-+91-9937148622 |

prerana_bgr@rediffmail.com |

  Tuesday 23rd June 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍କୁଲ ପାଖରେ ମଦ ବିକ୍ରି କୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ    (23-Jun-2026)       ||      ଚୌଦ୍ୱାର ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (23-Jun-2026)       ||      ବିକାଶ ଧାରା ଓଡିଶା ସାରା ଉପଲକ୍ଷେ ସାଲେଭଟା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ   (23-Jun-2026)       ||      ଆସନ୍ତା ଜୁଲାଇ ୧୨ ରେ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ହେବ ଓଜେୟୁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ   (23-Jun-2026)       ||      ବରପାଲିରେ ଜିଲ୍ଲାପାଳଙ୍କ ନିକଟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (23-Jun-2026)       ||      ବରପାଲିରେ ଜିଲ୍ଲାପାଳଙ୍କ ନିକଟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (23-Jun-2026)       ||      ନିଜ ଜନ୍ମ ମାଟିରେ ଡଃ ନିବେଦିତା ରଥଙ୍କୁ ଅଭୁତପୂର୍ବ ସଂବର୍ଦ୍ଧନା   (23-Jun-2026)       ||      ଜିଲ୍ଲା ସ୍ତରୀୟ STEM ଶିକ୍ଷା କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୃଜନ କ୍ଷମତାର ପ୍ରଦର୍ଶନ ଅନୁଷ୍ଠିତ   (23-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ବେନ୍ଦ୍ରା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ    (22-Jun-2026)       ||      ଗାଁ ସ୍କୁଲରେ ପହଞ୍ଚି କାର୍ଯ୍ୟରତ ଶିକ୍ଷକଙ୍କ ସହ ଆଲୋଚନା କଲେ ଡି.ଇ.ଓ ♦️ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ଜୋର୍   (22-Jun-2026)       ||      ରେଶମ ପ୍ରଶାଖା କେନାଲରେ ମିଳିଥିବା ମୃତ ମହିଳାଙ୍କ ପରିଚୟ ମିଳିଲା   (22-Jun-2026)       ||      *ଖଡିଆଳରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର : ୧୦୬ଟି ଅଭିଯୋଗର ଶୁଣାଣୀ, ରେଡକ୍ରସ୍ ପାଣ୍ଠିରୁ ସହାୟତା ପ୍ରଦାନ*   (22-Jun-2026)       ||      ବିଞ୍ଝାରପୁର ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   (22-Jun-2026)       ||      ରେଳ ପ୍ରକଳ୍ପ ଜମି ଅଧିଗ୍ରହଣରେ ଅନିୟମିତତା : ଜୀବିତ ମହିଳା ଙ୍କୁ ମୃତ ଦର୍ଶାଇ କ୍ଷତିପୂରଣରୁ ବଞ୍ଚିତ   (22-Jun-2026)       ||      ସିନାପାଲି ସହର ବର୍ଷାରେ ଜଳମଗ୍ନ: ପ୍ରଶାସନ ଓ PWD ବିଭାଗର ଅବହେଳା ନେଇ ଜନଅସନ୍ତୋଷ   (22-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଡୁଡୁକା କଲ୍ୟାଣମଣ୍ଡପ ପରିସରରେ ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ   (22-Jun-2026)       ||      ପିଏମଶ୍ରୀ ଜର୍ଜ ଉଚ୍ଚ ବିଦ୍ୟାଳୟ ରେ ଯୋଗ ଶିବିର    (22-Jun-2026)       ||      ସାମ୍ବାଦିକ ଅଶୋକ ନାରାୟଣ ଭୋଇ ଙ୍କ ଦେହାନ୍ତ ♦️ଦୀର୍ଘ ୧୭ ବର୍ଷ ଧରି ବିଭିନ୍ନ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ରେ କାର୍ଯ୍ୟ କରୁଥିଲେ   (22-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଲୁହୂରମୁଣ୍ଡା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ    (22-Jun-2026)       ||      ବରପାଲି ମହାବିଦ୍ୟାଳୟରେ ସାହିତ୍ୟିକ ଦୟାନିଧି ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଅନୁଷ୍ଠିତ   (22-Jun-2026)       ||     

HOME   ରାଜ୍ୟ

ଠିକାପାଇଁ ଠଟାଠଟି; ବିଡିଓ ଙ୍କ ବିରୁଦ୍ଧରେ ଅଧ୍ୟକ୍ଷ ଙ୍କ ଅଭିଯୋଗର ଲମ୍ବା ତାଲିକା

16-Nov-2025



ବଲାଙ୍ଗୀର(ମଳୟ ମିଶ୍ରଙ୍କ  ରିପୋର୍ଟ):  ଉନ୍ନୟନ ବନାମ ଠିକାକାମରେ ବିଡିଓଙ୍କ ଆର୍ଥିକ କ୍ଷମତା ବଢିଲା ।ଲୋକପ୍ରତିନିଧିଙ୍କ ପାୱାର କମିଗଲା।  ପୁନଶ୍ଚ  ବିଜେପି ଶାସନରେ ବିଜେଡିବାଲାଙ୍କ ଭାଉ କମିଗଲା । ତେଣୁ ଅଧ୍ୟକ୍ଷ ମାନେ ରକ୍ତଚାଉଳ ଚୋବାଉଛନ୍ତି ।  ବିଡିଓଙ୍କ ପାଞ୍ଚ ଆଙ୍ଗୁଠିରେ ଘିଅ ।  ଉପରେ ପୁଣି ମନ୍ତ୍ରୀ ଅଛନ୍ତି ଚଉବାହାକୁ !

ତିନିଦିନ ତଳେ ବଲାଙ୍ଗୀର ଜିଲ୍ଲାର ଅନ୍ୟତମ ରାଜନୈତିକ ସମ୍ବେଦନଶୀଳ ବ୍ଲକ୍ ଲୋଇସିଂହା ବ୍ଲକର ଅଧ୍ୟକ୍ଷ ଓ ବିଡିଓଙ୍କ ମଧ୍ଯରେ ଖୋଲାଖୋଲି ଉଚ୍ଚସ୍ଵରରେ ବଚସା ସହିତ ହାତାହାତି ହେବା ଘଟଣା ଘଟିଯାଇଛି । ଗଣମାଧ୍ୟମରେ ପ୍ରକାଶ ପାଇ ଏହା ଚର୍ଚ୍ଚିତ ହୋଇପଡିଥିଲେ ହେଁ , ଉଭୟ ପକ୍ଷରୁ ଏ ସମ୍ପର୍କରେ ସ୍ଥାନୀୟ ଥାନାରେ ଏତଲା ଦିଆ ନଯିବା କୌତୁହଳ ସୃଷ୍ଟି କରିଛି । 

ପ୍ରକାଶ ଯେ , ଗତ ୧୪ ତାରିଖ ଦିନ ବ୍ଲକ୍ ଅଧ୍ୟକ୍ଷ ଯତୀନ୍ଦ୍ର କୁମାର ପଟେଲ ବ୍ଲକ ଅଫିସ୍ ରେ ପହଞ୍ଚି ଅଫିସ୍ ରେ ବିଡିଓ କିମ୍ବା ପ୍ରାୟ କୌଣସି ଷ୍ଟାଫ୍ ନ ଥିବା ଦେଖି ବିଡିଓ ପାଖର ସରପଞ୍ଚଙ୍କ ଭୋଜିଭାତ ଖାଇବାକୁ ଯାଇଥିବା ଜାଣିବାକୁ ପାଇଥିଲେ । ଏହି ସମୟରେ ବିଡିଓ ପହଞ୍ଚିବାରୁ ସେମାନଙ୍କ ମଧ୍ଯରେ ବାକ୍ ବିତଣ୍ଡା ହୋଇ ହାତାହାତି ହେବାପର୍ଯ୍ୟନ୍ତ କଥା ଯାଇଥିଲା । ଏହି ଘଟଣା ବ୍ଲକ୍ ର ଅନ୍ୟ କର୍ମଚାରୀମାନଙ୍କ ମଧ୍ଯରେ ଅସ୍ବାଭାବିକ ବାତାବରଣ ସୃଷ୍ଟି କରିଥିଲା ।

ଏ ସମ୍ପର୍କରେ ପଚାରିବାରୁ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ କ୍ଷୋଭପ୍ରକାଶ କରି କହିଛନ୍ତି ଯେ , ବିଡିଓ ପ୍ରାୟତଃ ମଦପିଇ ମନଇଚ୍ଛା ଅଫିସକୁ ଆସୁଛନ୍ତି । ଆହୁରିମଧ୍ୟ ସେ ଡାଇରେକ୍ଟ୍ ୫% ପିସି ନିଅନ୍ତି  ।  ଜିପିଇଓରୁ ପଦୋନ୍ନତି ପାଇ ଏବିଡିଓ ଭାବରେ ଅବସ୍ଥାପିତ କିଶୋର ମାନସିଂ , ଏଇ ସିଦ୍ଧାର୍ଥ  ପାଢୀ , ୫ ଜଣ ଜେଇ ଓ ଅନ୍ୟ କର୍ମଚାରୀମାନଙ୍କର  ଆଚରଣ ଭଲ ନୁହେଁ । କୌଣସି କର୍ମଚାରୀ ଲୋଇସିଂହାରେ ରହନ୍ତିନାହିଁ ଓ ବଲାଙ୍ଗୀରରୁ ଯାଆଆସ କରୁଛନ୍ତି । ଉକ୍ତ ବିଡିଓ ଏହାପୂର୍ବରୁ ବୌଦ୍ଧରେ ଅବସ୍ଥାପିତ ଥିଲାବେଳେ ବିବଦମାନ ହୋଇପଡି ଥିଲେ ଓ ଏଠାରେ ମଧ୍ଯ ସେହିପରି ଆଚରଣ କରୁଛନ୍ତି । ସରକାର ବିଡିଓମାନଙ୍କର ଆର୍ଥିକକ୍ଷମତା ବୃଦ୍ଧି କରିବାରୁ ଆଉ ଲୋକପ୍ରତିନିଧିଙ୍କ କ୍ଷମତା ଆଗପରି ନାହିଁ ।

ଅନ୍ୟପକ୍ଷରେ ବିଡିଓ ଅକ୍ଷପାଣି ଉଡୁ ତାଙ୍କ ସଫେଇରେ ପ୍ରକାଶ କରିଛନ୍ତି ଯେ , ସେ ଉକ୍ତଦିନ ଏକ ଜାତୀୟ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ସ୍ଥାନୀୟ କଲେଜର ଏକ ଉତ୍ସବରେ ଯୋଗଦେଲା ପରେ ଫିଲ୍ ଡ ଭିଜିଟ୍ ରେ ଯାଇଥିଲେ । ସେଠାରେ ତାଙ୍କୁ ଦେଖି ଭୋଜିଭାତ କରୁଥିବା ସେଠାକାର ସରପଞ୍ଚ ଖାଇବାକୁ ଅନୁରୋଧ କରିବାରୁ ସେ ଖାଇଦେଇଥିଲେ ।  ବ୍ଲକ୍ ଅଫିସକୁ ଫେରିଲା ପରେ ଅଧ୍ୟକ୍ଷ ପାଟିତୁଣ୍ଡ କରୁଥିବା ଓ ତାଙ୍କ ସହ କଥା କଟାକଟି କରିଥିଲେ । ସେ ତାଙ୍କ କଲର୍ ଧରିପକାଇବାରୁ ସେ ମଧ୍ଯ ତାଙ୍କୁ ଧରି ପକାଇଥିଲେ ।  ବ୍ଲକର ସରକାରୀ କର୍ମଚାରୀମାନେ ଏଠାରେ ରହୁ ନଥିଲେ ହେଁ , ୧୦ ଟାରୁ ୫ ଟା ଠିକ୍ ସମୟରେ ଅଫିସ୍ ଆସି ଅଫିସ କାମ କରୁଛନ୍ତି ।  ଏ ସମ୍ପର୍କରେ ମାନବିକତା ଦୃଷ୍ଟିରୁ ସେ ଥାନାରେ ଏତଲା ଦେଇନାହାଁନ୍ତି । '

