-+91-9937148622 |

prerana_bgr@rediffmail.com |

  Wednesday 24th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦର ମହାସମାବେଶ     (24-Jun-2026)       ||      ବିଦ୍ୟୁତ ଆଘାତରେ ଲାଇନମ୍ୟାନେ ମୃତ   (24-Jun-2026)       ||      ପୁଇଁତଲା ପ୍ରଗତି ଏଫ୍‌ପିସିର ଡାଲି ଓ ଧାନ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟିତ    (23-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ   (23-Jun-2026)       ||      ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ରତାଖଣ୍ଡି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ   (23-Jun-2026)       ||      ନୂଆବଜାର ବେଆଇନ ଫୁଡ୍ ମାର୍କେଟ୍‌କୁ ତୁରନୁ ଉଛେଦ କରାଯାଉ । ଦୁର୍ଘଟଣା ପରେ ଦୁର୍ଘଟଣା ବଢ଼ିବାରେ ଲାଗିଛି ।   (23-Jun-2026)       ||      ନୂତନ ଆୟକର ଆଇନ-୨୦୨୫ ସଂପର୍କରେ ସଚେତନତା ସୃଷ୍ଟି  କରିବା ପାଇଁ ବୈଠକ   (23-Jun-2026)       ||      ବରପାଲିରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ   (23-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଝାରମୁଣ୍ଡା ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ କାର୍ଯ୍ୟକ୍ରମ   (23-Jun-2026)       ||      ବଲାଙ୍ଗୀର ଟି ଡି ଏମ୍ ଙ୍କ ମନୋମୁଖୀ କାରବାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲା ଘରୋଇ ବସ ମାଲିକ ସଂଘ♦️ ବିନା ରୁଟ ପରମିଟ୍ ରେ ଦେବଗଡ଼ ଯାଉଥିବା ବସ୍ କୁ ବିରୋଧ କରି ଅଟକାଇଲେ    (23-Jun-2026)       ||      ବିକାଶ ଧାରା, ଓଡିଶା ସାରା ବକଟି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Jun-2026)       ||      ଡାବୁଗାଁ ବ୍ଲକ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକମ ମଧ୍ୟ ଚାଲୁ...... କିନ୍ତୁ ବ୍ଲକବାସୀଙ୍କୁ ସୂଚନା ଦେବା ଏଲଇଡି ମଧ୍ୟ ମରାମତି ହେଉ   (23-Jun-2026)       ||      ସ୍କୁଲ ପାଖରେ ମଦ ବିକ୍ରି କୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ    (23-Jun-2026)       ||      ଚୌଦ୍ୱାର ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (23-Jun-2026)       ||      ବିକାଶ ଧାରା ଓଡିଶା ସାରା ଉପଲକ୍ଷେ ସାଲେଭଟା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ   (23-Jun-2026)       ||      ଆସନ୍ତା ଜୁଲାଇ ୧୨ ରେ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ହେବ ଓଜେୟୁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ   (23-Jun-2026)       ||      ବରପାଲିରେ ଜିଲ୍ଲାପାଳଙ୍କ ନିକଟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (23-Jun-2026)       ||      ବରପାଲିରେ ଜିଲ୍ଲାପାଳଙ୍କ ନିକଟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (23-Jun-2026)       ||      ନିଜ ଜନ୍ମ ମାଟିରେ ଡଃ ନିବେଦିତା ରଥଙ୍କୁ ଅଭୁତପୂର୍ବ ସଂବର୍ଦ୍ଧନା   (23-Jun-2026)       ||      ଜିଲ୍ଲା ସ୍ତରୀୟ STEM ଶିକ୍ଷା କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୃଜନ କ୍ଷମତାର ପ୍ରଦର୍ଶନ ଅନୁଷ୍ଠିତ   (23-Jun-2026)       ||     

HOME   ଜିଲ୍ଲା

ଜାତୀୟ ଗଣମାଧ୍ୟମ ଦିବସର ଅନୁଚିନ୍ତା

16-Nov-2025



ନଭେମ୍ବର ୧୬ ତାରିଖକୁ ପ୍ରତି ବର୍ଷ ଆମେ ଜାତୀୟ ପ୍ରେସ ଦିବସ ଭାବେ ଭାରତରେ ପାଳନ କରାଯାଇଥାଏ l୧୯୬୬ ମସିହା ୧୬ ତାରିଖ ଦିନ ଭାରତୀୟ ପ୍ରେସ କାଉନସିଲଗଠିତ ହେଲା ପରେ ଭାରତର ପୂର୍ନତନ ରାଷ୍ଟ୍ରପତି ଶଙ୍କର ଦୟାଲ ଶର୍ମା ୩୦ତମ କାଉଁନସିଲର ପ୍ରତିଷ୍ଠା ଦିବସରେ ୧୯୯୬ ମସିହାରୁ ବିଧିବଦ୍ଧ ଭାବେ ପାଳନ କରିବାକୁ ଆହ୍ବାନ ଦେଇଥିଲେ I୧୯୯୭ ମସିହାରୁ କ୍ରମାଗତ ଭାବେ ନଭେମ୍ବର ୧୬ ତାରିଖକୁ  ଜାତୀୟ ପ୍ରେସ ଦିବସ ଭାବେ ପାଳନ କାରାଯାଇ ଆସୁଅଛି Iସ୍ବାଧୀନତା ପରବର୍ତ୍ତୀ ସମୟରେ ପ୍ରଥମ ପ୍ରେସ କମିଶନଙ୍କ ୧୯୫୬ ସୁପାରିଶ ଅନୁଯାୟୀ ପ୍ରେସ କାଉଁନସିଲ ଆକ୍ଟ ୧୯୬୫ ପ୍ରଣୀତ ହୋଇଥିଲା Iଜରୁରୀକାଳିନ ଅବସ୍ଥାରେ ପ୍ରେସ କାଉଁନସିଲର ସ୍ବାଧୀନତା ଉପରେ ଅଙ୍କୁଶ ଲାଗିଥିଲା Iଅର୍ଥାତ ଗଣମାଧ୍ଯମର କଣ୍ଠରୋଧ କରାଯାଇଥିଲା Iପୁନର୍ବାର ୧୯୭୮ରେ ପ୍ରେସ କାଉଁନସିଲ ଆକ୍ଟ ପ୍ରଣୀତ ହୋଇଥିଲା I୧୯୭୯ ମାର୍ଚ୍ଚ ପହିଲାରୁ ନୂତନ ପ୍ରେସ କାଉଁନସିଲ ଗଠନ ହେବା ପରେ ଧାରାବାହିକ ଭାବେ ଭାରତରେ ପ୍ରେସ କାଉଁସିଲ କାର୍ଯ୍ଯକାରୀ ହୋଇଆସୁଛି Iଏହି ସଂସ୍ଥାରେ ୨୮ ଜଣ ସଦସ୍ଯ ରହିଥିବା ବେଳେ ଜଷ୍ଟିସ୍ ଜେ.ଆର.ମୁଧୋଲକର ଥିଲେ ଏହାର ପ୍ରଥମ ଚେୟାରମ୍ଯାନ Iପ୍ରେସ କାଉଁନସିଲର ମୁଖ୍ଯ ଉଦ୍ଦେଶ୍ଯ ହେଲା ଗଣମାଧ୍ଯମର ସ୍ବାଧୀନତାକୁ ଅକ୍ଷୁର୍ଣ୍ଣ ରଖିବା ସହଗୁଣାତ୍ମକମାନ ନିର୍ଣ୍ଣୟ କରିବା I
ଭାରତର ସମ୍ବାଦ ପତ୍ର ପ୍ରକାଶନର ଐତିହାସିକ ପୃଷ୍ଠଭୂମିକୁ ରୋମନ୍ଥନ କଲେ ଜଣାଯାଏ ଯେ,ଭାରତର ଇଷ୍ଟି ଇଣ୍ଡିଆ ଶାସନ କାଳରେ ଚାକିରୀରୁ ଇସ୍ତଫା ଦେଇ ୧୭୮୦ ମସିହାରେ ଜେମସ୍ ଅଗଷ୍ଟସ୍ ହକି ଜାନୁୟାରୀ ୨୯ ତାରିଖରେ ପ୍ରଥମେ "ବେଙ୍ଗଲ ଗେଜେଟ୍"ସମ୍ବାଦ ପ୍ରକାଶ କରିଥିଲେ Iକମ୍ପାନୀର ପ୍ରିୟାପ୍ରୀତି ତୋଷଣ ,ଦୁର୍ନୀତିକୁ ଲୋକ ଲୋଚନକୁ ଆଣିବା ମୁଖ୍ଯ ଉଦ୍ଦେଶ୍ଯ ଥିଲା Iଏହା ବ୍ଯତୀତ ବଡଲାଟ ୱାରେନ୍ ହଷ୍ଟିଙ୍ଗସ୍ (Warren Hastings)ଙ୍କ ଘରୋଇ ଜୀବନକୁ ମଧ୍ଯ ସମାଲୋଚନା କରିବାକୁ ବାଦ୍ ପଡିନଥିଲା I
୧୮୩୮ ମସିହାରେ ରେଭରେଣ୍ଡ ଲେସି ନାମକ ଜଣେ ଇଂରେଜୀ ପାଦ୍ରୀଙ୍କ ଉଦ୍ଯମରେ ଓଡିଶାରେ ପ୍ରଥମ ହସ୍ତ ଚାଳିତ ମୁଦ୍ରଣ ଯନ୍ତ୍ର ପ୍ରଚଳନ ହେଲା I ଏହାକୁ 'ମିଶନ ପ୍ରେସ୍"ନାମକରଣ କରାଗଲା। ୧୮୪୯ ମସିହାରେ ପ୍ରଥମ ଓଡ଼ିଆ ପତ୍ରିକା "ଜ୍ଞାନରୁଣ" ତାଙ୍କର ଉଦ୍ଯମ ରେ ପ୍ରକାଶ ପାଇଲା। ୧୮୫୬ରେ ଅନ୍ୟ ଏକ ପତ୍ରିକା "ପ୍ରବୋଧଚନ୍ଦ୍ରିକା" ପ୍ରକାଶିତ ହେଲା। ୧୮୬୬ ମସିହାରେ ଓଡ଼ିଶା ର ପ୍ରଥମ ସମ୍ବାଦ ପତ୍ର ଭାବେ ସାପ୍ତାହିକ "ଉତ୍କଳ ଦୀପିକା"ଅବିସ୍ମରଣୀୟ। ପଣ୍ଡିତ ଗୌରୀଶଙ୍କର ରାୟ ଙ୍କ ସଂପାଦନାରେ ଏହା ଆତ୍ମା ପ୍ରକାଶ ପାଇଲା କଟକରୁ। ପରେ ୧୮୬୮ରେ ବାଲେଶ୍ଵରରୁ "ସମ୍ବାଦବାହିକା", ୧୮୭୯ ରେ" ଉତ୍କଳ ହିତୈଷିଣୀ"୧୮୮୯ ରେ  ସମ୍ବଲପୁର ହିତୈଷିଣୀ, ଆଦି ସମ୍ବାଦ ପତ୍ର ପ୍ରକାଶ ପାଇଲା। ବ୍ରହ୍ମପୁର ଗଞ୍ଜାମ ରୁ ଶଶିଭୂଷଣ ରଥଙ୍କ ସଂପାଦନାରେ ୧୩ ଏପ୍ରିଲ୍ ୧୯୧୩ରେ ସାପ୍ତାହିକ "ଆଶା" ଆତ୍ମା ପ୍ରକାଶ କଲା। ଓଡିଶାର ପ୍ରଥମ ଦୈହିକ ସମ୍ବାଦ ପତ୍ର ଭାବେ ୧୯୨୮ ଏପ୍ରିଲ୍ ୧୩ ତାରିଖ ରେ ଶଶିଭୂଷଣ ରଥଙ୍କ ବଳିଷ୍ଠ ଉଦ୍ଯମ ରେ ବ୍ରହ୍ମପୁର ରୁ ପ୍ରକାଶ ପାଇଲା ତତକାଳୀନ ସ୍ବାଧୀନ ସଂଗ୍ରମୀମାନଙ୍କ ଆନ୍ଦୋଳନ ତଥା ପ୍ରଶାସନର କାର୍ଯ୍ଯକାଳ ଉପରେ ଆଧାରିତ ସମ୍ବାଦ ମାନ। ଦୈନିକ ଆଶା ଏକ ମାତ୍ର ସମ୍ବାଦ ପତ୍ର, ଯାହାକି ସାମ୍ବାଦିକ ସୃଷ୍ଟି କରିବା ରେ ଏକ ମାଇଲ ଖୁଣ୍ଟ। ଏହି ସମ୍ବାଦ ପତ୍ର ଦ୍ବାରା ସାମ୍ବାଦିକ ମାନେ ପ୍ରତ୍ଯକ୍ଷ ସାମ୍ବାଦିକତା ପ୍ରଶିକ୍ଷଣ ପାଇବାରେ ପଥ ପ୍ରଶସ୍ଥ ହୋଇ ପାରିଥିଲା। ଦୈନିକ ଆଶା ଓଡ଼ିଶା ର ଜନ ମାନସକୁ ଆନ୍ଦୋଳିତ କରିଥିଲା। ୧୯୧୯ ରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରଚେଷ୍ଟାରେ ସାପ୍ତାହିକ "ସମାଜ" ସ୍ବାଧୀନତା ସଂଗ୍ରମୀମାନଙ୍କ ବାର୍ତ୍ତା ନେଇ ଆତ୍ମା ପ୍ରକାଶ କଲା।ଏହି ପତ୍ରିକା ୧୯୩୦ ମସିହାରେ ଦୈନିକ ସମ୍ବାଦ ପତ୍ର ଭାବେ ପ୍ରକାଶ ପାଇଲା। ୧୯୩୮ ମସିହାରେ ଗୋଦାବରୀଶ ମହାପାତ୍ରଙ୍କ ସଂପାଦନାରେ ବ୍ରହ୍ମପୁର ରୁ ଏକ ସମାଲୋଚ଼ନା ମୂଳକ ପତ୍ରିକା "ନିଆଁ ଖୁଣ୍ଟା" ସମାଜ ର ଦୋଷ ଦୁର୍ବଳତାକୁ ଏକ ନାଟକୀୟ ଢଙ୍ଗରେ ପରିବେଷଣ କରି ଜନ ସମାଜର ଶ୍ରଦ୍ଧା ଭାଜନ ହେଲା। ୧୯୩୮ରେ "କୃଷକ" ଓଡିଆ ସାପ୍ତାହିକ ସାରଙ୍ଗଧର ଦାସଙ୍କ ସଂପାଦନାରେ କଟକରୁ ପ୍ରକାଶ ପାଇଲା। ଏହି ପତ୍ରିକା ରେ ବିଶେଷ କରି କୃଷକ ସଂପର୍କୀତ ଖବର ପ୍ରକାଶ ପାଉଥିଲା। 
ବାଲେଶ୍ୱର ରୁ ଡଃ ହରେକୃଷ୍ଣ ମହାପାତ୍ର ଙ୍କ ବଳିଷ୍ଠ ପ୍ରଚେଷ୍ଟାରେ ୨.୧୦.୧୯୨୩ ରେ ପ୍ରଜାତନ୍ତ୍ର ସାପ୍ତାହିକ ଭାବେ ପ୍ରକାଶ ପାଇଲା। ଏହା ୮ ଅଗଷ୍ଟ ୧୯୪୭ ମସିହାରେ ଦୈନିକ ଭାବେ ପ୍ରକାଶିତ ହେଲା।  ୧୯୪୭ ବାଳକୃଷ୍ଣ କରଙ୍କ ସଂପାଦନରେ ସାପ୍ତାହୀକ ମାତୃଭୂମି ପ୍ରକାଶିତ ହେଲା ଏବଂ ୧୯୧୫ ରେ ଦୈନିକ ଭାବେ ଲୋକଲୋଚନକୁ ଆସିଲା। ୧୯୬୦ରେ ପୂର୍ବତନ ମୁଖ୍ଯ ମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ପ୍ରଚେଷ୍ଟାରେ "କଳିଙ୍ଗ" ଦୈନିକ ସମ୍ବାଦ ପତ୍ର ପ୍ରକାଶ ପାଇଲା। "ଜନଶକ୍ତି" ନାମକ ଅନ୍ୟ ଏକ ଦୈନିକ ସମ୍ବାଦ ପତ୍ର ତତକାଳୀନ ମୁଖ୍ଯ ମନ୍ତ୍ରୀ ବୀରେନ ମିତ୍ର ଙ୍କ ଦ୍ଵାରା ପ୍ରକାଶ ପାଇଲା। ପୂର୍ବତନ ମୁଖ୍ଯ ମନ୍ତ୍ରୀ ନନ୍ଦିନୀ ଶତପଥୀ ଙ୍କ ମାଲିକାନାରେ ୨୪ ନଭେମ୍ବର ୧୯୪୭ ରେ "ଧରିତ୍ରୀ" ଦୈନିକ ଖବର କାଗଜ ପ୍ରକାଶିତ ହେଲା। 
୨୦୦୬ ଏନ.ଆର.ଏସ ତଥ୍ଯ ଅନୁସାରେ ଓଡିଶରେ କୋଟିଏରୁ ଅଧିକ ସମ୍ବାଦ ପତ୍ର ପାଠକ ସୃଷ୍ଟି ହୋଇଥିବା ଜଣାଯାଏ। ୨୦୦୭/୦୮ ସୁଦ୍ଧା ଓଡିଶାରୁ ୧୦୩୨ ଗୋଟି ସମ୍ବାଦ ପତ୍ର ପ୍ରକାଶ ପାଉଥିବା ଜଣାପଡିଛି। ବର୍ତ୍ତମାନ ଓଡ଼ିଶା ରୁ ୧୦୭ ଗୋଟି ଦୈନିକ ସମ୍ବାଦ ପତ୍ର ପ୍ରକାଶ ପାଉଥିବା ବେଳେ ୨୭୪ ଖଣ୍ଡ ସାପ୍ତାହିକ ପ୍ରକାଶ ପାଉଛି। ପତ୍ରପତ୍ରିକା ଭଳି ଓଡ଼ିଶା ରେ ଆକାଶ ବାଣୀ ୧୯୪୮ ରେ କଟକ ଠାରେ ପ୍ରତିଷ୍ଠା ହେଲା। ୧୯୬୨ ରେ ବିବିଧ ଭାରତୀ, ୧୯୭୫ରେ କମର୍ସିଆଲ ବୋର୍ଡକାଷ୍ଟିଂ ର ମାନ୍ଯତା ପାଇ ୨୦୧୧ ସୁଦ୍ଧା ଓଡିଶା ରେ ୧୧ ଗୋଟି ଆକାଶ ବାଣୀ କେନ୍ଦ୍ର ସ୍ଥାପନ ହୋଇଛି। ସେଗୁଡିକ ହେଲା କଟକ, ଜୟପୁର, ସମ୍ବଲପୁର, ଭବାନୀପାଟଣା, ବାରିପଦା, କେଉଁଝର, ରାଉରକେଲା, ବଲାଙ୍ଗିର, ବାଲେଶ୍ୱର, ବ୍ରହ୍ମପୁର ଏବଂ ପୁରୀ। 
ଆକାଶ ବାଣୀ ରେ ମଧ୍ଯ ଶ୍ରୋତାମାନଙ୍କୁ ସମ୍ବାଦ ଶ୍ରବଣ ମାଧ୍ଯମ ରେ ପରିବେଷଣ କରାଯାଇଥାଏ। ସେହିଭଳି ଚକ୍ଷୁ ରେ ଦୃଶ୍ଯ ଓ କର୍ଣ୍ଣରେ ଶ୍ରାବ୍ୟ ଭଳି ଦୂର ଦର୍ଶନ ଏକ ସମ୍ବାଦ ପରିବେଷଣର ଭୂମିକା ଆଜି କାଲି ସମୟରେ ଗୁରୁତ୍ବ ପୂର୍ଣ୍ଣ  ଭୂମକା ନିର୍ବାହ କରୁଛି। ଓଡ଼ିଶା ରେ ୧୯୮୨ ରେ ସରକାର ଙ୍କ ଉଦ୍ଯମରେ ଦୂର ଦର୍ଶନ ପ୍ରସାରଣ କରାଗଲା। ୧୯୯୭ ରେ ଓଟିଭି, ୨୦୦୨ରେ ଇଟିଭି, ୨୦୦୯ରେ ନକ୍ଷତ୍ର ଟିଭି କନକ ଟିଭିର ଶୁଭାରମ୍ଭ କରାଗଲା। ଏ ସମସ୍ତ ଗଣ ମାଧ୍ଯମ କୁ ବୈଦ୍ଯୁତକ ଗଣମାଧ୍ୟମ କୁହା ଯାଉଥିବା ବେଳେ ମୁଦ୍ରିତ ଗଣମାଧ୍ୟମ କୁ ପ୍ରିଣ୍ଟିମିଡିଆ କୁହାଯାଉଛି। ପ୍ରିଣ୍ଟିଂ ଗଣମାଧ୍ୟମ ଭଳି ଇଲୋକଟ୍ରୋନିକ ଗଣମାଧ୍ୟମର ଭୂମିକା କିଛି କମ୍ ନୁହେଁ। ପରସ୍ପର ଆଜି ପ୍ରତିଯୋଗିତା ମୂଳକ ଭାବେ ଜନସାଧାରଣଙ୍କୁ ତଟକା ସମ୍ବାଦ ଯୋଗାଇ ଦେଇ ଆସୁଛି। ବୈଦ୍ଯୁତକ ଗଣମାଧ୍ୟମ ମାଧ୍ଯମ ଆତ୍ମ ପ୍ରକାଶ ପାଇଲା ପରେ ପ୍ରିଣ୍ଟିଂ ଗଣମାଧ୍ୟମ ର ଚାହିଦା କୌଣସି ଦିଗରୁ ଶୀଥିଳ ପଡିଯାଇ ନାହିଁ।
ସେ ଯାହା ହେଉ ୧୯୪୭ ରେ ଭାରତ ସ୍ବାଧୀନତା ପରବର୍ତ୍ତୀ ଗଣମାଧ୍ୟମ ଏବଂ ପୂର୍ବବର୍ତ୍ତୀ ଗଣମାଧ୍ୟମ ର ଭୂମିକାକୁ ବିଚାର କଲେ ଭିନ୍ନତା ରହିଛି। ସ୍ବାଧୀନତା ପୂର୍ବରୁ ଯେଉଁ ସମ୍ବାଦ ପତ୍ର ପ୍ରକାଶ ପାଉଥିଲା, ସେଥିରେ ସ୍ବାଧୀନ ପାଇଁ ଯେଉଁ ସ୍ବାଧୀନତା ସଂଗ୍ରମୀମାନେ କାର୍ଯ୍ୟ କରୁଥିେଲ, ସଭା ସମିତି, ବିକ୍ଷୋଭ ତଥା ଅସହଯୋଗ ଆନ୍ଦୋଳନ କରୁଥିଲେ, ବ୍ରିଟିଶ ଶାସନ ର ବର୍ବରୋଚିତ କାର୍ଯ୍ଯ କଳାପ ଉପରେ ସମ୍ବାଦ ପ୍ରକାଶ ପାଉଥିଲା। ସମ୍ବାଦ ପତ୍ର ରେ ବିଜ୍ଞାନ କୁ ଘୃଣା ଦୃଷ୍ଟିରେ ଦେଖାଯାଉଥିଲା। ବିଶେଷ କରି ଭାରତ ସ୍ବାଧୀନତା ଲାଗି ମହାତ୍ମା ଗାନ୍ଧୀ ଙ୍କ ଦ୍ବାରା ପ୍ରକାଶିତ "ହରିଜନ" ପତ୍ରିକା କୁ ଏକ ନଗ୍ନ ଦୃଷ୍ଟାନ୍ତ ଭାବେ ଗ୍ରହଣ କରାଯାଇ ପାରେ। ହରିଜନ ପତ୍ରିକା ୧୯୩୩ ଫେବୃଆରୀ ୧୧ ତାରିଖ ଦିନ ସାପ୍ତାହିକ ଭାବେ ଆତ୍ମା ପ୍ରକାଶ ପାଇଥିଲା। ଏହି ପତ୍ରିକା ଟି ଦୀର୍ଘ ୧୬ ବର୍ଷ ପର୍ଯ୍ୟନ୍ତ ଅର୍ଥାତ୍ ୧୯୪୮ ଜାନୁଆରୀ ୩୦ ତାରିଖ ମହାତ୍ମା ଗାନ୍ଧୀ ଙ୍କ ମହାପରାୟଣ ପର୍ଯ୍ୟନ୍ତ ଶେଷ ଥର ଲାଗି ପ୍ରକାଶ ପାଇଥିଲା। ତାପରେ ମହାତ୍ମାଗାନ୍ଧୀ ଙ୍କ ମାନସ ପତ୍ରିକା "ହରିଜନ" ବନ୍ଦ ହୋଇଯାଇଥିଲା। ବାସ୍ତବ ରେ ମହାତ୍ମା ଗାନ୍ଧୀ ବିଜ୍ଞାପନ, ପୁରସ୍କାର ତଥା ଅନୁକମ୍ପା କୁ ଘୃଣା ଦୃଷ୍ଟିରେ ଦେଖୁଥିଲେ। 
ସମ୍ବାଦ ହେଉଛି ସମାଜର ଦର୍ପଣ। ସମାଜର ସୁଖ ଦୁଃଖ ସହିତ ଅଙ୍ଗାଅଙ୍ଗୀ ଭାବେ ଜଡିତ। ମାତ୍ର ପୂର୍ବ ଭଳି ସମ୍ବାଦ କ୍ଷେତ୍ର ରେ ମଧ୍ଯ ନିଷ୍ଠୁର ପରିବର୍ତ୍ତନ ଘଟିଛି। କେତେକ ପ୍ରଥମ ପଷ୍ଠାରେ ହତ୍ଯା, ଦୁଷ୍କର୍ମ, ଚୋରୀ, ଡକାଏତ, ଦୁର୍ଘଟଣା ଆଦି ଚାଞ୍ଚଲ୍ୟକର ଖବର କୁ ସ୍ଥାନିତ କରାଯାଇଛି। ଉନ୍ନତି ମୂଳକ, ଅଭାବ, ଅସୁବିଧା, ଅନ୍ଧବିଶ୍ୱାସ, ସମାଜର କୁସଂସ୍କାର ଆଦି ଘଟଣାଗୁଡିକୁ ଅନେକ ସ୍ଥାନ ରେ ଅଣଦେଖା କରାଯାଉଛି। ଅନ୍ୟ ପକ୍ଷରେ ଗଣମାଧ୍ୟମ କୁ ଆଜି ଯାଏଁ ଯେମିତି ସ୍ବାଧୀନତା ଦେବା କଥା, ଦିଆଯାଇ ନାହିଁ। ସବୁ ବେଳେ ଏହାର କଣ୍ଠରୋଧ ଲାଗି ଆଇନ କାନୁନ୍ ରେ ଛନ୍ଦି ଦିଆଯାଉଛି। ୧୮୭୮ ମସିହାରେ ଭର୍ଣ୍ଣାକୁଲାର ପ୍ରେସ୍ ଆକ୍ଟ, ୧୯୦୮ରେ ଖବର କାଗଜ ଆଇନ୍, ୧୯୧୦ରେ ଦି ଇଣ୍ଡିଆନ୍ ପ୍ରେସ୍ ଆକ୍ଟ, ୧୯୩୧ ରେ ଦି ଇଣ୍ଡିଆନ୍ ପ୍ରେସ୍ ଇମରଜେନ୍ସ ପାୱାର ଆକ୍ଟ, ୧୯୫୧ରେ ଦି ପ୍ରେମ ଅବଜେକସନବଲ୍ ମ୍ଯାଟର ଆକ୍ଟ, ୧୯୨୩ ମସିହାରେ ଦି ଅଫିସିଆଲ ସିକ୍ଟ୍ରେଟ ଆକ୍ଟ ଏବଂ ପରିଶେଷରେ ଭାରତୀୟ ପିଙ୍ଗଳ ଦଫାର ୧୨୪(କ), ବିଛନ୍ନତାବାଦୀ ଆଇନ୍ ଲଗାଯାଇ ସମ୍ବାଦ ପତ୍ର କୁ ଅବରୋଧ କରାଯାଉଛି। 
