-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
16-Nov-2025
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଏ. ବରିଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା l ଜନ୍ମକଲା ବାପାକୁ ହତ୍ୟା କଲା ପୁଅ l ମୃତ କ ଗ୍ରାମର ଗୋପାଳନଗର ର ବୃଦ୍ଧ ପଦ୍ମନାଭ ସାହୁ ହୋଇଥିବା ବେଳେ ମଝିଆ ପୁଅ ରମେଶଚନ୍ଦ୍ର ସାହୁ ହତ୍ୟା କରିଥିବା ଅଭିଯୋଗ ହୋଇଛି l ଭତା ଟଙ୍କା ଏବଂ ଦୁତୀୟ ବିବାହ କରିବାକୁ କହି ଗତ ରାତିରେ ବାପା ସହ କଳହ କରିଥିଲା ରମେଶ l ପରେ ତାହା ଉଗ୍ରରୂପ ନେବା ସହ ଛୁରୀ ଭୁସି ଓ ପିଟି ପିଟି ବାପା କୁ ହତ୍ୟା କଲା ପୁଅ l ହତ୍ୟା ଘଟଣା ନେଇ ମୃତକ ଙ୍କ ବଡ ପୁଅ ଥାନା ଅଭିଯୋଗ ପରେ ପୋଲିସ ଗ୍ରାମରେ ପହଞ୍ଚି ମୃତଦେହ ଜବତ କରିବା ସହ ହତ୍ୟା କାରି ପୁଅ କୁ ଅଟକ ରଖିଛି ପୋଲିସ l ଅନ୍ୟପଟେ ପୂର୍ବରୁ ବଡ ଭାଇ ଙ୍କୁ ମଧ୍ୟ ମାଡମାରି ରମେଶ ଗୁରୁତର କରିଥିବା ଅଭିଯୋଗ ହୋଇଛି l
(ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋଟ)