-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
19-Dec-2025
ବ୍ରହ୍ମପୁର(କୈଳାଶ ଚନ୍ଦ୍ର ଚୌଧୁରୀ)ସଦର ଥାନା ଅନ୍ତର୍ଗତ କୁକୁଡାଖଣ୍ଡି ଗ୍ରାମର ସୁନୀଲ କୁମାର ସେଠୀ ନାମକ ଜଣେ ଯୁବକକୁ ସଦର ଥାନା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୋଗ ଅନୁଯାୟୀ ଜଣାପଡିଛି ପୁର୍ବରୁ ବିଭିନ୍ନ ମାମଲାରେ ଜଡିତ ସୁନୀଲ ଗିରଫ ହୋଇ ଜାମିନରେ ଆସି ଗ୍ରାମରେ ଅଶାନ୍ତ ସୃଷ୍ଟି କରିବା ସହ ଗତ ୧୫ ତାରିଖ ସନ୍ଧ୍ୟା ରେ ଗ୍ରାମର ଲକ୍ଷ୍ମଣ ସେଠୀ ସହ ଝଗଡା କରି ଗୋଟିଏ କାତିରେ ଆକ୍ରମଣ କରିଥିଲା। ଯାହା ଫଳରେ ଲକ୍ଷ୍ମଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇ କୁଳସମାଜକୁ ଜଣାଇଥିଲେ ଓ କୁଳ ସମାଜ ସୁନୀଲକୁ ଡ଼ାକି ତାଗିଦ୍ କରିଥିଲେ। କିନ୍ତୁ କୁଳ ସମାଜ ର କଥାକୁ ଗୁରୁତ୍ବ ନଦେଇ ପୁଣି ଗଣ୍ଡଗୋଳ କରିଥିଲା। ପରିଶେଷରେ ଲକ୍ଷ୍ମଣ ଥାନାରେ ଅଭିଯୋଗ କରିଥିଲେ ଓ ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ନଂ ୫୪୩/୨୪ ଅନୁଯାୟୀ ମକଦ୍ଦମା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।