ଭାରତୀୟ ସମ୍ବିଧାନରେ ଧାରା ୧୯(୧) ଦାରା ୨୧ ଅନୁଯାୟୀ ବାକ୍ ସ୍ବାଧୀନତା ପରି ମୌଳିକ ଅଧିକାର ଅଭିପ୍ରେତ ହୋଇଥିଲେ ମଧ୍ଯ ଏହା ସଂପୂର୍ଣ୍ଣ ସ୍ବାଧୀନତା ରୁ ମୁକ୍ତ ନୁହେଁ। ଅନ୍ୟ କେତେକ ସ୍ଥଳରେ ସତ୍ଯ ସମ୍ବାଦ ସାଙ୍ଘାତିକ ଭଳି ଅପ୍ରିୟ ସମ୍ବାଦ ଯୋଗୁଁ ଅନେକ ସ୍ଥାନ ରେ ମୁଷ୍ଟିମେୟ ଲୋକେମାନଙ୍କର
ଶତ୍ରୁତା ସାମ୍ବାଦିକ ମାନେ ହୋଇଥାନ୍ତି। ସାମ୍ବାଦିକ ମାନଙ୍କୁ ଆକ୍ରମଣ ଓ ହତ୍ଯା ହେବା ଘଟଣା ଦିନକୁ ଦିନ ବୃଦ୍ଧ ପାଉଛି। ସମାଜରେ ଅସାମାଜିକ
କାର୍ଯ୍ୟକଳାପ ବୃଦ୍ଧି ପାଉଥିଲା ମଧ୍ୟ ସାମ୍ବାଦିକମାନଙ୍କୁ ସୁରକ୍ଷା ଦେବା ଲାଗି କୌଣସି ଆଇନଗତ ପ୍ରଚେଷ୍ଟା ବା ବିଧି ବ୍ୟବସ୍ଥା କରାଯାଇ ନାହିଁ। ସାମ୍ବାଦିକ ମାନେ ସଦା ସର୍ବଦା ଅସୁରକ୍ଷିତ ଭାବେ ଭଗ୍ଯ ଭଗବାନଙ୍କୁ ଭରସା କରି ଜୀବନ ନିର୍ବାହ କରୁଛନ୍ତି। ଏଥି ପାଇଁ ସରକାରଙ୍କର ତିଳେ ମାତ୍ର ଭୃକ୍ଷେପ ନାହିଁ। ସ୍ବାଧୀନତା ପରବର୍ତ୍ତୀ ସାମ୍ବାଦିକତା ଏକ ବୃତ୍ତି ଭିତିକ ସାମ୍ବାଦିକ ଭାବେ ପରିଗଣିତ। ସରକାର ପରେ ସରକାର ବଦଳି ଯାଉଛି, ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ବଦଳି ଯାଉଛି। ସେହିପରି ସାମ୍ବାଦିକ ଜଣକ ଯେତେ ବେଳେ ବାର୍ଦ୍ଧକ୍ଯ ରେ ଉପନୀତ ହୁଏ, ଅକ୍ଷମ ହୋଇପଡେ ନା ଅଛି ପେନସନ୍ ନା ଅଛି 
ଅନୁକମ୍ପା ରାଶି। କିନ୍ତୁ ସୁଖର କଥା ବର୍ତ୍ତମାନ ନବୀନ ସରକାର ସାମ୍ବାଦିକ ମାନଙ୍କ ଲାଗି ଗୋପବନ୍ଧୁ ସ୍ବାସ୍ଥ୍ଯ କଲ୍ଯାଣ ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ଯ ଖରାପ ହେଲେ ଖର୍ଚ୍ଚ କରିବାର ମହତ ଯୋଜନାଟିଏ ପ୍ରଚଳିତ କରିଛନ୍ତି। ବର୍ତ୍ତମାନ ବିଜେପି ସରକାର ଶାସନ ଗାଦିରେ ବସିଲା ପରେ ସେହି ଗୋପବନ୍ଧୁ ସ୍ବାସ୍ଥ୍ୟ ଯୋଜନାକୁ ପ୍ରଚଳନ କରିଛନ୍ତି।କିନ୍ତୁ
ଆଜି ପର୍ଯ୍ୟନ୍ତ ଅଧିକାଂଶ ସମ୍ବାଦ ପତ୍ର ର ମାଲିକମାନେ ସାମ୍ବାଦିକ ମାନଙ୍କୁ ମାସିକ ଦରମା ନଦେବା ଏକ ବିଡମ୍ବନା ର ବିଷୟ। ସାରା ଜୀବନ ଅନ୍ୟକୁ ଆଲୋକ ଦେଖାଇ ଆସୁଥିବା ସାମ୍ବାଦିକ ମାନେ ନିଜେ ଆର୍ଥିକ ଅନାଟନରେ ପଡି ଅନ୍ଧକାର ଜୀବନ ନିର୍ବାହ କରୁଥିବା ବେଳେ କେନ୍ଦ୍ର ଓ ରାଜ୍ଯ ସରକାର ସାମ୍ବାଦିକ ମାନଙ୍କ ଭବିଷ୍ଯତ ପ୍ରତି ଧ୍ଯାନ ଦେବାକୁ ଆଜିର ଏକ ମାତ୍ର ଅନୁଚିନ୍ତାକୁ ରୋମନ୍ଥନ କରିବା ଉଚିତ ମନେ ହୁଏ। 

ଆଲେଖ୍ଯ:କେଶବଚନ୍ଦ୍ର ନାୟକ, ଏମ୍ ଏ ସମାଜ ବିଜ୍ଞାନ
ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି) 
ମୋ ନଂ:୯୪୩୭୭୭୯୪୪୭


News Comment




Photo in News

Advertisment
Lastest News
  ରାଜ୍ୟ  
ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦର ମହାସମାବେଶ    24-Jun-2026
  ଜିଲ୍ଲା  
ବିଦ୍ୟୁତ ଆଘାତରେ ଲାଇନମ୍ୟାନେ ମୃତ   24-Jun-2026
  ଜିଲ୍ଲା  
ପୁଇଁତଲା ପ୍ରଗତି ଏଫ୍‌ପିସିର ଡାଲି ଓ ଧାନ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟିତ   23-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ   23-Jun-2026
  ଜିଲ୍ଲା  
ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ରତାଖଣ୍ଡି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ   23-Jun-2026
  ଜିଲ୍ଲା  
ନୂଆବଜାର ବେଆଇନ ଫୁଡ୍ ମାର୍କେଟ୍‌କୁ ତୁରନୁ ଉଛେଦ କରାଯାଉ । ଦୁର୍ଘଟଣା ପରେ ଦୁର୍ଘଟଣା ବଢ଼ିବାରେ ଲାଗିଛି ।   23-Jun-2026
  ଜିଲ୍ଲା  
ନୂତନ ଆୟକର ଆଇନ-୨୦୨୫ ସଂପର୍କରେ ସଚେତନତା ସୃଷ୍ଟି  କରିବା ପାଇଁ ବୈଠକ   23-Jun-2026
  ଜିଲ୍ଲା  
ବରପାଲିରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ   23-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଝାରମୁଣ୍ଡା ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ କାର୍ଯ୍ୟକ୍ରମ   23-Jun-2026
  ଜିଲ୍ଲା  
ବଲାଙ୍ଗୀର ଟି ଡି ଏମ୍ ଙ୍କ ମନୋମୁଖୀ କାରବାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲା ଘରୋଇ ବସ ମାଲିକ ସଂଘ♦️ ବିନା ରୁଟ ପରମିଟ୍ ରେ ଦେବଗଡ଼ ଯାଉଥିବା ବସ୍ କୁ ବିରୋଧ କରି ଅଟକାଇଲେ   23-Jun-2026
  ଜିଲ୍ଲା  
ବିକାଶ ଧାରା, ଓଡିଶା ସାରା ବକଟି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Jun-2026
  ଜିଲ୍ଲା  
ଡାବୁଗାଁ ବ୍ଲକ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକମ ମଧ୍ୟ ଚାଲୁ...... କିନ୍ତୁ ବ୍ଲକବାସୀଙ୍କୁ ସୂଚନା ଦେବା ଏଲଇଡି ମଧ୍ୟ ମରାମତି ହେଉ   23-Jun-2026

You Might Also Like