-+91-9937148622 |

prerana_bgr@rediffmail.com |

  Thursday 13th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||      ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   (12-Aug-2026)       ||      ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   (12-Aug-2026)       ||      ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||     

HOME   ଜିଲ୍ଲା

ଷ୍ଟେଟ୍ ୟୁନିୟନ୍ ଅଫ ଜର୍ଣାଲିଷ୍ଟସ୍ ବଲାଙ୍ଗିର ଶାଖାର ପ୍ରାନ୍ତୀୟ ସମାବେଶ ଅନୁଷ୍ଠିତ

30-Nov-2025



ବଲାଙ୍ଗିର: ଷ୍ଟେଟ୍ ୟୁନିୟନ୍ ଅଫ ଜର୍ଣାଳିଷ୍ଟସ୍ (ଓଡ଼ିଶା), ବଲାଙ୍ଗିର ଶାଖାର ପ୍ରାନ୍ତୀୟ ସମାବେଶ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏସ୍ ୟୁ ଜେ ବଲାଙ୍ଗୀର ଶାଖାର ସଭାପତି ଶରତ କୁମାର ମହାକୁର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ l ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତା ତଥା ପରିଚାଳନାରେ ଅନୁଷ୍ଠିତ ଭବ୍ୟ ସମାବେଶରେ ବଲାଙ୍ଗିର ଜିଲ୍ଲା ସମେତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ନୂଆପଡ଼ା, କଳାହାଣ୍ଡି, ନୟାଗଡ଼, ରାୟଗଡ଼ା, ଯାଜପୁର, ଦେବଗଡ଼ ଜିଲ୍ଲାର ସକ୍ରିୟ ସଦସ୍ୟ, ସଭାପତି, ସମ୍ପାଦକ ତଥା ରାଜ୍ୟ ପଦାଧିକାରୀ ମାନେ ଯୋଗ ଦେଇ ।  ଥିଲେ। ଏସ୍ ୟୁ ଜେ ବଲାଙ୍ଗୀର ଶାଖାର ସାଧାରଣ ସମ୍ପାଦକ

ରଘୁ ନନ୍ଦନ ସିଂହ,  ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ l ସମାବେଶରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ପୌରଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗ ଦେଇ  ସମାଜରେ ସକାରାତ୍ମକ ପରିବର୍ତ୍ତନ ଦିଗରେ ସାମ୍ବାଦିକ ମାନଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ l ବଲାଙ୍ଗିର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଅରବିନ୍ଦ ଓଝା ଯୋଗଦେଇ ମୂଲ୍ୟବୋଧ ସାମ୍ବାଦିକତାର  ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ l ଏହି  ଆଲୋଚନାରେ ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ର ଜର୍ଣ୍ଣାଲିଜମ୍ ବିଭାଗର  ଛାତ୍ରୀ ମାନେ ଭାଗ ନେଇଥିଲେ l ଏହି ଅବସରରେ ସାମ୍ବାଦିକ ବଳରାମ ମିଶ୍ର, ଚନ୍ଦ୍ରଭାନୁ ମୌଲାନା,   ପ୍ରବୀଣ ପୁରୋହିତ, ରଶ୍ମିରଞ୍ଜନ ପଟ୍ଟନାୟକ,  ଖବରକାଗଜ ବିତରକ ଜୟପ୍ରକାଶ  ମଟାରୀ, ଡାକ୍ତର ବେଣୁଧର ପାଣ୍ଡେ, ଉଦ୍ୟୋଗୀ ମହିଳା ମୀରା ଦେବୀ କେଜରିୱାଲ ଓ ସୁଜାତା ଅଗ୍ରୱାଲଙ୍କୁ ଏସ୍ ୟୁ ଜେ ତରଫରୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ସମାବେଶର ମୁଖ୍ୟ ଆକର୍ଷଣ ତଥା ସଂଘର ବଳିଷ୍ଠ ନେତୃତ୍ୱ ବହନ କରିଥିବା ଷ୍ଟେଟ୍ ୟୁନିୟନ୍ ଅଫ ଜର୍ଣାଲିଷ୍ଟ (ଓଡ଼ିଶା)ର ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାୟକ ସାମ୍ବାଦିକ ଏକତା, ସୁରକ୍ଷା, ପେନସନ ଓ ଵୀମାରାଶି ବୃଦ୍ଧି ନିମନ୍ତେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସମ୍ପର୍କରେ ଅନେକ ତଥ୍ୟ ଉପସ୍ଥାପନା କରିଥିଲେ।ଜିଲ୍ଲା  ରାଜ୍ୟ ଉପ ସଭାପତି ମହେନ୍ଦ୍ର କୁମାର ଦର୍ଜି ଅତିଥି ପରିଚୟ ପ୍ରଦାନ କରିଥିଲେ।  
ସମାବେଶରେ ଅନ୍ୟତମ ଅତିଥି ଭାବେ ଜାତୀୟ ସାଧାରଣ ସମ୍ପାଦକ ଡ.ଚିନ୍ତାମଣି ପାଢ଼ୀ,ରାଜ୍ୟ ଯୋଗାଯୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଶଶି ଭୂଷଣ ଷଡ଼ଙ୍ଗୀ, ରାଜ୍ୟ କାର୍ଯ୍ୟକାରୀ ସଭାପତି କୀର୍ତ୍ତି ଚନ୍ଦ୍ର ସାହୁ,ରାଜ୍ୟ ସାଧାରଣ ସମ୍ପାଦକ ପ୍ରଶାନ୍ତକୁମାର ପାଢ଼ୀ,ରାଜ୍ୟ ଉପଦେଷ୍ଟା ଗୋପବନ୍ଧୁ ଶତପଥୀ,ରାଜ୍ୟ ଟ୍ରିବୁନାଲ ଅଧ୍ୟକ୍ଷ ସନ୍ତୋଷ କୁମାର ମିଶ୍ର ପ୍ରମୁଖ ଯୋଗଦାନ କରି ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକତା ଆଜିର ଆହ୍ଵାନ ହେବା ଉଚିତ ବୋଲି କହିଥିଲେ। ସାମ୍ବାଦିକଙ୍କ ସୁରକ୍ଷା ଓ ପେନସନ୍ ପାଇଁ ସରକାର ନୂତନ ଆଇନ ପ୍ରଣୟନ କରିବାକୁ ନିବେଦନ କରିଥିଲେ l ସାମ୍ବାଦିକ ମାନେ ସତ୍ୟ ଓ ନିର୍ଭୀକ ହୋଇ ଖବର ପରିବେଷଣ କଲେ ଗଣତନ୍ତ୍ର ସୁଦୃଢ଼ ହୋଇପାରିବ ବୋଲି ବକ୍ତାମାନେ ମତ ଦେଇଥିଲେ l ଏହି

