-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
25-Nov-2025
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ବ୍ଲକ ଅନ୍ତର୍ଗତ ମହଦା ପଞ୍ଚାୟତ ସିଲଜୁରି ଗ୍ରାମ ଠାରେ ଇକୋ କ୍ଲବ ବିଶାଳପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତରଫରୁ ହାତୀ ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଟିତ ହୋଇଥିଲା ପ୍ରଧାନ ଶିକ୍ଷକ ମାନଭଞ୍ଜନ ବାଘଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଶିକ୍ଷକ ସୂର୍ଯ୍ୟାନ୍ତ କୁମାର ସାହୁ,ବିଦ୍ୟୁତ ବିଭାଗ ଯନ୍ତ୍ରୀ ସୁବାସ ଚନ୍ଦ୍ର ବାଉକ,ସି ଆର ସି ସି ପ୍ରେମାନନ୍ଦ ବିଶି ଯୋଗଦେଇ ହାତୀ ସୁରକ୍ଷା ନେଇ ଆମ୍ଭ ମାନଙ୍କର କର୍ତ୍ତବ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।ଏଥିରେ ବିନିକା ଓ କୌଉଡିଆମୁଣ୍ଡା ବନ ବିଭାଗ କର୍ମଚାରୀ ମାନେ ଉପସ୍ଥିତ ରହି ହାତୀ ସୁରକ୍ଷା ଓ ନିଜ ଜୀବନ ସୁରକ୍ଷିତ ଉପରେ ଲୋକଙ୍କୁ ସଚେତନ କରିଥିଲେ ।ପ୍ରାରମ୍ଭରେ ଗ୍ରାମବାସୀ,ଇକୋ କ୍ଲବ କର୍ମକର୍ତ୍ତା ଏବଂ ବନ ବିଭାଗ କର୍ମଚାରୀ ମାନଙ୍କ ତରଫରୁ ଗ୍ରାମରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା।