଳାଳି ଫୁଟବଲ ସ୍ପୋର୍ଟସ ହଷ୍ଟେଲ ଚୟନ ଶିବିର କୁ ଯାତ୍ରା କରିଥିବା ଜଣା ଯାଇଛି l