ତେବେ ଏହି ବିବାଦ ପଛରେ ମୁଖ୍ଯତଃ ବ୍ଲକର ଉନ୍ନୟନ ବନାମ ଠିକାକାମର ବିଲ୍ ହିଁ ମୁଖ୍ଯ କାରଣ ବୋଲି ଜଣାଯାଇଛି ।  ଅଧ୍ୟକ୍ଷ ନିର୍ବାଚନ ଲଢିବାବେଳୁ ଅଧ୍ୟକ୍ଷ ବିଭିନ୍ନ ଲୋକଙ୍କ ଠାରୁ ଲକ୍ଷ  ଲକ୍ଷ ଟଙ୍କା ହାତଉଧାରୀ ଆଣି ସୁଝିନଥିବା ଓ ସେ ବିଜେଡିର ହୋଇଥିବାରୁ ନୂତନ ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରୀ ଡା ମୁକେଶ ମହାଲିଙ୍ଗ ସ୍ଥାନୀୟ ବିଧାୟକ ହୋଇଥିବାରୁ ବିଡିଓ ତାଙ୍କୁ ଫେଭର୍ ଦେଖାଉ ନ ଥିବା କୁହାଯାଉଛି । ତେଣୁ ସମ୍ଭବତଃ ଅଧ୍ୟକ୍ଷ ନିରାଶ ହୋଇପଡିଥିବା ସହିତ ବିଡିଓ ତାଙ୍କୁ ଆର୍ଥିକ ଅନୁକମ୍ପା ଦେଖାଉ ନଥିବା କାରଣ ହୋଇପାରେ  ! 

ଅପରତଃ ୨୦ ଟି ଗ୍ରାମପଞ୍ଚାୟତ ବିଶିଷ୍ଟ ଲୋଇସିଂହା ବ୍ଳକରେ ମନରେଗା ଠାରୁ ବିଭିନ୍ନ ସରକାରୀ ଯୋଜନାରେ ପୂର୍ବସରକାରଙ୍କ ଅମଳ ପରି ପିଆର ଆଇ ମେମ୍ବରଙ୍କ ହିଁ ସରକାରୀ କର୍ମଚାରୀଙ୍କ କାର୍ଯ୍ୟାଦେଶରେ ଠିକାକାମ କରି ଆସୁଛନ୍ତି । ନୂତନ ସରକାର ଆସିବା ପରେ ବିଜେପି ବନାମ ମନ୍ତ୍ରୀଙ୍କ ଲୋକମାନେ ଆସି ବିଡିଓଙ୍କ ପାଖରେ ବସୁଛନ୍ତି । ବିଡିଓ ମଧ୍ଯ ବିଜେପି ସରପଞ୍ଚଙ୍କ ସହ ଘନିଷ୍ଠତା ବଢାଇବା ବିଜେଡି ଅଧ୍ୟକ୍ଷଙ୍କ ଗାତ୍ରଦାହ କରୁଛି । ତେଣୁ କ୍ରମଶଃ ଏହି ଅସହିଷ୍ଣୁତା ଶେଷରେ ଏଭଳି ଖୋଲାବିଦ୍ରୋହର ରୂପ ନେଇଥିବା ଆଲୋଚନା ହେଉଛି । ଅତୀତରେ ଏହି ବ୍ଲକ୍ ରେ ଏଭଳି ଜନପ୍ରତିନିଧିଙ୍କ ମଧ୍ଯରେ ପୁଞ୍ଜିଭୂତ ଅସନ୍ତୋଷ ଅପରାଧ ଘଟିବା ପର୍ଯ୍ୟନ୍ତ ଯାଇଥିବାରୁ ଜିଲ୍ଲାପାଳ ଗଣମାଧ୍ୟମର ପ୍ରକାଶିତ ଉକ୍ତ ଅଧ୍ୟକ୍ଷ- ବିଡିଓ ହାତାହାତି ବିବାଦକୁ ତଥାକଥିତ ମାନବିକତାର ପରିସୀମାରୁ ବାହାର କରି ଥାନାରେ ଏତଲା ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେବା ଉଚିତ୍ ବୋଲି ଲୋକେ ଦାବି କରିଛନ୍ତି । ସେହିପରି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ପକ୍ଷରୁ ମଧ୍ଯ  ଏଥିପ୍ରତି ଧ୍ୟାନ ଦିଆଯିବାକୁ ତାଙ୍କର ଦୃଷ୍ଟିଆକର୍ଷଣ କରାଯାଉଛି । କାରଣ ବ୍ଲକର ଜଣେ ନିର୍ବାଚିତ ଲୋକପ୍ରତିନିଧି ଓ ପ୍ରାଶାସନିକ ଅଧିକାରୀଙ୍କ ମଧ୍ଯରେ ସରକାରୀ ଅଫିସ ମଧ୍ଯରେ ସର୍ବସମ୍ମୁଖରେ ଏତାଦୃଶ ଆଚରଣ କୌଣସି ଗେଲକଥା ଆଦୌ ନୁହେଁ  !