ଅବସରରେ ଏସ୍ ୟୁ ଜେ ର ନୂତନ ସଭ୍ଯ ସାମ୍ବାଦିକ ଚିତ୍ତରଞ୍ଜନ ମିଶ୍ରଙ୍କୁ ଫୁଲତୋଡା ଦେଇ ସ୍ଵାଗତ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଅନ୍ୟମାନଙ୍କ ମଧ୍ୟରେ ମହେନ୍ଦ୍ର ପଧାନ, ରାଜେଶ ପାଣିଗ୍ରାହୀ,  ସୁଧୀର ମିଶ୍ର, ନିରୋଜ ମିଶ୍ର,  ସତ୍ୟ ନାରାୟଣ(ବଣ୍ଟି) ମିଶ୍ର, ସନ୍ତୋଷ ଠାକୁର, ବିନୋଦ ଦୀପ, ମାନସୀ ମିଶ୍ର, ରାଧାକୃଷ୍ଣ ମିଶ୍ର ପ୍ରମୂଖ ସହଯୋଗ କରିଥିଲେ l ଏହି ଅବସରରେ ବଲାଙ୍ଗିର ମହିଳା ମହାବିଦ୍ୟାଳୟର କର୍ଣ୍ଣଲିଜମ୍  ଛାତ୍ରୀ ମାନଙ୍କୁ ଟ୍ରଫି ଦେଇ ସମ୍ମାନିତ କରାଯାଇ ଥିଲା । ଶେଷରେ ମନୋରଞ୍ଜନ ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   12-Aug-2026
  ଜିଲ୍ଲା  
ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   12-Aug-2026
  ଜିଲ୍ଲା  
ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    12-Aug-2026
  ଜିଲ୍ଲା  
ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   12-Aug-2026
  ଜିଲ୍ଲା  
ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   12-Aug-2026
  ଜିଲ୍ଲା  
ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   12-Aug-2026
  ଜିଲ୍ଲା  
ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   11-Aug-2026
  ଜିଲ୍ଲା  
ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   11-Aug-2026
  ଜିଲ୍ଲା  
ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା   11-Aug-2026

You Might Also Like