-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
23-Nov-2025
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ନୁଆଁସକାଲ ପକ୍ଷରୁ ଆଜି ବହି ମିସନ-୩୬୫ କାର୍ଯ୍ୟକ୍ରମ ସ୍ଥାନୀୟ ସାଇ ଗେଷ୍ଟହାଉସଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଡ.ସୁବାଷ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଭେଡେନର ବିଶିଷ୍ଟ କବି, କଥାକାର, ଭାଷା ସଂଗଠକ ଉତ୍ପନ୍ନ କୁମାର ଭୋଇ ଯୋଗ ଦେଇ ଭାଷା ସାହିତ୍ୟ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ଭାବେ ଖପରାଖୋଲ ଲୁହାସିଂହାର କବୟିତ୍ରୀ ସବିତା ମହରା ଯୋଗ ଦେଇ ସାହିତ୍ୟର ବିଭିନ୍ନ ଦିଗ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ କବିକଳାକାର ତଥା କୋଶଲ ସାମ୍ବାଦିକ ସଂଘ ସଭାପତି ବିପ୍ରଚଣ ସାହୁ ଯୋଗ ଦେଇ କବିତା ଏବଂ କାବ୍ୟ ମଧ୍ୟରେ ଥିବା ଭାବଗତ ସମ୍ପର୍କ ଉପରେ ଆଲୋକପାତ କରିଥିଲେ । ନୁଆସକାଲର ସଂପାଦକ ଗୌରାଙ୍ଗ ପାସ୍ତେ ଅତିଥ୍ ପରିଚୟ ଏବଂ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପ୍ରବୀଣ, ଜୟ, ଗୁଣନିଧୁ, ପବିତ୍ର, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହ ଯୋଗ କରିଥିଲେ ।