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍କୁଲ ପାଖରେ ମଦ ବିକ୍ରି କୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ   23-Jun-2026
  ଜିଲ୍ଲା  
ଚୌଦ୍ୱାର ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   23-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା ଉପଲକ୍ଷେ ସାଲେଭଟା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ   23-Jun-2026
  ଜିଲ୍ଲା  
ଆସନ୍ତା ଜୁଲାଇ ୧୨ ରେ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ହେବ ଓଜେୟୁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ   23-Jun-2026
  ଜିଲ୍ଲା  
ବରପାଲିରେ ଜିଲ୍ଲାପାଳଙ୍କ ନିକଟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   23-Jun-2026
  ଜିଲ୍ଲା  
ବରପାଲିରେ ଜିଲ୍ଲାପାଳଙ୍କ ନିକଟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   23-Jun-2026
  ଜିଲ୍ଲା  
ନିଜ ଜନ୍ମ ମାଟିରେ ଡଃ ନିବେଦିତା ରଥଙ୍କୁ ଅଭୁତପୂର୍ବ ସଂବର୍ଦ୍ଧନା   23-Jun-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ STEM ଶିକ୍ଷା କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୃଜନ କ୍ଷମତାର ପ୍ରଦର୍ଶନ ଅନୁଷ୍ଠିତ   23-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ବେନ୍ଦ୍ରା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ   22-Jun-2026
  ଜିଲ୍ଲା  
ଗାଁ ସ୍କୁଲରେ ପହଞ୍ଚି କାର୍ଯ୍ୟରତ ଶିକ୍ଷକଙ୍କ ସହ ଆଲୋଚନା କଲେ ଡି.ଇ.ଓ ♦️ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ଜୋର୍   22-Jun-2026
  ଜିଲ୍ଲା  
ରେଶମ ପ୍ରଶାଖା କେନାଲରେ ମିଳିଥିବା ମୃତ ମହିଳାଙ୍କ ପରିଚୟ ମିଳିଲା   22-Jun-2026
  ଜିଲ୍ଲା  
*ଖଡିଆଳରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର : ୧୦୬ଟି ଅଭିଯୋଗର ଶୁଣାଣୀ, ରେଡକ୍ରସ୍ ପାଣ୍ଠିରୁ ସହାୟତା ପ୍ରଦାନ*   22-Jun-2026

You Might Also Like